ହେଡଲାଇନସ୍:

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି : ମାରୁତୀ ସେନା ପକ୍ଷରୁ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ ) - ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଲାଗିରହିଥିବା ବାଦ ବିବାଦକୁ ନେଇ ସିବିଆଇ ତଦନ୍ତ ଦାବିରେ ଆଜି ସମାଜସେବୀ ଅନୁଷ୍ଠାନ ମାରୁତୀ ସେନା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟମାନେ ଖଣ୍ଡପଡ଼ା ରାସ୍ତା ସ୍ଥିତ ହନୁମାନ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ଶାଖାର ସଦସ୍ୟ ପ୍ରଦୀପ୍ତ କୁମାର ଦାଶ, ସୌମ୍ୟା ଶୁଭ୍ରା ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ  ଘଟଣା ଏକ ରହସ୍ୟ ମୟ ପ୍ରସଙ୍ଗ ହୋଇଥିବା ବେଳେ ପୁଲିସ ବର୍ତ୍ତମାନ ଯାଏଁ କୈାଣସି ସନ୍ଧାନ ପାଇ ପାରୁନଥିବାରୁ ମାରୁତୀ ସେନା ପକ୍ଷରୁ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ।

0
0
0
s2sdefault