ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯରତ ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଇନଷ୍ଟିଚ୍ୟୁଟ ଅଫ ସ୍କଲାର ବେଙ୍ଗାଲୁରୁ ଦ୍ୱାରା ସମ୍ମାନଜନକ ୟଙ୍ଗ ଏଚିଭର ଆୱାର୍ଡରେ ସମ୍ମାନିତ କରାଯାଇଛି । ବେଙ୍ଗାଳୁରୁ ର ଏହି ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଦେଶର ଯୁବ ପ୍ରତିଭା ମାନଙ୍କୁ ଏହି ସମ୍ମାନ ଜନକ ଆୱାର୍ଡ ପ୍ରଦାନ କରିଥାଏ । ଜଣେ ଡାକ୍ତର ଓ ଗବେଷକ ଭାବରେ ଏହି ସମ୍ମାନ ପାଇଥିବା କାରଣରୁ ଆଜି ଡାକ୍ତରଙ୍କର ସହକର୍ମୀ, ପରିବାର ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ତଥା ପରିଚାଳନା କମିଟିର ସମସ୍ତଙ୍କର ମଧ୍ୟରେ ଅତ୍ୟନ୍ତ ଖୁସିର ମାହୋଲ । ଏଠାରେ ସୂଚନାଯୋଗ୍ୟ ଯେ ଡାକ୍ତର ସୁଶାନ୍ତ ଜଣେ କର୍ତ୍ତବ୍ୟନିଷ୍ଠ , ମିଷ୍ଟଭାଷୀ ଡାକ୍ତର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ! ଏହି ସମ୍ମାନ ଜନକ ଆୱାର୍ଡ ପାଇଥିବା କାରଣରୁ ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ , ସମ୍ପାଦକ ତଥା ମୁଖ୍ୟ ପରିଚାଳକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ମହାବିଦ୍ୟାଳୟର ପ୍ରିନ୍ସପାଳ ଡାକ୍ତର କାମିନୀ କର ପ୍ରମୁଖ ଶୁଭକାମନା ଜଣାଇବା ସହ ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
ରାଜ୍ୟ
ସର୍ବଭାରତୀୟ ସ୍ତରରେ ସମ୍ମାନିତ ହେଲେ ବରଗଡ଼ ଜିଲ୍ଲାର ଯୁବ ଡାକ୍ତର
- Hits: 2303