ବଲାଙ୍ଗିର: (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତକାଲି ବଲାଙ୍ଗୀର ବଣିକ ସଂଘ ର ସାଧାରଣ ସମ୍ପାଦକଙ୍କ ଦୋକାନ ଖୋଲା ଥିବା ନେଇ ଏକ ଫଟୋ ଭାଇରାଲ୍ ହୋଇଥିଲା। ଆଜି ବଣିକ ସଂଘ ର ଉପସଭାପତି ଶ୍ରୀ ବିରେନ ମିଶ୍ର ଏବଂ ବିଧାୟକଙ୍କ ଭାଇ ଜିତେନ ମିଶ୍ରଙ୍କ ଦୋକାନ ଖୋଲା ଫଟୋ ସୋସିଆଲ ମିଡିଆରେ ଭାଇରାଲ ।
ସୂଚନା ଥାଉକି ଯେ, ଗତ ୨୪ ତାରିଖରେ ଜିଲ୍ଲା ବଣିକ ସଂଘ ବଲାଙ୍ଗିରରେ କରୋନା ମୁକାବିଲା ପାଇଁ ଏକ ସର୍ବଦଳୀୟ ସଭାର ଡାକରା ଦେଇଥିଲା । ଏହି ସଭାରେ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ସର୍ବସମ୍ମତି କ୍ରମେ ୨୫ ତାରିଖରୁ ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ କରିବାର ନିଷ୍ପତ୍ତି ପ୍ରକାଶ ପାଇଥିଲ। । ଏହି ଡାକରା କ୍ରମେ ସହରର ବିଭିନ୍ନ ବ୍ୟବସାୟୀ ଅନିଚ୍ଛା ସତ୍ୱେ ତାଙ୍କର ଦୋକାନ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ଯେଉଁ ଦୋକାନୀମାନେ ଡାକରାକୁ ଗ୍ରହଣ ନକରି ଦୋକାନ ଖୋଲୁଥିଲେ, ତାଙ୍କୁ ସଂଘ ତରଫରୁ ପିକେଟିଂ କରି ଦୋକାନ ବନ୍ଦ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲ। । ତେବେ ଗତକାଲି ଖୋଦ୍ ସଂଘର ସାଧାରଣ ସମ୍ପାଦକ ଙ୍କ ଦୋକାନ ଖୋଲା ଥିବା ଫଟୋ ଭାଇରାଲ୍ ହେବା ପରେ ଆଜି ଉପସଭାପତି ଓ ବିଧାୟକଙ୍କ ଭାଇଙ୍କ ଦୋକାନ ଖୋଲା ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଫଟୋ ଭାଇରାଲ ହେବାପରେ କେବଲ ଛୋଟ ବେପାରୀ ପାଇଁ ନିୟମ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।