ହେଡଲାଇନସ୍:

ପ୍ଲାଜମା ଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ : ଗୋଟିଏ ପାଦ ଆଗେଇଲେ ଅନ୍ୟର ଜୀବନ ବଞ୍ଚିପାରିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀର କାୟା ବିସ୍ତାର ହୋଇ କି ଚାଲିଛି। ଆମ ଦେଶରେ ମଧ୍ୟ ଏହାର ବହୁତ ପ୍ରଭାବ ପଡ଼ିଛି। ଓଡ଼ିଶା ତଥା ଗଜପତି ଜିଲ୍ଲାରେ ମଧ୍ୟ ଏହାର କରାଳ ରୂପ ଦେଖଛୁ। ଇତ୍ୟବସରେ ଆପଣ ମାନଙ୍କ ଧୈର୍ଯ୍ୟ ଏବଂ ସହଯୋଗ ପାଇଁ ଆମେ କିଛି ମାତ୍ରାରେ କରୋନାକୁ  ପ୍ରତ୍ୟହତ କରିପାରିଛେ।

ଗଜପତି ଜିଲ୍ଲାରେ ବହୁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କି ସଫଳତାର ସହିତ ତାକୁ ମୁକାବିଲା କରି କି  ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। 

କୋଭିଡ୍-୧୯ର ଚିକିତ୍ସାରେ କରୋନାର ଚିକିତ୍ସାରେ ପ୍ଲାଜମା ଥେରାପି ବଡ ଭୂମିକା ରହିଛି। ଯେଉଁ ବ୍ୟକ୍ତି ମାନେ ଆମର  ସଫଳତାର ସହିତ କରୋନା ବିଜୟୀ ହୋଇଆସିଛନ୍ତି ସେମାନେ ପ୍ଲାଜମା ଦେବାପାଇଁ ସେମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତି ଯୋଗ୍ୟ ଅଛନ୍ତି। ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରୁଛି ସେମାନେ ଆଗଭର ହୋଇ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସନ୍ତୁ। ଆମେ ସମସ୍ତ ପ୍ରକାର ସହଯୋଗ କରିବୁ। ଆପଣ ଗୋଟିଏ ପାଦ ଆଗେଇଲେ ଆପଣଙ୍କ ଗୋଟିଏ ପଦକ୍ଷେପ ଅନ୍ୟ କାହାର ଜୀବନ ବଞ୍ଚି ପାରିବ ବୋଲି ଏକ ଭିଡିଓ ବର୍ତ୍ତାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

0
0
0
s2sdefault