ଝାରବନ୍ଦ ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ଗୁଡିକରେ କୋଭିଡ-୧୯ ନିୟମ କୁ ଖୋଲା ଖୋଲି ଉଲଂଘନ ହେଉଥିବାର ଦେଖିବାକୁ ମିଳୁଛି ।କେନ୍ଦ୍ର ସରକାର ଆର୍ଥିକ ସ୍ଥିତି ରେ ସୁଧାର ଆଣିବା ପାଇଁ ଲକଡ଼ାଉନ ,ସଟଡ଼ାଉନ, ଓ କଣ୍ଟେନମେଣ୍ଟ ଜୋନ ଘୋଷଣା ଉଠାଇ ଦେଇ ଭାବିଥିଲେକି ଲୋକମାନେ ସଚେତନ ହୋଇଯିବେଣି ଏଣୁ ସେମାନେ ନିଜକୁ ନିଜେ ସାମାଜିକ ଦୂରତା ରଖି ମାସ୍କ ପିନ୍ଧି ଦୈନନ୍ଦିନ ର କାର୍ଯ୍ୟ କରିବେ।କିନ୍ତୁ ବାସ୍ତବତା ସମ୍ପୂର୍ଣ ଭିନ୍ନ ଦୋକାନ ବଜାର ସରକାରୀ ଅଫିସ ଗୁଡିକ ରେ ବୈଧାନିକ ସତର୍କତା ଭଳି କାନ୍ଥ ରେ କୋଭିଡ ନିୟମ ପାଳନ କରନ୍ତୁ ମାସ୍କ ପିନ୍ଧନ୍ତୁ ସାମାଜିକ ଦୂରତା ରକ୍ଷା କରନ୍ତୁ ଭଳି ନିୟମ ର ପ୍ରଚାର ପତ୍ର ମରାଯାଇଛି।କିନ୍ତୁ କର୍ମଚାରୀ କି ବ୍ୟବସାୟୀ ମାସ୍କ ପରିଧାନ କରୁଛନ୍ତି।ବିଭିନ୍ନ ଗ୍ରାମ ମାନଙ୍କ ରେ ଏଇ ନିକଟରେ ଶ୍ରାଦ୍ଧ କ୍ରିୟା ମାନଙ୍କରେ ପ୍ରବଳ ଜନସମାଗମ ସହ କୋଭିଡ ନିୟମ କୁ ଫୁ କରି ଶ୍ରାଦ୍ଧ ସମ୍ପୂର୍ଣ ହେଉଥିବାର ଦେଖିବାକୁ ମିଳିଛି।ସତେ ଯେମିତି କାହା ଉପରେ କାହାର ଦାୟିତ୍ୱ ନଥିବା ଦେଖାଦେଇଛି।କୋଭିଡ ନିୟମକୁ ସଙ୍କେତିକ ଭାବରେ ରଖି ଯେ ଯାହା କାମ କରିଚାଲିଛନ୍ତି।ସରକାରଙ୍କ କୋଭିଡ -୧୯ ନିୟମ କୁ ମାନୁ ନଥିବା ବ୍ୟକ୍ତି ମାନଙ୍କୁ ବାରମ୍ବାର ତାଗିତ କରିବା ସତ୍ୱେ ବହୁ ଲୋକ ମାସ୍କ ନ ପିନ୍ଧି ଚଳ ପ୍ରଚଲ କରୁଥିବାର ନଜରକୁ ଆସୁଛି।ଏଥିପାଇଁ ଜଗଦଲପୁର ପୋଲିସ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି।
ଆଇ ଆଇସି ଲିଲିମାଲଳିତା ବାର୍ଳା ଙ୍କ ନେତୃତ୍ୱ ରେ ଓ ତାଙ୍କ ଟିମ ଙ୍କ ସହଯୋଗ ରେ କୋଭିଡ ନିୟମକୁ କଡାକଡି କରିବା ପାଇଁ ସଚେତନତା କରାଯିବା ସହ ନିୟମକୁ ଉଲ୍ଲଙ୍ଘନ କରୁଥିବା ଦୋକାନୀ ମାନଙ୍କୁ ବାଉଁଶ ବାଡ଼ା ବାନ୍ଧି ଲୋକଙ୍କ ଠାରେ ଦୂରତା ରକ୍ଷା କରିବା ପାଇଁ ଦୋକାନୀ ମାନଙ୍କୁ ସଚେତନ କରାଇଛନ୍ତି।ପ୍ରତ୍ୟହ ପେଟ୍ରୋଲିଂ କରି ବିଭିନ୍ନ ଗ୍ରାମ ମାନଙ୍କରେ ଆଇ ଆଇସି ଶ୍ରୀମତୀ ବାର୍ଳା ସୂଚନା ଦେଇଥିଲେ କି କୋଭିଡ ସମୟରେ ସତର୍କତା ହିଁ ଶ୍ରେଷ୍ଠ ସୁରକ୍ଷା ।ମାସ୍କ ଦ୍ୱାରା ସଂକ୍ରମଣ ୫୦ପ୍ରତିଶତ ହ୍ରାସ ପାଉଥିବାରୁ ମାସ୍କ ପିନ୍ଧିବା ଜରୁରୀ ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବା ଓ ଶାରୀରିକ ଦୂରତା ରକ୍ଷା କରିବା ବଡ଼ ସତର୍କତା ନିଜର ବ୍ୟକ୍ତିଗତ ଉପକରଣ ଓ ପରିବେଶ ର ବିଶୋଧନ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଆଇ ଆଇସି ଶ୍ରୀମତୀ ବ।ର୍ଲା କହିଛନ୍ତି।