ଜାତି ସଂଘ ପରେ ଏବେ ଓଡିଶାକୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାହାବା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋଭିଡ଼ ପରିଚାଳନାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କଲା ପ୍ରଶଂସା 

ଭୁବନେଶ୍ୱର (ଶାସକ ପ୍ରଶାସକ) ଜାତିସଂଘ ଓଡିଶାର ବିପର୍ଯ୍ୟୟ ପରିଚାଳନାକୁ ପ୍ରଶଂସା କରିବା ପରେ, ଏବେ ଦକ୍ଷତାର ସହ କୋଭିଡ ପରିଚାଳନା ପାଇଁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO ) ଓଡିଶା ସରକାରଙ୍କୁ ଦେଇଛି ବାହାବା | ଯଥାଶୀଘ୍ର COVID-19 ମୁକାବିଲା ପାଇଁ  ଓଡିଶାର ସରକାରଙ୍କ ତ୍ୱରିତ ପଦକ୍ଷେପ, ଦେଶର ସବୁଠାରୁ ବଡ କୋଭିଡ  ସ୍ୱାସ୍ଥ୍ୟ ସୁବିଧା ପ୍ରତିଷ୍ଠା, ପରୀକ୍ଷା ରଣନୀତି, ରୋଗୀ ସେବା , ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ  ଏବଂ ସର୍ବୋପରି ମହାମାରୀ ପରିସ୍ଥିତିରେ ରାଜ୍ୟକୁ ଆଗତ  ବହୁ ସଂଖ୍ୟାରେ ପ୍ରବାସୀମାନଙ୍କ ପରିଚାଳନା କରିବା ଆଦିକୁ ପ୍ରଶଂସା କରିଛି  ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ |

 ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ କୋଭିଡ ମାମଲା ରିପୋର୍ଟ ହୋଇନଥିଲେ ହେଁ ୧୩  ମାର୍ଚ୍ଚରେ ସର୍ବସାଧାରଣ ସ୍ଥଳକୁ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ନେଇଥିଲେ ପ୍ରଥମ ବଳିଷ୍ଠ ପଦକ୍ଷେପ । ଯେତେବେଳେ ମାର୍ଚ୍ଚ ୧୫  ରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା, ସେତେବେଳେ ରାଜ୍ୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହୋଇଥିଲା |  ପ୍ରସ୍ତୁତି ଏବଂ ପ୍ରତିକ୍ରିୟା କାର୍ଯ୍ୟକଳାପ ଉପରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି, ଏବଂ ହାତ ଧୋଇବା ଏବଂ ମୁହଁକୁ ଘୋଡାଇବା ନେଇ ଜନସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା | ଓଡିଶା ସରକାରଙ୍କ ଦକ୍ଷ ପ୍ରଶାସନ, ଦେଶର ସବୁଠାରୁ ବଡ COVID ସ୍ୱାସ୍ଥ୍ୟ ସୁବିଧା ପ୍ରତିଷ୍ଠା କରିବା , ପ୍ରଭାବଶାଳୀ ମନିଟରିଂ, ଇନ୍‌ଫ୍ଲୁଏଞ୍ଜା ପରି ରୋଗ (ILI) ଏବଂ ଗୁରୁତର ତୀବ୍ର ଶ୍ୱାସକ୍ରିୟା  ରୋଗ (SARI) ରୋଗର ଅନୁସନ୍ଧାନ ପାଇଁ ନୀରିକ୍ଷଣକୁ ବ୍ୟାପକ କରିବା , ପରୀକ୍ଷା ରଣନୀତି, ରୋଗୀ ସେବା, ଟେଲିମେଡିସିନ୍ ସେବା, ପ୍ରବାସୀମାନଙ୍କ ଦକ୍ଷତାପୂର୍ଣ ପରିଚାଳନା, ଦକ୍ଷତା ବିକାଶ, କୋଭିଡି ଲଢେଇରେ  ଗ୍ରାମ ପଞ୍ଚାୟତକୁ ସାମିଲ କରିବା , ଆର୍ଥିକ ପ୍ରୋତ୍ସାହନ  ଦିଆଯିବ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ରାଜ୍ୟ ସରକାରଙ୍କ କରୋନା ବିରୋଧୀ ଲଢେଇକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରି ପାରିଥିଲା ବୋଲି  ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି | 

ଓଡିଶା ସରକାର କ୍ରମାଗତ ଭାବରେ ରୋଗ ଏବଂ ମୃତ୍ୟୁହାର ହ୍ରାସ ଉପରେ ଧ୍ୟାନ ରଖି ଥିବା ବେଳେ ପ୍ରାରମ୍ଭିକ ଲକ ଡାଉନ, ଦେଶର ପ୍ରଥମ ଉତ୍ସର୍ଗୀକୃତ COVID-19 ଡାକ୍ତରଖାନା, ପ୍ରବାସୀମାନଙ୍କ ବିପୁଳ ପରିମାଣକୁ ପରିଚାଳନା କରିବା ପାଇଁ ଅସ୍ଥାୟୀ ଚିକିତ୍ସା ଶିବିର, ବହୁମୁଖୀ ସହଯୋଗ, ସମ୍ପ୍ରଦାୟ ଭିତ୍ତିକ ବିପର୍ଯ୍ୟୟ ପରିଚାଳନା, ସମ୍ପ୍ରଦାୟର ଯୋଗଦାନ ଏବଂ ପରାମର୍ଶ କାର୍ଯ୍ୟକ୍ରମ ଓଡିଶାର କିଛି ପ୍ରମୁଖ ପଦକ୍ଷେପକୁ ପ୍ରଶଂସା କରିଛି  ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ | 

 

0
0
0
s2sdefault