ହେଡଲାଇନସ୍:

ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ୟୁଏଆଇଏଲ୍ ପକ୍ଷରୁ “ଉନ୍ନତ” ର ଶୁଭାରମ୍ଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ  ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍ଏଫ୍) ସହଯୋଗରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ଥୁଆମୁଲରାମପୁର ବ୍ଲକର  ୧୫୦୦ରୁ ଅଧିକ ଗ୍ରାମୀଣ ପରିବାରର ଆୟକୁ ଦ୍ୱିଗୁଣିତ କରିବା ଓ ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଲାଗି ୟୁଏଆଇଏଲ୍ ଓ ବିଆର୍ଏଲ୍ଏଫ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ଆଜି ସ୍ୱାକ୍ଷରିତ ହୋଇଛି ।

“ଉନ୍ନତ” ହେଉଛି କୃଷି କ୍ଷେତ୍ରରେ ଉନ୍ନତି ଆଣିିବା ପାଇଁ ଉତ୍କଳ  ଆଲୁମିନାର ଏକ ଉଦ୍ୟମ  । ହିଣ୍ଡାଲକୋର ଗୋଷ୍ଠୀ  ସମ୍ପର୍କ ଓ ନିରନ୍ତରତା ଶାଖାରେ ଏକ ପ୍ରମୁଖ ଅଭିଯାନ  । ଏହି ଚାରି ବର୍ଷିଆ ଜୀବନଜୀବିକା କାର୍ଯ୍ୟକ୍ରମରେ ନିରନ୍ତର ଜୀବନଜୀବିକା ବିକାଶ ଅଭିଯାନ ଜରିଆରେ କାଶୀପୁର ଓ ଥୁଆମୂଳ ରାମପୁର ବ୍ଲକର  ୧୫,୦୦୦ କ୍ଷୁଦ୍ର ଓ ନାମମାତ୍ର ପରିବାର, ଭୂମିହୀନ କରିବାର ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ଆୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ପାଂଚଟି ପ୍ରମୁଖ ଉପାଦାନ-ଗୋଷ୍ଠୀ  ସଂଗଠନ ଗଠନ (ଚାଷୀ ଉତ୍ପାଦକ  ଓ ଚାଷୀ ଉତ୍ପାଦକ କଂପାନି ଗଠନ କରିବା ଏବଂ ସୁଦୃଢ଼ କରିବା), କୃଷି ଓ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟକଳାପ ପାଇଁ କ୍ଲଷ୍ଟର ବିକାଶ (ଜମି ଭିତିକ କୃଷି, ପଶୁପାଳନ, ଅଣ କାଠ ଜଙ୍ଗଲ ଉତ୍ପାଦ  ଏବଂ ଲଘୁ ଜଙ୍ଗଲଜାତ ଉତ୍ପାଦ), ଜଳସେଚନ ଭିତିଭୂମିରେ ଉନ୍ନତି (ଜମି ଓ ଜଳ ପରିଚାଳନା ଜରିଆରେ), ସାମଗ୍ରିକ ବିପଣନ (ଉତ୍ପାଦକ ଦଳ ଜରିଆରେ ଉତ୍ପାଦର ମୂଲଚାଲ ଓ ବିକ୍ରି), ଓ କୃଷି-ଉଦ୍ୟୋଗୀମାନଙ୍କ କ୍ୟାଡର ଗଠନ ଓ ବିକାଶ ଇତ୍ୟାଦି ଅନ୍ୟତମ ।

ଏହି କାର୍ଯ୍ୟକ୍ରମକୁ ସମ୍ଭାବ୍ୟ ସରକାରୀ ସ୍କିମ୍ ଏବଂ କାର୍ଯ୍ୟକ୍ରମ ଯଥା ମନରେଗା, ଓଡ଼ିଶା ଜୀବିକା ମିସନ, ଆଟିଡିଏ, ଜାତୀୟ ଉଦ୍ୟାନ ମିସନ, ଜଳାଶୟ ବିକାଶ କାର୍ଯ୍ୟକ୍ରମ, ଓଏଲ୍ଆଇସି ଓ ଓଏଆଇସି ଇତ୍ୟାଦି ସହିତ ସମନ୍ୱିତ କରି ଜାତିସଂଘର ଏଜେଣ୍ଡା ୨୦୩୦ରେ ରହିଥିବା ଶହଶ୍ରାବ୍ଦ ବିକାଶ ଲକ୍ଷ୍ୟ (ଏସ୍ଡିଜି)ର (ଲକ୍ଷ୍ୟ୧,୨ ଓ ୧୭) ରେ ଥିବା ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାଶୂନ୍ୟ ଓ ସହଭାଗିତା ଲକ୍ଷ୍ୟ ହାସଲ କରିବା ପାଇଁ ଯୋଗଦାନ ପ୍ରଦାନ କରିବ । 

ୟୁଏଆଇଏଲ୍ ଓ ବିଆରଏଲଏଫ୍ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମ ଜରିଆରେ ୟୁଏଆଇଏଲ୍ର ପାରିପାଶ୍ୱିର୍କ ଅଂଚଳରେ ଏକ ନିରନ୍ତର ପରିବେଶ ସୃଷ୍ଟି କରିବା ଉପରେ ଖୁସି ବ୍ୟକ୍ତ କରି ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ୟୁଏଆଇଏଲ୍ ଯିଏ ଭର୍ଚୁଆଲ୍ ଚୁକ୍ତି ସ୍ୱାକ୍ଷର ସମାରୋହରେ ଅଂଶଗ୍ରହଣ କରିଥିଲେ ।  ଉଭୟ  ଟିମକୁ  ଆହ୍ୱାନ ଦେଇ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ହାସଲ କରିବାକୁ ସେ କହିଥିଲେ । ଏହା ଏହି ଅଂଚଳରେ ସମୃଦ୍ଧି ଆଣିବ ବୋଲି ସେ ମତବ୍ୟକ୍ତ କରିଥିଲେ । 

ଏହି ଅଂଚଳରେ ଏଭଳି ବଡ଼ ଧରଣରର ଜୀବିକା କାର୍ଯ୍ୟକ୍ରମ ଆରମ୍ଭ କରିବାରେ ୟୁଏଆଇଏଲ୍ର ଉଦ୍ୟମକୁ ପ୍ରଶଂସା କରି ବିଆରଏଲଏଫ୍ ସିଇଓ ଶ୍ରୀଯୁକ୍ତ ପ୍ରମଥେଶ ଅମ୍ବାସ୍ତା ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ପିପିପି ମଡେଲ୍ କାର୍ଯ୍ୟକ୍ରମ ରାଜ୍ୟ ଓ ଦେଶରେ କାର୍ଯ୍ୟକାରୀ କରିବା ଲାଗି ଏକ ମଡେଲ୍ ଅଭିଯାନ ହୋଇପାରିବା ସହ ଏହି ଅଂଚଳରେ ନିରନ୍ତର ବିକାଶ ମଡେଲ୍ ସୃଷ୍ଟି କରିବ । 

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିପୁଲ୍ ଚାଟାର୍ଜୀ, ମୁଖ୍ୟ ସିଏସ୍ଆର, ହିଣ୍ଡାଲ୍କୋ ଗ୍ରୁପ୍, ଶ୍ରୀଯୁକ୍ତ ସୁଧାକର ବିଶ୍ୱାଳ, ସିଏଫ୍ଓ, ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶନୀ, ମୁଖ୍ୟ ସିଆର୍ ଆଣ୍ଡ୍ ସଷ୍ଟେନେବିଲିଟି, ଶ୍ରୀଯୁକ୍ତ ଅମିତ ପଣ୍ଡା, ଡିଏଚ୍ ପ୍ରକୁ୍ୟରମେଂଟ୍ ଆଣ୍ଡ୍ ଷ୍ଟୋର୍ସ୍, ଶ୍ରୀଯୁକ୍ତ ଶିବ ମହାପାତ୍ର, ହେଡ୍ ସିଏସ୍ଆର୍, ଆର୍ଆଣ୍ଡ୍ଆର୍, ଲ୍ୟାଣ୍ଡ୍ ଓ ଲାୟଜନ ଏବଂ ଶ୍ରୀଯୁକ୍ତ ଟି ସୁରେଶ କୁମାର, ପ୍ରବନ୍ଧକ ବାଣିଜ୍ୟିକ , ୟୁଏଆଇଏଲ୍; ଓ ଶ୍ରୀଯୁକ୍ତ ଶରଦ ଭାର୍ଗବ, ସିଓଓ, ଫାଇନାନ୍ସ, ଶ୍ରୀଯୁକ୍ତ କୁଲଦୀପ ସିଂହ, ସିଓଓ, କାର୍ଯ୍ୟକ୍ରମ, ଶ୍ରୀଯୁକ୍ତ ଡି ଏସ୍ ରାଓ, ମୁଖ୍ୟ, ଷ୍ଟ୍ରାଟେଜିଜ୍ ପାର୍ଟନର୍ସିପ୍ ଓ ରିସୋର୍ସ ମୋବିଲାଇଜେସନ, ବିଆର୍ଏଲ୍ଏଫ୍ ଉପସ୍ଥିତ ଥିଲେ । 

ଶ୍ରୀଯୁକ୍ତ ତନ୍ମୟ ମହାନ୍ତି, ସହକାରୀ ପ୍ରବନ୍ଧକ ସିଆର୍ ଆଣ୍ଡ୍ ସଷ୍ଟେନେବିଲିଟି, ୟୁଏଆଇଏଲ୍ ଏହି ଅବଧିବେଶନର ସଂଯୋଜନା କରିଥିବା ବେଳେ ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । 

 

 

 

 

 

0
0
0
s2sdefault