ନୂଆଦିଲ୍ଲୀ (ଶାସକ ପ୍ରଶାସକ ) ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଖୋଦ ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହା ସୂଚନା ଦିଆଯାଇଛି। ଆଜି ସକାଳେ ରୁଟିନ୍ COVID-19 ପରୀକ୍ଷା ବେଳେ ଶ୍ରୀ ନାଇଡୁ ପଜିଟିଭ୍ ହୋଇଥିବା କୁହାଯାଇଛି । ସେ କିନ୍ତୁ ଲକ୍ଷଣ ବିହୀନ ଓ ସୁସ୍ଥ ଅଛନ୍ତି। ତାଙ୍କୁ ଘରେ କ୍ଵାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ ଉପରାଷ୍ଟ୍ରପତିଂକ ଧର୍ମପତ୍ନୀ ଶ୍ରୀମତୀ ଉଷା ନାଇଡୁଙ୍କୁ କୋଭିଡ ନେଗେଟିଭ ଚିହ୍ନଟ ହୋଇଛନ୍ତି ଏବଂ ସେ ଆତ୍ମ ସଙ୍ଗରୋଧରେ ଅଛନ୍ତି |












