ଏସବିଆଇର ଗ୍ରାହକମାନେ ଧ୍ୟାନ ଦେବା ଉଚିତ୍,ଆପଣଙ୍କ ଏକାଉଣ୍ଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ସାଇବର ଠକ
ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ଠକେଇ ସମ୍ପର୍କରେ ସତର୍କ କରାଇଛି। ସନ୍ଦେହଜନକ ହ୍ବାଟସଆପ୍ କଲ୍ ଏବଂ ମେସେଜ୍ ବିଷୟରେ ବ୍ୟାଙ୍କ ଏହାର ଆକାଉଣ୍ଟଧାରୀମାନଙ୍କୁ ଚେତାବନୀ ଦେଇଛି। ବ୍ୟାଙ୍କ ଗ୍ରାହକମାନଙ୍କୁ କହିଛି ଯେ ଯଦି ଗ୍ରାହକ ସେମାନଙ୍କ ବିବରଣୀ କାହା ସହିତ ସେୟାର କରନ୍ତି ତେବେ ସେମାନେ ପ୍ରତାରିତ ବା ଠକେଇର ଶିକାର ହେବା ନିଶ୍ଚିତ | ବ୍ୟାଙ୍କ ଏକ ଟୁଇଟ୍ରେ କହିଛି ଯେ ବର୍ତ୍ତମାନ ଗ୍ରାହକଙ୍କୁ ହ୍ବାଟସଆପକୁ ଟାର୍ଗେଟ କରାଯାଉଛି। ତେଣୁ ସାଇବର ଅପରାଧୀଙ୍କ ଠାରୁ ସାବଧାନ ରୁହ ଏବଂ ସଚେତନ ରୁହ | ସୂଚନାଯୋଗ୍ୟ ଯେ ଡିଜିଟାଲ ପେମେଣ୍ଟ ବୃଦ୍ଧି ସହିତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ସାଇବର ଅପରାଧୀମାନେ ହ୍ବାଟସଆପ୍ କଲ୍ ଏବଂ ମେସେଜ୍ ମାଧ୍ୟମରେ ଗ୍ରାହକଙ୍କ ସହ ଯୋଗାଯୋଗ କରୁଛନ୍ତି।
ସାଇବରଠକମାନେ କିପରି ଗ୍ରାହକଙ୍କୁ ଜାଲରେ ଫସାଉଛନ୍ତି ଓ ଆପଣ କଣ କରିବେ ଜାଣନ୍ତୁ |
1) ଲଟେରୀ ଜିତିବା ବିଷୟରେ ଗ୍ରାହକଙ୍କୁ ଜଣାଇବା ସହ ସେମାନଙ୍କୁ ଏସବିଆଇ ନମ୍ବର ସହିତ ଯୋଗାଯୋଗ କରିବାକୁ କୁହାଯାଉଛି |
2) ସାଇବର ଅପରାଧୀଙ୍କ ଏପରି କଲ୍ କିମ୍ବା ମେସେଜ ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ |
3) ସ୍ମରଣ ରଖନ୍ତୁ ଯେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇମେଲ / ଏସଏମଏସ/ ହ୍ବାଟସଆପ୍ଆ କଲ ମାଧ୍ୟମରେ ବ୍ୟକ୍ତିଗତ କିମ୍ବା ଆକାଉଣ୍ଟ ନିର୍ଦ୍ଦିଷ୍ଟ ସୂଚନା ମାଗେ ନାହିଁ |
4) ବ୍ୟାଙ୍କ କହିଛି ଯେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୌଣସି ଲଟେରୀ ସ୍କିମ୍ କିମ୍ବା ଭାଗ୍ୟଶାଳୀ ଗ୍ରାହକ ଉପହାର ପ୍ରଦାନ କରେ ନାହିଁ।
5) ଏହି ପ୍ରକାର ପ୍ରତାରଣା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବ୍ୟାଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ପାଇଁ ବାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି |
ଏସବିଆଇ ଅନୁଯାୟୀ, ଯଦି ବ୍ୟାଙ୍କର ଦୋଷ ହେତୁ ଠକେଇ ହୁଏ ତେବେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳିବ, କିନ୍ତୁ ଯଦି ଗ୍ରାହକଙ୍କ ଅବହେଳା ଯୋଗୁଁ କ୍ଷତି ହୁଏ, ତେବେ ସେ ଫେରସ୍ତ ପାଇବେ ନାହିଁ।
କିଛି ଦିନ ପୂର୍ବରୁ, SBI ଏହାର ଗ୍ରାହକମାନଙ୍କୁ ଏକ ସମ୍ଭାବ୍ୟ ସ୍କାମ ବିଷୟରେ ଅବଗତ କରାଇଥିଲା ଯେ, କିଛି ସାଇବର ଠକ ଏପରି ଇମେଲ ପଠାଉଛନ୍ତି ଯାହା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ୍ ଇମେଲ ପରି ଦେଖାଯାଏ | ବ୍ୟାଙ୍କ କହିଛି ଯେ ଆମେ ଏପରି କୌଣସି ଇମେଲ ପଠାଉ ନାହୁଁ। ଦୟାକରି ଏହିପରି ଇମେଲଗୁଡିକ ଉପରେ କ୍ଲିକ୍ କରନ୍ତୁ ନାହିଁ |