ଝାରବନ୍ଧ-ମନୋହର ଦାଶ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଅଙ୍ଗନଦୀ ପୋଲ ବର୍ତ୍ତମାନ ବିପଦ ଜନକ ଅବସ୍ଥା ରେ ରହିଛି।ଛତିଶଗଡ଼ ଓ ଓଡିଶା ସୀମାମଧ୍ୟରେ ଥିବା ଏକମାତ୍ର ଏତେ ବଡ଼ ପୋଲ ଦେଇ ଭାରି ଯାନବାହନ ଠାରୁ ଆରମ୍ଭ କରି କାର ବସ ଟ୍ରକ ସମସ୍ତ ପ୍ରକାର ର ଯାନବାହନ ସବୁବେଳେ ଚାଲୁ ଅଛି।
ବହୁଦିନ ଧରି ଅଭିଯୋଗ ହୋଇ ଆସୁଅଛି ପୋଲ ଉପରେ ବଡ଼ ବଡ଼ ଗର୍ତ ମାନ ସୃଷ୍ଟି ହୋଇ ଥିବା।ରାତ୍ରି ସମୟରେ ଏହି ପୋଲ ଉପର ଦେଇ ଯାଉଥିବା କାର ,ମୋଟରସାଇକେଲ ,ସାଇକେଲ ଗୁଡିକ ଅତି ବିପଡ଼ଜ୍ଵନକ ଭାବେ ଯାତ୍ରା କରୁଛି।ଯେକୌଣସି ମୁହୂର୍ତ୍ତ ରେ ଦୁର୍ଘଟଣା ଘଟିବା ସମ୍ଭାବନା ଏଡାଇ ଦିଆଯାଇନପାରେ ଭାରିଯାନ ଗଲେ ଏହା ଦୋହଲୁ ଥିବା ଦେଖି କେତେକ ସ୍ଥାନୀୟ ଲୋକ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ।ଏନେଇ ଠିକା ନେଇଥିବା କମ୍ପାନୀ ମ୍ୟାନେଜମେଣ୍ଟ ଇନଚାର୍ଜ କୁ ସୁଚନା ଦିଆ ଯାଇଥିଲା।
କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଏହି ପୋଲ ର ଏପରି ଅବସ୍ଥା ହେଲା କେମିତି?ତେଣୁ ଏଥିରେ ନିଶ୍ଚିତ ଭାବେ ନିମ୍ନମାନ ର କାମ ହୋଇଛି।ଏହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଏବେ ସାମାନ୍ୟ ମରାମତି କରିଦେଲେ କଣ ଏହାର ସମାଧାନ ହେବ ।ଆଗାମୀ ଦିନରେପୁଣି ଏଭଳି ପୋଲ ଦବି ବଡ଼ ଧରଣ ର ଦୁର୍ଘଟଣା ଘଟି ବ୍ୟାପକ ଧନ ଜୀବନ ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରାଯାଇଛି। ତେଣୁ ବହୁତ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ସତର୍କ ହେବା ଆବଶ୍ୟକ ।ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେଇ ଉକ୍ତ ନିର୍ମାଣକାରୀ ସଂସ୍ଥାକୁ ତାଗିଦ କରାଯାଉ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।