ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଏକ୍ଜିକ୍ୟୁଟିଭ୍ ସିକ୍ୟୁରିଟି ସଂସ୍ଥାର ସୁରକ୍ଷା କର୍ମଚାରୀ ଆଜିଠାରୁ ଅନଶନ ଆରମ୍ଭ କରି ଦେଇଛନ୍ତି। ଲକଡାଉନ ଘୋଷଣା ହେବା ପରେ କମ୍ପାନୀ ଏହି ସିକ୍ୟୁରିଟି ସଂସ୍ଥାକୁ ଦୀର୍ଘ ଆଠମାସ ଧରି ଦରମା ଦେଇ ନାହିଁ। ସମଗ୍ର ପରିବାର ଏମାନଙ୍କ ଦରମା ଉପରେ ନିର୍ଭର କରୁଥିବା ବେଳେ ଏହି ଵିଷମ ଆର୍ଥିକ ସଂକଟ ସମୟରେ ଏମାନେ କିପରି ପରିବାରର ଆବଶ୍ୟକତା ମେଣ୍ଟାଇବେ ତାହା ଏମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।
ସୂଚନାନୁସାରେ, ଏନକର ଏକ୍ଜିକ୍ୟୁଟିଭ୍ ସିକ୍ୟୁରିଟି ସଂସ୍ଥାରେ ୧୬୫ ଜଣ ସୁରକ୍ଷା କର୍ମୀ ଆଠମାସ ଧରି ଦରମା ପାଉନାହାଁନ୍ତି। ଏହି ବିଷୟରେ ଏମାନେ ପୂର୍ବରୁ ଜିଲ୍ଲାପାଳ, ଏସପି ଓ ଡିଏଲଓଙ୍କୁ ବାରମ୍ବାର ଜଣାଇଥିଲେ। ଏ ନେଇ ଡିଏଲଓ ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ଦରମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କମ୍ପାନୀ କିମ୍ବା ଠିକାଦାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଶେଷରେ ନିରୂପାୟ ହୋଇ ସେମାନେ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି। ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନ ହୋଇଛି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବେ ନାହିଁ ବୋଲି ଅନଶନକାରୀମାନେ କହିଛନ୍ତି।