ହେଡଲାଇନସ୍:

ନକଲି ସାମ୍ବାଦିକ : ଚତୁର୍ଥ ସ୍ତମ୍ଭରେ କଳଙ୍କ ବୋଲୁଛନ୍ତି କିଛି ଅନୁପ୍ରବେଶକାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର/ ବ୍ୟୁରୋ ଚିଫ :  ସାମ୍ବାଦିକ କିଏ, ଏହାର ମାନଦଣ୍ଡ କଣ? ଏହି ଡିଜିଟାଲ ଯୁଗରେ କିଏ ପ୍ରକୃତରେ ସାମ୍ବାଦିକ ଓ କିଏ ନକଲି ସାମ୍ବାଦିକ ଜାଣିପାରିବାଟା ଏକ ଜଟିଳ ପ୍ରଶ୍ନ। କେତେକ ନକଲି ଲୋକ ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ପରିଲକ୍ଷିତ ହୁଏ। ତେଣୁ ପ୍ରକୃତ ସାମ୍ବାଦିକ ଏମାନଙ୍କ ପାଇଁ ବଦନାମ ହେଉଛନ୍ତି। ସାମ୍ବାଦିକତା ନାଁରେ ଚାନ୍ଦା ଆଦାୟ ଓ ବ୍ଲାକ ମେଲ  କରିବା କିଛି ଲୋକଙ୍କ ମୁଖ୍ୟ କାମ ହୋଇଯାଇଛି | ଏମାନେ କେବଳ ବଟି ଆଦାୟ କରି ଚଳିଥାନ୍ତି ଅବା ସାମ୍ବାଦିକରା ନାଁରେ ବିଭିନ୍ନ ପ୍ରକାର କଲା କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି | 

  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ। ବ୍ରାହ୍ମଣୀ ଗ୍ରାମର ବିଶ୍ବଜିତ ପଧାନ ନାମକ ଜଣେ ବ୍ୟକ୍ତି  ନିଜକୁ ସାମ୍ବାଦିକ କହି ଅଫିସକୁ ଅଫିସ ଯାଇ ମୋଟା ଅଙ୍କର ବଟି ଆଦାୟ କରୁଥିବା ଅଭିଯୋଗ ହେଇଛି । ସେ ବଟି ମାଗିଲା ବେଳେ ଏହାକୁ ବିରୋଧ କରିବାରୁ  ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ପାଇଁ ଧମକ  ଓ ସାମ୍ବାଦିକ ପାୱାର ଦେଖାଇ ଗାଳି ଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ତାଙ୍କ  ନାଁରେ ଅପରାଧିକ ମାମଲା ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି।  ଜିଲ୍ଲା ସାମ୍ବାଦିକ ସଂଘର ଜଣେ ବରିଷ୍ଠ ସାମ୍ବାଦିକ ଙ୍କ କହିବା ଅନୁଯାୟୀ ବିଶ୍ବଜିତ ପଧାନ ନାମକ କୋଣସି ବ୍ୟକ୍ତି ସାମ୍ବାଦିକ ସଂଘର ସଦସ୍ୟ ନାହାନ୍ତି, ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।  ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଆସିଥିବା ଗୁରୁତର ଅଭୀଯୋଗ ଉପରେ ନିରପେକ୍ଷ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସାମ୍ବାଦିକ ଓ ଜନସଧାରଣ ଦାବି କରିଛନ୍ତି | 

0
0
0
s2sdefault