ହେଡଲାଇନସ୍:

ଏ ସ୍କୁଲ କଣ ରାଜ୍ୟ ସରକାରଙ୍କ ଉପରେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କିଏ କହିଲା, କାହା ନିର୍ଦ୍ଦେଶରେ ଖୋଲିଲା ଏ ସ୍କୁଲ 

ବରଗଡ :- ବର୍ତ୍ତମାନ ସାରା ବିଶ୍ୱ କୋରୋନା ମହାମରୀର କବଜାରେ । ମହାମରୀ ତାର କାୟା ବିସ୍ତାର କରିବା ଆରମ୍ଭ କରିବା ପୂର୍ବରୁ ସରକାର ଏହି ମହାମରୀକୁ ଆୟତ୍ତ କରିବା ନିମନ୍ତେ ଓ ଜନସାଧାରଣ ଙ୍କର ସୁରକ୍ଷା ନିମନ୍ତେ ଲକ ଡାଉନ ଓ ସଟଡାଉନ ଭଳି କଠୋର ପଦକ୍ଷେପ ନେଇ ସାରିଛନ୍ତି । ଏହି କ୍ରମରେ ଧୀରେ ଧୀରେ ବର୍ତ୍ତମାନ ସବୁ ବ୍ୟବସାୟୀ ସଂସ୍ଥା, ଅଫିସ ଆଦି ଖୋଲା ଯାଇଛି ସତ କିନ୍ତୁ କଟକଣା ବଳ ବତ୍ତର ରହିଛି । ଧାର୍ମିକ ଅନୁଷ୍ଠାନ, ସ୍କୁଲ , ଖୋଲିବା ପାଇଁ,କିମ୍ବା ସଭାସମିତି ଜରିବା ପାଇଁ ଆଜି ସୁଦ୍ଧା ସରକାର କୋଣସି ଅନୁମତି ପ୍ରଦାନ କରି ନାହାନ୍ତି । ଏହାର ଏକମାତ୍ର କାରଣ ସଂକ୍ରମଣ ରୋକିବା । 

      ହେଲେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଝାରବନ୍ଧ ପଂଚାୟତ ର ଜଳଗଡ଼ ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଳା ଭଳିଆ ଦୃଶ୍ୟ । ଏହି ଗ୍ରାମରେ ଥିବା ବିଦ୍ୟାଳୟ ଟି ଆଜି ହଟାତ ଖୋଲିଥିଲା ଓ ଛୁଆ ମାନେ ସ୍କୁଲ କୁ ଆସିଥିଲେ ପାଠ ପଢିବା ପାଇଁ । ଦୃଶ୍ୟଟି  ଦେଖି ଆଶ୍ଚର୍ଯ୍ୟ ଲାଗିଲା କାରଣ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସ୍କୁଲ ଖୋଲିବା ପାଇଁ କୋଣସି ସୂଚନା ପ୍ରଦାନ କରି ନାହାନ୍ତି । ତେବେ ଏହି ସ୍କୁଲ କାହା ଅନୁମତିରେ ଓ କାହିଁକି ଖୋଲିଲା ? ଛୁଆ ମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ କୁ କାହାର ଅଦେଶ ରେ ଶିକ୍ଷକ ଶ୍ରୀ ତୁଲାରାମ ମାଝୀ ଉଲ୍ଲଂଘନ କଲେ ?  ଆଶ୍ଚର୍ଯ୍ୟର କଥା ହେଉଛି ଯେ ସ୍କୁଲରେ ଉପସ୍ଥିତ କୋଣସି ଛୁଆ କିମ୍ବା ଶିକ୍ଷକ ଙ୍କର ମୁହଁରେ ମାକ୍ସ ନଥିଲା । ଆମେ ଏହି ବାବଦରେ ପାଇକମାଲ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ ଙ୍କୁ ଫୋନ ଯୋଗେ ସୂଚନା ପ୍ରଦାନ କରିଥିଲୁ । ତାଙ୍କର କହିବା କଥା ହେଲା ସେ ଜଣେ ABEO ଙ୍କୁ ଘଟଣାର ତଦନ୍ତ ନିମନ୍ତେ ପଠାଉଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ କଣ ଶିକ୍ଷକ ନିଜ ଇଚ୍ଛାରେ ସ୍କୁଲ ରେ ପାଠ ପଢ଼ାଉଥିଲେ ବା ଅଧିକାରୀ ମାନଙ୍କର ଅଦେଶ ପାଳନ କରୁଥିଲେ ? 

      ଏହି ଭଳି ବିପଦ ପୂର୍ଣ ସମୟରେ ସରକାର ଓ କୋବିଡ଼ 19 ର ନିୟମ ଖୋଲା ଉଲ୍ଲଂଘନ କରିଥିବା ଶିକ୍ଷକ ଓ ଅଧିକାରୀ ମାନଙ୍କର ବିରୋଧରେ କଠୋର ରୁ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି ।

 

0
0
0
s2sdefault