ଭୁବନେଶ୍ୱର ( ଶାସକ ପ୍ରଶାସକ) କର୍ମକର୍ତ୍ତା ନିଯୁକ୍ତିକୁ ନେଇ ବିଜୁ ଜନତା ଦଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ସର୍ବୋପରି ଯୁବ ଛାତ୍ରଙ୍କ ଭିତରେ ଅସନ୍ତୋଷ ତୀବ୍ର ହୋଇଥିବା ବିଷୟ ସମାଜିକ ଗଣମାଧ୍ୟମରୁ ପ୍ରତିଫଳିତ ହେଉଥିବା ବେଳେ ଆଜି ଦଳର ସୁପ୍ରିମୋ ଅସନ୍ତୁଷ୍ଟଙ୍କ ସବକ ଶିଖାଇବା ପାଇଁ ନେଇଛନ୍ତି କଠୋର ପଦକ୍ଷେପ । ଆଉ କାର୍ଯ୍ୟାନୁଷ୍ଠାନ ଅନୁକୂଳ ହୋଇଛି ଭୁବନେଶ୍ୱର ଛାତ୍ର ରାଜନୀତିରେ ପରିଚିତ ଚେହେରା ତଥା ନିକଟରେ ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ଯୁବ ଟର୍ଣ୍ଣଡ଼ ଛାତ୍ର ନେତା କଳ୍ପତରୁ ଓଝାଙ୍କ ଠାରୁ । ଆଜି ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିସ୍କୃତ କରାଯାଇଥିବା ବିଷୟ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି । ଏଭକି କାର୍ଯ୍ୟାନୁଷ୍ଠାନ ନେଇ ନବୀନ ମେସେଜ ଦେଇଛନ୍ତି ଯେ ଦଳର ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିଲେ ବା ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ କାହାରିକୁ ବାଦ ଦିଆଜିବନାହିଁ , ସେ ଯେତେ ପୁରୁଣା କର୍ମୀ ବା ନେତା ହେଇଥାନ୍ତୁ ନା କାହିଁକି ।
ସୋସିଆଲ ମିଡିଆରେ କକ୍ପତରୁ ଯଦିଓ ଖୋଲାଖୋଲି ନିଜ ଅସନ୍ତୋଷ ପୂର୍ଣ ମନ୍ତବ୍ୟ ରଖିଥିଲେ ଅନେକ ଯୁବ ଓ ଛାତ୍ରନେତା ବିଭିନ୍ନ ପୋର୍ଟାଲରେ ପ୍ରାୟୋଜିତ ଖବର କରି ସେମାନଙ୍କ ରୋଷକୁ ପ୍ରତିଫଳିତ କରିଥିଲେ । ଯୁବ ଓ ଛାତ୍ର କର୍ମକର୍ତ୍ତା ନିଯୁକ୍ତିରେ ଯୁବ ଓ ଛାତ୍ର ଦାୟିତ୍ୱରେ ଥିବା ପ୍ରଣବ ବଲବନ୍ତରାୟ ଓ ବ୍ୟମାକେଶ ରାୟଙ୍କ ନାଁ ଉଲ୍ଲେଖ ନକରି ପରୋକ୍ଷରେ ସମାଲୋଚନା କରିଥିଲେ । ଜଣେ ଆଲବମ କୁଇନଙ୍କୁ କେମିତି ଓ କେଉଁ ଆଧାରରେ ଦଳର ଯୁବ ସଙ୍ଗଠନର ମହାସଚିବ ଭଳି ଗୁତୁତ୍ବପୂର୍ଣ୍ଣ ସାଂଗଠନିକ ପଦବୀ ପ୍ରଦାନ କରାଗଲା ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଲାଗୁଥିଲା ସତେ ଯେମିତି ବିଜୁ ଛାତ୍ର ଓ ଯୁବ ସଂଗଠନ ବାରୁଦ ଗଦା ଉପରେ ବସିଛି । ହେଲେ ବାରୁଦ ଗଦାକୁ ଡିଫ୍ୟୁଜ କରି ଅନ୍ୟ ଅସନ୍ତୋଷର ଡିନାମାଇଟ ଗୁଡାକୁ ଆକାମୀ କରିବା ପାଇଁ ନବୀନ ବାବୁ ଆଜି କଳ୍ପତରୁଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରି ପରୋକ୍ଷରେ ଚେତେଇ ଦେଇଛନ୍ତି " ଏମିତି ଉତୁରନି । ଉତୁରିଲେ ଏମିତି ଦଶା ଭୋଗିବ" |
କଳ୍ପତରୁ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ କଣ ପଢନ୍ତୁ । ଅତ୍ୟନ୍ତ କଠୋର ଶବ୍ଦରେ ସେ ସମାଲୋଚନା କରିଥିଲେ ଦଳୀୟ କର୍ମକର୍ତ୍ତା ଚୟନର ମାପଦଣ୍ଡ ଓ ଆଧାରକୁ | କଳ୍ପତରୁ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଥିଲେ ........
"ଜୟ ଜଗନ୍ନାଥ
ହେ ନବୀନ ବାବୁ
ମୁଁ ତୁମ ଫ୍ୟାନ । ୨୦୦୪ ରୁ ୨୦୨୦ ଆଜି ପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କର୍ମୀ । ବିଜେବି କଲେଜରୁ ବାଣୀ ବିହାର ପର୍ଯ୍ୟନ୍ତ । କଲେଜ ଇଲେକ୍ସନ ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ପର୍ଯ୍ୟନ୍ତ ସବୁଠି ମୁଁ ମୋର ବହୁ ମୁଲ୍ୟ ସମୟ ଦେଇଛି । ପ୍ରତି ବର୍ଷ ଦଳର ସମ୍ମାନ ପାଇଁ କଲେଜ ଇଲେକ୍ସନରେ କ୍ୟାମ୍ପସରେ ପ୍ରାର୍ଥୀକୁ ଜିତାଇବା ପାଇଁ ଦଳର ନିର୍ଦେଶ । ମୁଁ ଏବଂ କିଛି ଛାତ୍ର ନେତା ଦଳରେ ଅଲୋଡା କାହିଁକି ? ଦଳ ପାଇଁ କେସ ଖାଇଛୁ, ଦୁଇ ଦୁଇ ଥର ଜେଲ ମଧ୍ୟ ଯିବାକୁ ପଡିଛି । ଦଳ ଦେଉଛି କଣ ? ମୁଁ ବିଜେବି କଲେଜର ସାଧାରଣ ସଂପାଦକ ହେବା ଠାରୁ ଆରମ୍ଭ କରି ଭୁବନେଶ୍ୱର ର ଗୁରୁତ୍ୱ ପୁର୍ଣ୍ଣ ଦାୟୀତ୍ୱ ନେଇ ସୁଚାର ରୁପେ ତୁଲାଇବା ପରେ ମଧ୍ୟ । ଯଦି ଆମର ଏ ଅବସ୍ଥା ତେବେ ଅନ୍ୟ ଜିଲ୍ଲା ଯୁବ ଛାତ୍ର ନେତା ମାନଙ୍କ ଅବସ୍ଥା କଣ ହେଉଥିବ ତାହା ଏଥିରୁ ଅନୁମେୟ । ଆମ ଦଳର ଇଜତ ପାଇଁ ଯେଉଁ ମାନଙ୍କ ସହ ଲଢେଇ କରିବାକୁ ପଡୁଥିଲା ସେମାନେ ଆମ ଦଳରେ ବର୍ତ୍ତମାନର ହିରୋ । ଆମଦାନି ଛାତ୍ର ନେତା ମାନେ ଦଳର ଏବେ କାର ଗେହ୍ଲା ପୁଅ । ଏମାନଙ୍କ ମଧ୍ୟରୁ କିଏ କର୍ପୋରେସନ୍ ତ ଆଉ କିଏ ଡାଇରେକ୍ଟର୍ ତ ପୁଣି କିଏ ଛାତ୍ର ର ଗୁରୁତ୍ୱ ପୁର୍ଣ୍ଣ କାର୍ଯ୍ୟକାରି ସଭାପତି ଭଳି ଉଚ୍ଚ ପଦରେ ଥଇଥାନ୍ । ସେମାନଙ୍କର ଦଳପ୍ରତି ଆନୁଗତ୍ୟ କଣ ? ସେମାନଙ୍କ ଠାରେ କଣ ଏମିତି ଦକ୍ଷତା ଅଛି ଯେ ଆମ ପାଖେ ନାହିଁ । ଯିଏ ଗୁରୁ ଏବଂ ବିଜୁ ଜନତା ଦଳକୁ ଆଣିଥିବା ଲୋକର ନୁହଁ ସେ କାହାର ନୁହଁ । ଏ ଦଳରେ ତାଙ୍କର ସ୍ୱାର୍ଥ ପୁରଣ ନ ହେଲେ ଅଲଗା ଦଳକୁ ପଳେଇବେ । ବାର ଘରିଆଙ୍କ ପାଇଁ ସବୁ ସମ୍ଭବ । ଆମେ ଯେତେ ଥର ଜିନ୍ଦାବାଦ ପକେଇଛୁ , ସେମାନେ ନବୀନ ବାବୁ ଆଉ ଆମ ଦଳର ମୁର୍ଦାବାଦ ସହସ୍ର ଅଧିକ ପକାଇଛନ୍ତି । ତାହା ହେଲେ ଆମର ଭୁଲ କେଉଁଠି ? (ରାଜ୍ୟ ସଭାପତି ଓ ମହେଶ ପ୍ରସାଦ ଭଳି ଛାତ୍ର ନେତା ବି ଏଦଳରେ ଅଲୋଡା) ଦଳ ପାଇଁ ବହୁ ମୂଲ୍ୟ ସହ ଯୌବନ ବି ନଷ୍ଟ କରିଛୁ । ଯେଉଁ କଲେଜ୍ ରୁ ପାସ କରିଛୁ ଯଦି ଆମେ ଚାହିଁ ଥାନ୍ତୁ ପିଅନ ଚାକିରି କରିପାରିଥାନ୍ତୁ । ଦୀର୍ଘ ସମୟ ପାଟିରେ କାମ କରି କଣ ମିଳିଲା ଏଠି ? ଦଳରେ ଅଭିଞତା , ସିନିୟର, ଜୁନିୟର ଏବଂ କଠିନ ପରିଶ୍ରମର କିଛି ମୂଲ୍ୟ ନଥାଏ । ଚାଟୁକାର କେତେ ଦିନ ଚାଲିବ । ଯୁବ ବ୍ୟାପାର ଦାୟୀତ୍ୱରେ ଥିବା ମାନ୍ୟବର ବିଧାୟକ ମୋ ଠାରୁ ବିଜୁ ଜନତା ଦଳରେ କମ ଦିନର ସଦସ୍ୟ । ଭୁବନେଶ୍ୱର ରେ କେତେ ଜଣ ସ୍ଥାନୀୟ ଛାତ୍ର ନେତାଙ୍କ ସହ ସମ୍ପର୍କ ଅଛି? "ନୂତନ ଭାବେ ଗଢା ହୋଇଥିବା ଯୁବ ଏବଂ ଛାତ୍ର କମିଟି ବାବଦରେ ଆମଦଳର ମାନ୍ୟବର ସଭାପତି ଅବଗତ ତ?" ମୋତେ କାହିଁ ସନ୍ଦେହ ହେଉଛି । ଯେହେତୁ କୋରୋନା ସମୟ କେହି ଭେଟୁ ନାହାଁନ୍ତି ତେଣୁ " ସୋସିଆଲ ମିଡିଆରେ ଲେଖିବାକୁ ବାଧ୍ୟ ହେଲି । @ମୋର ଏହି ଦାବିଟିକୁ ଦଳର ସଭାପତି ଗୁରୁତ୍ୱ ଦେଇ ପୁର୍ନବାର ବିଚାର କରିବେ କି ? ଦଳ ଭିତରେ ବଡ ଏବଂ ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ରହୁ । ପୁରୁଣା କର୍ମୀଙ୍କୁ ଉଚିତ ସମ୍ମାନ ମିଳୁ । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଏହା କାହା ପୈତୃକ ସମ୍ପତି ନୁହଁ । ଯିଏ ଯେମିତି ଚାହିଁବ ସେମିତି ଚୟନ କରିବ ( ଗୁରୁଙ୍କ ସମ୍ମାନ ପାଇଁ ଚୁପ ଥିଲି ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି ) ନିରବତା ଆମ ଦୃବଳତା ଭାବିବା ଭୁଲ । ଅନ୍ୟ ଛାତ୍ର ଏବଂ ଯୁବ ନେତା ମାନେ ସତ୍ୟକୁ ସାମ୍ମନା କରନ୍ତୁ ଏବଂ ନିଜର ହକ ଜାହିର କରନ୍ତୁ । ଯେଉଁ ଭଳି ବରିଷ୍ଠ ଯୁବ- ଛାତ୍ର ନେତା ମାନଙ୍କୁ ଉପେକ୍ଷା କରାଯାଉଛି ଯଦି ଏହାର ପୁର୍ଣ୍ଣ ବିଚାର କରାନଯାଏ । ଆଗାମି ଦିନରେ ଓଡିଶାର କୋଣ ଅନୁକୋଣରେ ଯୁବ-ଛାତ୍ର ନେତାଙ୍କ ପ୍ରତିବାଦର ସ୍ୱର ଉଠିବ । ମୁଁ ରାଜଧାନୀ ପିଲା ଚାଟୁକାର କି ଭୟ କରିବା ମୋ ବାପା ମୋତେ ଶିଖେଇ ନାହାଁନ୍ତି ।
#ମୋର_ବ୍ୟକ୍ତି_ଗତ_୩ଟି_ପ୍ରଶ୍ନ ?
୧-ଆମର ଯୁବ ଏବଂ ଛାତ୍ର ସଭାପତି କିଏ ?
୨- କେଉଁ ଆଧାର ରେ ଯୁବ- ଛାତ୍ର କର୍ମକର୍ତ୍ତା ଚୟନ କରାଯାଇଛି?
୩- ଦଳ ଭିତରେ ଅଭିଞତା ଏବଂ ସାନ , ବଡର ତାର ତମ୍ୟ ଅଛି ନା ନାହିଁ ?