ନାକ୍ଟିଦେଉଳ/ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣି ଗ୍ରାମର ଅମିତ୍ ଧଳ ନାମକ ଜଣେ ଯୁବକ ଆଜି ଗାଁର ପାଖ ନଦୀକୁ ଗାଧୋବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଅମିତ୍ ଗ୍ରାମର ଅନ୍ୟ ୨ଜଣ ସାଙ୍ଗଙ୍କ ସହ ଆଜି ଦିନ ୧୧ ବେଳେ ନିକଟସ୍ଥ ଟିକିରା ନଦୀ କୁ ଭୋଜି କରିବା ପାଇଁ ଯାଇଥିଲେ I ଦିନ ପ୍ରାୟ ସାଢେ ୧ଟା ବେଳେ ରୋଷେଇ ସାରି ଅମିତ ଅନ୍ୟ ଦୁଇ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଅମିତ୍ ନଦୀର ଗଭୀର ପାଣିରେ ବୁଡି ହଠାତ୍ ନିଖୋଜ ହୋଇଯାଇଥିଲେ ।
ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚଞ୍ଚିଲେ । ତାପରେ ନାକ୍ଟିଦେଉଳ ଥାନା ଓ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିରେ ଖୋଜାଖୋଜି କରିଥିଲେ । ହେଲେ ସଂନ୍ଧ୍ୟା ପର୍ଯ୍ୟନ୍ତ ଅମିତ୍ର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।







