ହେଡଲାଇନସ୍:

ନିଷ୍ଠା ପରିବାର ପକ୍ଷରୁ ରକ୍ତ ଦାନ ଶିବିର, ୨୧ୟୁନିଟ୍ ରକ୍ତ ସଂଗୃହୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବର୍ତ୍ତମାନ ବିଶ୍ଵ ଜବୁ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି ତାହା ସମସ୍ତଙ୍କୁ ଜଣା । କୋରୋନା ମହାମାରୀ ମଣିଷ ଜୀବନକୁ ଯେଭଳି ଭାବରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବିତ କରୁଛି ତାହା ବୟାନ କରିବା ମଧ୍ୟ ଅତି କଷ୍ଟକର ହୋଇ ଗଲାଣି । ଏହି ମହାମାରୀ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ବେଶ ପ୍ରଭାବିତ କରି ସାରିଛି । ବିଭିନ୍ନ ରକ୍ତ ଭଣ୍ଡାର ମାନଙ୍କରେ ଦେଖା ଦେବାକୁ ଲାଗିଲାଣି ରକ୍ତର ଅଭାବ । କରୋନା ମହାମାରୀ ସମୟରେ ରକ୍ତାଭାବ କୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରଚେଷ୍ଟା ଆରମ୍ଭରୁ ଜାରି ରହିଛି । ଆଜି ନିଷ୍ଠା ପରିବାର ଦ୍ୱାରା ବରଗଡ ରକ୍ତ ଭଣ୍ଡାର ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଡାକ୍ତର ତଥା ପରିଚିତ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ ତ୍ରିପାଠୀ ଫିତା କାଟି ଉଦ୍ଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ରକ୍ତ ଭଣ୍ଡାରକୁ  ସାନିଟ୍ରାଇଜ୍ କରିବା ସହ ଅକ୍ସିମିଟର ର ବ୍ୟବହାର ମଧ୍ୟ କରାଯାଇଥିଲା।ଏହି ଶିବିର ରେ ନିଷ୍ଠା ପରିବାର ର ସଂପାଦକ ଅଶ୍ବିନୀ ତ୍ରିପାଠୀ,ଲିଂଗରାଜ ସାହୁ,ଲବ ସାହୁ,ଦିପକ ଦେହେରୀ,ପବନ ଷଢଂଗୀ,ଆଶିଷ କର ଉପସ୍ଥିତ  ଥିଲେ । ଆଗାମୀ ଦିନରେ ମଧ୍ୟ ଅନେକ ଆବଶ୍ୟକତା କୁ ଦେଖି  ରକ୍ତଦାନ ଶିବିର ମାନ ଆୟୋଜନ କରାହେବ ବୋଲି ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି ।

ଏହି ଶିବିର ରେ ସର୍ବମୋଟ ୨୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ନିଷ୍ଠା ପରିବାର ତରଫରୁ ସମସ୍ତ ରକ୍ତଦାତା ମାନଙ୍କୁ ଅନେକ ଅନେକ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଅଂଚଳରେ ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟ, ଉପେକ୍ଷିତ ଙ୍କସେବାରେ ଉତ୍ସାର୍ଗୀକୃତ ନିଷ୍ଠାପରିବାର ନିଜର ନିସ୍ୱାର୍ଥ ପର ସେବା କାର୍ଯ୍ୟ ପାଇଁ ନିଶ୍ଚିତ ଭାବରେ ପ୍ରଶଂସନୀୟ ।

 

0
0
0
s2sdefault