କାମ ହେଉଛି ନିମ୍ନ ମାନ, ଶ୍ରମିକଙ୍କୁ ହେଉଛି ଶୋଷଣ : ହେଲେ ପଚାରିଲେ ମୁହଁ ଟାଣ
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ନହୁସ ବାଗ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲାଞ୍ଜି ମେଗା ଉଠା ଜଳସେଚନ ପ୍ରକଳ୍ପ ଲାଞ୍ଜି ଗ୍ରାମ ପରିବର୍ତ୍ତେ ହେଉଛି ଚପ୍ରିଆ ଗ୍ରାମରେ କାର୍ଯ୍ୟ । ସ୍ଥାନ ପରିବର୍ତ୍ତନ ହେଲା, ଏହା ସ୍ୱାଗତ ଯୋଗ୍ୟ । ଏହି କାମଟି GVPR engineers limitd /hydrabad ଙ୍କ ଦ୍ୱାରା ଚାଲିଛି । କାର୍ଯ୍ୟାଦେଶ ଅନୁଯାୟୀ 12/12/16ରୁ ଆରମ୍ଭ ହୋଇ 25/06/2019ଶେଷ ହେବା କଥା | ହେଲେ ଏ ପର୍ଯ୍ୟନ୍ତ କାମ ଅଧାରୁ ବି କାମ ହେଇଛି | ଏ ପ୍ରକଳ୍ପ କେବେ ସରିବ ଓ ଚାଷୀର ଖେତକୁ ପାଣି ମାଡ଼ିବ ତାହା ନେଇ ଆଶଙ୍କା ସୃଷ୍ଟି ହୋଇଛି | ଅପାର ପକ୍ଷରେ କମ୍ପାନୀ ଅନ୍ୟ ଠିକାଦାରମାନଙ୍କ ମାଧ୍ୟମରେ କାମ କରାଉଛି | କାମ କରାଉଥିବା ଠିକାଦାର ମାନଙ୍କୁ କମ୍ପାନୀ ପଇସା ଦେଉ ନଥିବାରୁ ସମ୍ପୃକ୍ତ ଠିକାଦାର ପ୍ରକଳ୍ପରେ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରୁଥିବା ଶ୍ରମିକ ବା ମଜୁରିଆ ମାନଙ୍କୁ ସେମାନଙ୍କ ମଜୁରୀ ଦେଇପାରୁନାହିଁ | କମ୍ପାନୀ ଆଗରେ ଶ୍ରମିକ ମାନେ ଗୁହାରି କଲେ ମଜୁରୀ ବଦଳରେ ଗାଳି ଓ ଧମକ ମିଳୁଛି । କେବଳ ଶ୍ରମିକ କାହିଁକି, ଖବର ସଂଗ୍ରହ କରିବାକୁ ଯାଇଥିବା ଆମ ପ୍ରତିନିଧିଙ୍କ ସମେତ ଅନ୍ୟ ସାମ୍ବାଦିକ ମାନଙ୍କୁ କଂପାନୀର ଯନ୍ତ୍ରୀ ଓ ଅଧିକାରୀ ମାନେ ଧମକ ଦେବା ସହ ଦାଦାଗିରି କରୁଛନ୍ତି | ଏଠାରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଛି କମ୍ପାନୀ ପ୍ରରୋଚନାରେ ବୋଲି ଅଭିହୋଗ ହେଉଛି | 12 mm ଛଡ ପରି ବର୍ତେ 8 mm ଛଡରେ ହେଉଛି କାର୍ଯ୍ୟ | କିଛି କାଂସରେ ମାଟି ଛାଡ଼ିଲାଣି ପ୍ଲିନ୍ତ ଲେବୁଲ |
ଏ ବିଷୟରେ ଗଣମାଧ୍ୟମ ପ୍ରତିନିଧି ମାନେ ସୁଚନା ପାଇଲା ପରେ ସତ୍ୟାସତ୍ୟ ପଚାରିବାକୁ ଗଲା ପରେ ଦୁର୍ବ୍ୟବହାର ରୁ ବାଦ ପଡ଼ିନାହାନ୍ତି । କମ୍ପାନୀର ଅଧିକାରୀ ମାନେ " ତମେ ନ୍ୟୁଜ କରି ଆମର କଣ ବଙ୍କେଇ ପକେଇବ" ବୋଲି କହିବା ସହ ଧମକଚମକ ଦେଇଥିଲେ | " ସମସ୍ତେ ଆମରି ହାତରେ । ତମର ନ୍ୟୁଜ କଲେ ବି ଆମର କିଛି କରିପାରିବନି ବୋଲି ଖୋଲା ଖୋଲି ପ୍ରକାଶ କରିଛନ୍ତି ମ୍ୟାନେଜର ।
ଏଥିରେ ପ୍ରଶ୍ନ ଉଠେ ସତରେ ଏମାନଙ୍କ ସହିତ ରାଜନେତା ଓ କର୍ମଚାରୀଙ୍କ ମଧୁରଚନ୍ଦ୍ରିକା ଅଛି କି ? ଯଦି ତାହା ସତ୍ୟ ତେବେ ସାଙ୍ଘାତିକ | ଯଦି ନୁହେ, ତେବେ କୋଟି କୋଟି ଟଙ୍କା ଟଙ୍କାର ପ୍ରକଳ୍ପକୁ ନେଇ ଠିକା କମ୍ପାନୀଙ୍କ ଅତ୍ମାସାତ ଯୋଜନା ଉପରେ କେବେ ଅଙ୍କୁଶ ଲାଗିବ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଚାଷୀ ଓ ଲୋକଙ୍କ ମହଲ ରେ ଚର୍ଚା ହେଉଛି | କେତେ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ସରକାର ନେଉଛନ୍ତି ଓ ଚାଷୀ କୂଳ ମୁହଁରେ ଯେବେ ହସ ଫୁଟାଇବେ ତାହା ଦେଖି ବାକୁ ଵାକି ରହିଲା ।







