ଭୁବନେଶ୍ୱର (ଶାସକ ପ୍ରଶାସକ) :ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି, ଜଣାଶୁଣା ସଂସ୍କୃତିକ-ସାମାଜିକ ସଂଗଠକ ଓ ତଥା ଲୋକପ୍ରିୟ ଯୁବ ନେତା ସଂଗ୍ରାମ ପାଇକରାୟ (ଗାଲା) କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ସୁସ୍ଥ ଅଛନ୍ତି ଓ ଘରେ ସଙ୍ଗରୋଧରେ ଅଛନ୍ତି | ଗତ ସାତ ଦିନ ମଧ୍ୟରେ ତାଙ୍କ ସାଙ୍ଗରେ ଯେଉଁମାନେ ମିଶିଛନ୍ତି ସେମାନେ ସେମାନଙ୍କର ପରୀକ୍ଷା କରାଇ ନିଅନ୍ତୁ ବୋଲି ଶ୍ରୀ ପାଇକରାୟ ଅନୁରୋଧ କରିଛନ୍ତି |







