ହେଡଲାଇନସ୍:

 ବିଧାୟକଙ୍କ ଦ୍ଵାରା ଉଦଘାଟନ ଓ ଭୂମି ପୂଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ପାଞ୍ଚାୟତରେ ସେପ୍ଟେମ୍ବର ୨୬ ତାରିଖ ଶନିବାର ଦିନ ଦୁଇଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଦୁଇଟି ପ୍ରକଳ୍ପ ପାଇଁ ଭୂମିପୂଜା କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁଙ୍କ ଦ୍ୱରା ଏହି ପାଞ୍ଚାୟତର ଗୁଡ଼ିପଲ୍ଲୀ ଗ୍ରାମର ନୂତନ ଅଙ୍ଗନବାଡି ଗୃହ ଓ କେ.ପଥରାପଲ୍ଲୀ ଗ୍ରାମର ନୂତନ କୋଠଗୃହ ଦୁଇଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ ଗୌଡ଼ିଆବୋରଦା ଗ୍ରାମର କଲ୍ୟାଣୀ ମଣ୍ଡପ ଓ କାନସୁକା ଗ୍ରାମର ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଭୂମିପୂଜା ହୋଇଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ସ୍ଥାନୀୟ ସରପଞ୍ଚ ବାବୁଲି ବେହେରା, ସମିତି ସଭ୍ୟ ଟୁନା ନାୟକ, ନାଏବ ସରପଞ୍ଚ ରଶ୍ମିତା ପ୍ରଧାନ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ଯୋଗ ଦେଇଥିଲେ।

0
0
0
s2sdefault