ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସ ଦଳର ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ମହେନ୍ଦ୍ର ନାୟକ ଜଣାଇଛନ୍ତି ଯେ ଆସନ୍ତା ଏକ ମାସ ଭିତରେ ଜିଲ୍ଲାରେ ଅନିୟମିତ ଭାବରେ ଚାଲୁଥିବା କାର୍ଯ୍ୟାବଳୀ ବିରୋଧରେ ଚାର୍ଜସିଟ ପ୍ରସ୍ତୁତ କରି ଜନତା ଅଦାଲତରେ ପେସା କରିବ। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟ କାହା ସ୍ବାର୍ଥରେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଖଣି ଓ ଶିଳ୍ପରେ ଭରପୂର ଜିଲ୍ଲା ଝାରସୁଗୁଡ଼ାର ଯୁବକ କାର୍ଯ୍ୟ ନ ପାଇ ବାହାରକୁ ଯାଉଛନ୍ତି ବା ବେକାର ବୁଲୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି ସମସ୍ତ ଜମି ମାଫିଆ ଓ ଦଲାଲ ମାନଙ୍କ ହାତକୁ ଚାଲିଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ଅତ୍ୟନ୍ତ ପଛୁଆ ହୋଇ ରହିଯାଇଛି। ପରିବେଶ ପ୍ରଦୂଷଣ ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି। ଏହି ସବୁ ସମସ୍ୟାକୁ ନେଇ ଆଗାମୀ ସମୟରେ ଜନତା ଅଦାଲତକୁ ଯିବ ବୋଲି ଶ୍ରୀ ନାୟକ କହିଛନ୍ତି।
ଏହି ସଭାରେ ଫକୀର ନାଏକ, କୃଷ୍ଣଚନ୍ଦ୍ର ଭୋଇ, ଶାହରୁଖ ଖାନ, ରାହୁଲ ଠାକୁର, ତ୍ରିଲୋଚନ ଡନସେନା,କାନ୍ତ ଟାଜନ,ସୁନୀଲ ଖଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।







