ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବିରୋଧ କରି ରାସ୍ତା ଅବରୋଧ।
ଟିଟିଲାଗଡ , ( ଗୌରବ ଦର୍ଜୀ)- ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତ ର କାପଶିଭଟା ଗାଁ ର ବିଦ୍ୟାଳୟ କୁ ନିକଟସ୍ଥ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେବତିପଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା କୁ ପ୍ରତିବାଦ କରି ଆଜି ରାସ୍ତା ଅବରୋଧ କରିଥିଲେ। କାପଶିଭଟା ଗ୍ରାମ ରୁ ସେବତିପଡ଼ା ଗ୍ରାମ ପ୍ରାୟ ଦୁଇ କିଲୋମିଟର ଦୂର ହେବା। ପାଖ ଅଞ୍ଚଳ ରେ ମଦ ଭାଟି ଅଛି ଓ ସେହି ରାସ୍ତା ଦେଇ ଅନେକ ଟ୍ରାକ୍ଟର ପ୍ରତିଦିନ ଯିବା ଆସିବା କରେ। କାପଶିଭଟା ଗ୍ରାମ ବିଦ୍ୟାଳୟ ରେ ଅନେକ ବିକଳାଙ୍ଗ ଛାତ୍ର ଛାତ୍ରୀ ଓ ରୋଗୀ ଶିଶୁ ମଧ୍ୟ ପାଠ ପଢିବାକୁ ଯାଆନ୍ତି । ଏହି ପରି ପରିସ୍ଥିତି ରେ ଅଭିଭାବକ ନିଜ ଶିଶୁ ମାନଙ୍କୁ ବିପଦ ସଙ୍କୁଳ ରାସ୍ତା ରେ ପ୍ରାୟ ଚାରି କିଲୋମିଟର ଯିବା ଆସିବା କରିବା ପାଇଁ ଛାଡି ପାରିବୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। କପଶିଭଟା ବିଦ୍ୟାଳୟ ରେ ବର୍ତ୍ତମାନ ୨୯ ଜଣ ଶିକ୍ଷାର୍ଥୀ ପଢୁଥିବା ବେଳେ ଆଗକୁ ଆହୁରି ୩୦ ଜଣ ଶିକ୍ଷାର୍ଥୀ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ସରକାର ରାଜ୍ୟ ର ସମସ୍ତ ଶିଶୁ କୁ ଶିକ୍ଷା ଗ୍ରହଣ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଦୁବଡ଼ିବି ପୁଟିଥିବା ବେଳେ ଏହିପରି ଶିଶୁ ମାନଙ୍କ ବିରୋଧୀ କାର୍ଯ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଗରିବ ସେନା ସଭାପତି ଶ୍ରୀ ବିରେନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଗ୍ରାମବାସୀ ଆଜି କାପଶିଭଟା ଓ ସେର୍କୋ ଛକ ରେ ଧାରଣ ରେ ବାସୀ ସରକାରଙ୍କ ନୀତି ବିରୋଧରେ ଧାରଣା ଦେଇଥିଲେ। ଶ୍ରୀ ବାଗ କହିଛନ୍ତି କୋମଲମତି ଶିଶୁ ମାନେ ଘର ଦୁଆରେ ଭଲ ଭାବରେ ଚାଲି ଜାଣି ନାହାନ୍ତି ସେହିପରି ଶିଶୁ କୁ ପ୍ରାୟ ଦୁଇ କିଲୋମିଟର ଦୂର କୁ ଶିକ୍ଷା ପାଇଁ ପଠାଇବା କେତେ ଯୁକ୍ତି ଯୁକ୍ତ। ଦାବି ପୂରଣ ନ ହେଲେ ଆଗକୁ ଗ୍ରାମବାସୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି।