ହେଡଲାଇନସ୍:

କୃଷି ରୁଣ ଛାଡ କରିବା, କୃଷି ଅଧ୍ୟାଦେଶ ବିଲ ବାତିଲ ଆଦି ୧୫ ଦଫା ଦାବିରେ ଆନ୍ଦୋଳନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁରରୁ ମାଧବ ବିଡ଼ିକା :  ସିପିଆଇଏମ (ଲିବରେସନ)ର  ଗଣ ସଂଗଠନ ଅଖିଳ ଭାରତ କିସାନ  ମହାସଭା (A I K M)  ତରଫରୁ  କୃଷି ରୁଣ ଛାଡ କରିବା, କୃଷି ଅଧ୍ୟାଦେଶ ବିଲ ବାତିଲ କରିବା ,  କୃଷି ଦ୍ରବ୍ୟର ସହାୟକ ମୂଲ୍ୟ ଦୁଇ ଗୁଣ କରିବା, ପ୍ରାଇଭେଟ ମଣ୍ଡି ବନ୍ଦ କରିବା  , ନୁତନ ବିଦ୍ୟୁତ ସଂଶୋଧନ ବିଲ୍ ବନ୍ଦ କରିବା, କମ୍ପାନୀ ପକ୍ଷରୁ ଠିକା ଚାଷ ବ୍ଯବସ୍ଥା ବାତିଲ କରିବା, ଭାଗଚାଷୀ ମନକୁଂ ଚାଷୀ ର ମାନ୍ୟତା ପ୍ରଦାନ କରିବା, କୃଷି କ୍ଷେତ୍ରରେ କର୍ପୋରେଟ ହାତରେ  ଟେକି ଦେବା ବଦଂ କରିବା, ଏମଜିନରେଗା  କାମ ରେ ବର୍ଷ କୁ 200 ଦିନ କାମ ଦୈନିକ 500 ଟଙ୍କା ମଜୂରୀ ଯୋଗାଇ ଦେବା ଓ ପରିବେଶ ଗତ ପ୍ରଭାବ  ଆକଳନ ନାମରେ ପରିବେଶକୁ ଧ୍ବଂସ  ବନ୍ଦ କରିବା ସମେତ  15 ଦଫା ଦାବି ନେଇ ଦେଶ ବ୍ୟାପି ପ୍ରତିବାଦ ସହ ମୁଖ୍ୟମନ୍ତ୍ରୀ କଂ ଉଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |  ପରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା |

0
0
0
s2sdefault