ହେଡଲାଇନସ୍:

ସ୍ବାଭିମାନ ଅଂଚଳରେ ଗମନାଗମନର ଉନ୍ନତି ପରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି /ବି ଶ୍ରୀନିବାସ ପାତ୍ର : ଜିଲ୍ଲା ପ୍ରଶାସନ ତରଫରୁ ସ୍ବାଭିମାନ ଅଂଚଳରେ ଗମନାଗମନର ଉନ୍ନତି କରଣ କରାଯାଇ ସେହି ଅଂଚଳର ସ୍ବାସ୍ଥ୍ୟ ଓ ଜନସାଧାରଣଙ୍କ ସର୍ବବିଧ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ଅଛି । ସେହି ଅଂଚଳରେ ବିଶେଷତ୍ଵ ସ୍ଵାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ଯାନବାଇ ଓ ଯୋଡାମ୍ବର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏମ.ବି ବି ଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଅଛି । ସ୍ୱାଭିମାନ ଅଂଚଳର ଭିତ୍ତିଭୂମି ପରିପ୍ରକାଶ , ଜୀବନଧାରଣମାନର ଉନ୍ନତି , ଶିକ୍ଷା , ଟେଲିଫୋନ , ସ୍ଵାସ୍ଥ୍ୟ ସେବାର ଉନ୍ନତି ହେବା ପରେ ଅଂଚଳବାସୀଙ୍କ ମନରେ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତି ବିଶ୍ୱାସ ଓ ଆସ୍ଥା ବୃଦ୍ଧି ପାଇଛି । ସେହି ଅଂଚଳର ଶିଶୁ ଓ ମାତୃସେବାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା ନିମନ୍ତେ ଜିଲ୍ଲା ସଦର ମହକୁମାରୁ ଶିଶୁ ବିଶେଷଜ୍ଞ ଡାକ୍ତର ଶ୍ରୀ ସନ୍ତୋଷ କୁମାର ମିଶ୍ର ଏବଂ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶିବ ପ୍ରସାଦ ମହାରଣାକୁ ଯାନବାଇ ଓ ଯୋଡାମ୍ବରେ ଯଥାକ୍ରମେ ନିଜ ଦାୟିତ୍ବ ସହ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଅଛି । ଉଭୟ ବିଶେଷଜ୍ଞ ଯାନବାଇ ଓ ଯୋଡାମ୍ବରେ ସପ୍ତାହର ପ୍ରତି ଶୁକ୍ରବାର ଓ ରବିବାର ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରତି ମଙ୍ଗଳବାର ରୋଗୀମାନଙ୍କୁ ସେବା କରିବେ । ଯୋଡାମ୍ବରେ ଦିନ 10 ଘ.ରୁ 12 ଘ , ଏବଂ ଯାନବାଇ ଓ ଚିତ୍ରକୋଣ୍ଡାଠାରେ ଅପରାହ୍ନ 3 ଘ , ରୁ 5 ଘ ମଧ୍ୟରେ ରୋଗିମାନଙ୍କ ସେବା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଅଛି । ଏହି ଆଦେଶ ଚଳିତ ମାସ 25.09.2020 ରୁ କାର୍ଯ୍ୟକାରି କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଦିଲ୍ଲୀପ ସାମନ୍ତରାୟ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault