ବାରିପଦା(ଦିଲ୍ଲୀପ ମହାନ୍ତି )-; ମନରେଗା ଯୋଜନା ମୟୁରଭଂଜ ଜିଲ୍ଲାରେ ବାଟ ହୁଡ଼ିଛି । ଜିଲ୍ଲାର କୁସୁମୀ ବ୍ଲକ ଅଧିନ ଛଣୁଆଁ ପଞ୍ଚାୟତରେ ମନରେଗା କାମରେ ମେସିନ ଖୋଳୁଛି ପୋଖରୀ । ଏହାର ପ୍ରତିବାଦରେ ଏସୟୁସିଆଇ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର କୁସୁମି ବ୍ଲକର ଚୁଆପାଣି ପଞ୍ଚାୟତ ଦୁର୍ନୀତିରେ ଉବୁଟୁବୁ । ପଞ୍ଚାୟତରୁ ବ୍ଳକ ପର୍ଯ୍ୟନ୍ତ ଦୁର୍ନୀତିରେ ଜନ ପ୍ରତିନିଧି ସମେତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସମସ୍ତେ ସଂଶ୍ଳିଷ୍ଟ । ଏଭଳି ଦିବା ଦୃଶ୍ୟ ଘଟଣା ଦେଖିବାକୁ ମିଳିଛି କୁସୁମି ବ୍ଲକର ଚୁଆପାଣି ପଞ୍ଚାୟତର ଛ।ନୁଆଁ ଗ୍ରାମରେ ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ ପୋଖରୀ ଖନନ କରୁଛି । ସାଂପ୍ରତିକ ପରିସ୍ଥିତିରେ କରୋନା ମହାମାରୀରେ ସମସ୍ତେ ଇତଃସ୍ତତ । ପ୍ରବାସୀ ଶ୍ରମିକ ଓ ଗାଁ ଶ୍ରମିକ ହାତରେ କାମଧନ୍ଦା ନାହିଁ । ସରକାର ଏଥିପାଇଁ ନରେଗା ଯୋଜନାରେ ଲୋକଙ୍କ ହାତକୁ କାମ ଦେବା ବ୍ୟବସ୍ଥା କରିଛନ୍ତି । ହେଲେ ବ୍ଲକର ଯନ୍ତ୍ରୀ ,ଜନ ପ୍ରତିନିଧି, ପଞ୍ଚାୟତ କର୍ମଚାରୀ ସମୂହ ମିଳିମିଶି ସରକାରଙ୍କ ଲୋକାଭିମୁଖି ଯୋଜନାକୁ ପଣ୍ଡ କରିଦେଇଛନ୍ତି । ମନରେଗା କାମର ସମସ୍ତ ନିୟମକୁ ଉଲ୍ଲଂଘନ କରିଥିବା ନଜର ଆସୁଛି । ପୋଖରୀ ଖନନ ମେସିନ ଦ୍ବାରା ନିୟମ ନାହିଁ । ହେଲେ ମେସିନ ଦ୍ବାରା ପୋଖରୀ ଖନନ କରାଯାଉଛିL।ଏହାକୁ ନେଇ ଶ୍ରମିକ ମାନେ ବିଡ଼ିଓଙ୍କୁ ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଶେଷରେ ଏସୟୂସିଆଇ ତରଫରୁ ଯଶିପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ନେତୃତ୍ବରେ ଶ୍ରମିକ ମାନେ କୁସୁମୀ ବ୍ଳକ ବିଡ଼ିଓଙ୍କୁ ଛଣୁଆଁ ଗାଁ ପୋଖରୀ ଖନନ ଦୁର୍ନୀତି ବିରୋଧରେ ଏକ ଲିଖିତ ଦାବିପତ୍ର ମଙ୍ଗଳବାର ଦିନ ପ୍ରଦାନ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ବିଡ଼ିଓଙ୍କୁ ଏହା ଉପରେ ପ୍ରତିକ୍ରିୟା ଦେବାପାଇଁ କହିବାରୁ ସେ ଆଡେଇ ଯାଇଥିଲେ ।ଲୋକ କାମଧନ୍ଦା ନ ପାଇ ଭୋକ ସଂସଦ ଉପାସରେ ଦିନ କାଟୁଥିବା ବେଳେ କୁସୁମି ବ୍ଲକରେ ମେସିନ କାମ କରୁଛି । ଜିଲ୍ଲାପାଳ ଏହାର ତଦନ୍ତ କରି ଦୁର୍ନିତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।
ରାଜ୍ୟ
ମନରେଗା ଯୋଜନା ବାଟ ହୁଡ଼ିଛି : ମଣିଷ ବଦଳରେ ମେସିନ କାମ କରୁଛି
- Hits: 249