ହେଡଲାଇନସ୍:

ଆର ପାରିରେ ବିଶିଷ୍ଟ  ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ, ଲେଖକ, ସଙ୍ଗଠକ ତଥା ରାଜନୈତିକ ବ୍ୟକ୍ତିତ୍ୱ ଭାଗବତ ପ୍ରସାଦ ନନ୍ଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ, ଲେଖକ, ସଙ୍ଗଠକ ତଥା ରାଜନୈତିକ ବ୍ୟକ୍ତିତ୍ୱ ଭାଗବତ ପ୍ରସାଦ ନନ୍ଦଙ୍କ ୮୩ ବର୍ଷ ବୟସରେ ଆଜି ସଂଧ୍ୟାରେ ପରଲୋକ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ l ସମ୍ବଲପୁର ଜିଲ୍ଲାର ଜଣେ ମୂରବୀ ଶ୍ରେଣୀୟ ବ୍ୟକ୍ତି ଭାବେ ଜଣାଶୁଣା ଦିବଂଗତ ଶ୍ରୀ ନନ୍ଦ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କର ବ୍ୟକ୍ତିଗତ ସଚିବ ଥିବା ସହ ପରାମର୍ଶଦାତା ମଧ୍ୟ ଥିଲେ। ଏଥିସହ ଜିଲ୍ଲାର ସମସ୍ତ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନ ସହ ଜଡ଼ିତ ଥିଲେ। ସମ୍ବଲପୁରରେ  ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ହୋଇଥିବା ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାଗବତ ପ୍ରସାଦ ନନ୍ଦ କିଛିଦିନ ସାମ୍ବାଦିକତା ମଧ୍ୟ କରିଥିଲେ ଓ  ଜିଲ୍ଲାର ସାହିତ୍ୟ, ସଂସ୍କୃତି, କଳା ଓ ଜନଜୀବନ ସହ ଅନ୍ତରଙ୍ଗ ଭାବେ ସଂଶ୍ଲିଷ୍ଟ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ସୌଦାମିନୀ ନନ୍ଦ ଓ ପୁତ୍ର ସାମ୍ବାଦିକ ଶିବ ଶଙ୍କର ନନ୍ଦ ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l

ତାଙ୍କ ବିୟୋଗରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଜଣେ ନିର୍ଭୀକ ନିରପେକ୍ଷ ସାମ୍ବାଦିକ ତଥା ବହୁ ଜନ ଆନ୍ଦୋଳନର ନେତୃତ୍ଵ ସହ ଜଡ଼ିତ ଥିଲେ ସେ । ବୁର୍ଲା ଡ଼ାକ୍ତରଖାନା ଆନ୍ଦୋଳନ, ହାଇକୋର୍ଟ ଆନ୍ଦୋଳନ ହେଉ ବା କୌଣସି ଶିକ୍ଷାନୁଷ୍ଠାନ ବା ସାମାଜିକ ସମସ୍ୟା ହେଉ ସ୍ୱତଃ ସେ ଜଡ଼ିତ ରହୁଥିଲେ । ତା‌ଙ୍କ ଭଳି ଜଣେ ମହାପୁରୁଷଙ୍କୁ ହରାଇ ଆଜି ସମଗ୍ର ପ‌ଶ୍ଚିମ ଓଡ଼ିଶା ନିଃ‌ସ୍ୱ ହୋଇଯାଇଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରନ୍ତି ।

0
0
0
s2sdefault