ହେଡଲାଇନସ୍:

ଜାତୀୟ ପୋଷଣ ଅଭିଯାନ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୁସ୍ଥ ସମାଜ ହିଁ ସୁସ୍ଥ ଦେଶର ପରିଚୟ । ମୁଖ୍ୟତଃ ମା , ଶିଶୁ , ଗର୍ଭବତୀ ଓ କିଶୋରୀ ବାଳିକା ମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଅଧିକ ରହିଥାଏ । ତେଣୁ କରି ସମାଜ ତଥା ଦେଶରୁ କୁପୋଷଣକୁ ଦୂର କରିବା ଉଦ୍ଦେଶ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ରାଷ୍ଟ୍ରୀୟ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଏବଂ ଏଥିପାଇଁ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତର ରାଣୀପେଣ୍ଠ ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ରଠାରେ ମଣ୍ଡଳ ସ୍ତରୀୟ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ ହେଉଛି । ଏହି ଅବସରରେ କେନ୍ଦ୍ରରେ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଉପରେ ଏକ ସଚେତନତା ମୂଳକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। 

ମୁଖ୍ୟତଃ  ଲୋକଙ୍କ ବାଡ଼ି-ବଗିଚାରେ ସହଜରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ସବୁଜ ତଟକା ପନିପରିବା ଓ ଶାଗ ଠାରୁ ଆରମ୍ଭ କରି ଶସ୍ୟ , ଡାଲି ଓ ତୈଳ ଜାତୀୟ ପ୍ରଭୃତି ଖାଦ୍ୟ ଖାଇବା ଓ ସେଥିରୁ କେତେ ପରିମାଣର ଓ କେଉଁ ପ୍ରକାରର ସ୍ନେହସାର , ପୁଷ୍ଟିସାର ଓ ଜୀବସାର ପ୍ରଭୃତି ଭିଟାମିନ ରହିଛି , ତାର ଉପାଦେୟତା ସମ୍ପର୍କରେ ଉପସ୍ଥିତ ଥିବା ଗର୍ଭବତୀ ମହିଳା , ମା ଓ ଶିଶୁ ଏବଂ କିଶୋରୀ ବାଳିକା ସମେତ ଅଙ୍ଗନବାଡି କର୍ମୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ଗୋଷ୍ଠୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କନକ ଲତା ପୂଜାରୀ ଏବଂ ବରିଷ୍ଠ ଅଙ୍ଗନବାଡି ସୁପରଭାଇଜର ବି.କୋମଲାଙ୍ଗୀ।

ସେହିଭଳି ଗର୍ଭଧାରଣ ପରବର୍ତ୍ତୀ ଖାଦ୍ୟ ଓ ଜନ୍ମିତ ଶିଶୁକୁ ମା’ କ୍ଷୀର ଖୁଆଇବା ଉପରେ ବୁଝାଇ ଭଲ ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବା ସହ ସୁନ୍ଦର ଓ ସୁସ୍ଥ ଶିଶୁ ଜନ୍ମ ହେବା ଉପରେ ବୁଝାଇଥିଲେ ।

ମୁଖ୍ୟତଃ ଭାବେ ପୁଷ୍ଟିସାର ଯୁକ୍ତ ଖାଦ୍ୟ କିଭଳି ପାଇବେ ଓ ସେ ସବୁକୁ କିଭଳି ପ୍ରସ୍ତୁତ କରି ଖାଇବେ , ସେ ସବୁର ପ୍ରଦର୍ଶନ କରାଯିବା ସହ ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଅଣ୍ଡା ଓ ଛତୁଆ ପ୍ରଭୃତିକୁ ସେମାନେ କିଭଳି ନିୟମିତ ଭାବେ ଓ ଠିକ୍ ସମୟରେ ଖାଇବେ , ସେ ସମ୍ପର୍କରେ ବୁଝାଇ ସଚେତନ କରାଯାଇଥିଲା ।

ଏତଦବ୍ୟତୀତ , ସମସ୍ତ ମା’ ମାନଙ୍କୁ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନିୟମିତ ଭାବେ ଯତ୍ନ ନେବା , କିଶୋରୀ ବାଳିକା ମାନଙ୍କୁ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି କିଭଳି ନିୟମିତ ଯତ୍ନ ନେବେ , କୃମି ନାଶକ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆଲବେଣ୍ଡାଜଲ ଔଷଧ ଖାଇବା , ପୁଷ୍ଟିକର ଓ ଆଇରନ ଯୁକ୍ତ ଖାଦ୍ୟ ଖାଇବା , ସ୍ୱାସ୍ଥ୍ୟ ସଫାସୁତୁରା ରଖିବା ପ୍ରଭୃତି ଉପରେ ସଚେତନ କରାଇଥିଲେ ।

ଏହି ମଣ୍ଡଳ ସ୍ତରୀୟ ଜାତୀୟ ପୋଷଣ ମହାମାସ କାର୍ଯ୍ୟକ୍ରମ , କାଶୀନଗର ଗୋଷ୍ଠି ଶିଶୁ ବିକାଶ ପ୍ରକଳ୍ପର ସହଯୋଗରେ ମଣ୍ଡଳ ସ୍ତରୀୟ ଅଙ୍ଗନବାଡି କର୍ମୀ ମାନଙ୍କ ପକ୍ଷରୁ ପୁଷ୍ଟିକର ଖାଦ୍ୟ ଓ ପନିପରିବା , ଶାଗ ଓ ବିଭିନ୍ନ ଶସ୍ୟ ଜାତୀୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା , ମା’ , ଶିଶୁ ଓ କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବା ସହ ସଚେତନତା ଅବଲମ୍ବନ ପାଇଁ ପରାମର୍ଶ ଦିଆ ଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ଆଞ୍ଚଳିକ ସ୍ତରରେ ଓ ବାଡ଼ି-ବଗିଚାରେ ମିଳୁଥିବା ବିଭିନ୍ନ ପ୍ରକାରର ପନିପରିବା ଓ ଶାଗ ଖାଇବା ସହ ସବୁବେଳେ ହାତଧୋଇ ଖାଇବା ଓ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

0
0
0
s2sdefault