ହେଡଲାଇନସ୍:

"ଲକ୍ଷ୍ମୀଧର ସାର ଥିଲେ  ଛାତ୍ର ବତ୍ସଳତା, ପ୍ରଜ୍ଞା, ଗଭୀର ଆତ୍ମବିଶ୍ୱାସ, କଠୋର ପରିଶ୍ରମ, ସାଧୁତା ଓ ଶୃଙ୍ଖଳାର ମୂର୍ତ୍ତିମନ୍ତ ପ୍ରତୀକ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜେନ୍ଦ୍ର କଲେଜ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

 15-04-18-bol.jpg - 52.96 kB

ବଲାଙ୍ଗିର(ନିରୋଜ ମିଶ୍ର) - ଟ୍ୟାକ୍ସେସନ, ଆକାଉଣ୍ଟସ ଭଳି ଅପେକ୍ଷାକୃତ କଷ୍ଟସାଧ୍ୟ ବିଷୟ ଶ୍ରେଣୀରେ ପଢ଼ାଇବାକୁ ବହୁତ କମ ବାଣିଜ୍ୟ ଅଧ୍ୟାପକ ଆଗଭର ହୁଅନ୍ତି । ତେବେ ସ୍ୱର୍ଗତ ଲକ୍ଷ୍ମୀଧର ପାତ୍ର ଥିଲେ ଜଣେ ବ୍ୟତିକ୍ରମ । ନୂଆକରି ଲାଗୁ ହୋଇଥିବା ଜିଏସଟି  ବ୍ୟବସ୍ଥା ସମ୍ପର୍କିତ ପାଠ୍ୟକ୍ରମକୁ ଏବେ ମଧ୍ୟ ଅନେକ ବାଣିଜ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ  ଆରମ୍ଭ କରିବା ଦିଗରେ ତତ୍ପରତା  ପ୍ରକାଶ ପାଉନଥିବା ବେଳେ ସ୍ୱର୍ଗତ ପାତ୍ର ରାଜେନ୍ଦ୍ର ସ୍ୱଂୟଶାସିତ ମହାବିଦ୍ୟାଳୟର ବାଣିଜ୍ୟ ପାଠ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରାଇବା ସହ ନିଜେ ପଢ଼ାଇବାକୁ ଆଗଭର ହୋଇଥିଲେ । ଛାତ୍ର ବତ୍ସଳତା, ପ୍ରଜ୍ଞା, ଗଭୀର ଆତ୍ମବିଶ୍ୱାସ, କଠୋର ପରିଶ୍ରମ, ସାଧୁତା ଓ ଶୃଙ୍ଖଳା ତାଙ୍କୁ ରାଜେନ୍ଦ୍ର କଲେଜର ଯେପରି ଜଣେ ଅମୂଲ୍ୟ ସମ୍ପଦ ଭାବେ ଗଢ଼ିଥିଲା, ସମଗ୍ର ରାଜ୍ୟରେ ତାଙ୍କୁ ଜଣେ ଶ୍ରେଷ୍ଠ  ବାଣିଜ୍ୟ ଅଧ୍ୟାପକର ମର୍ଯ୍ୟାଦା ଆଣିଦେଇଥିଲା ବୋଲି ତାଙ୍କ ସ୍ମୃତିସଭାରେ ମତ ପ୍ରକାଶ ପାଇଛି । ପୁରାତନ ଛାତ୍ର ସଂସଦର ସଭାପତି ଲଳିତ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତିସଭାରେ  ରାଜେନ୍ଦ୍ର କଲେଜର ଅଧ୍ୟକ୍ଷ ଡ. ବିନୟ ଜେନା, ପ୍ରାଧ୍ୟାପକ ରବିଶଙ୍କର ପାଣ୍ଡିଆ ଓ ପ୍ରାଧ୍ୟାପକ ଦେବେନ ମିଶ୍ର ପ୍ରମୁଖ ମଂଚାସୀନ ହୋଇ ସ୍ୱର୍ଗତ ପାତ୍ରଙ୍କ ସ୍ମୃତି·ରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଶ୍ରୀକର ମିଶ୍ର, ଅଜୟ ଦାସ, ପ୍ରଫେସର ସତ୍ୟବନ୍ତ ବେଦବାକ, ଡ. କୃତାର୍ଥ ମିଶ୍ର, ଗୋପାଳ ନାୟକ, ପ୍ରାଧ୍ୟାପକ ତରୁଣ ମିଶ୍ର, ଡା. ସୁଧୀର ପରିଚ୍ଛା, ମନୋରଞ୍ଜନ ଯୋଷୀ, ନଗେନ ପରିଡା, ଅମନ ନାଗ, ଆଲୋକ ହୋତା ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁରାତନ ଛାତ୍ର ସଂସଦର ସମ୍ପାଦକ ତଥା ‘ସମ୍ବାଦ’ ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ ।  ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ସଭାରେ କଲେଜର କର୍ମଚାରୀବୃନ୍ଦ, ପୁରାତନ ସହଯୋଗୀ, ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର  କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଏହି ମହାନ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |

0
0
0
s2sdefault