ହେଡଲାଇନସ୍:

ଭୁବଶ୍ୱେରରେ ବାଦଲଫଟା ବର୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭୁବନେଶ୍ୱରରେ ହୋଇଛି ବାଦଲଫଟା ବର୍ଷା । ଗତ ସୋମବାର ଦିନ ଭୁବନେଶ୍ୱରରେ ବାଦଲଫଟା ଯୋଗୁଁ ଏଭଳି ବର୍ଷା ହୋଇଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । 

ସୋମବାର ଦିନ ୩ଟାରୁ ୩.୫୦ ମିନିଟ ଧରି ଘଂଟା ପ୍ରତି ୯୬ ମିଲିମିଟର ତୀବ୍ରତା ସହ ବର୍ଷା ହୋଇଥିବା ସଂଗ୍ରହ କରାଯାଇଥିବା ଡାଟାରୁ ଜଣାଯାଇଛି ବୋଲି ସିଇସିର ନିର୍ଦ୍ଦେଶକ  ଡ. ଶରତଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । 

ଅଳ୍ପ ପରିସୀମା ବିଶିଷ୍ଟ କୌଣସି ଏକ ସ୍ଥାନରେ ଘଂଟା ପ୍ରତି ୧୦୦ ମିମି ତୀବ୍ରତାରେ ପ୍ରବଳ ବର୍ଷା ହେଲେ ଏହାକୁ ବାଦଲଫଟା ବର୍ଷା ବୋଲି କୁହାଯାଏ । ସାଧାରଣତଃ ଏହି ବାଦଲଫଟା ବର୍ଷା ପର୍ବତାଂଚଳ କିମ୍ବା ମରୁଭୂମି ଅଂଚଳରେ ହୋଇଥାଏ । ମାତ୍ର କେତେବେଳ ବିସ୍ତୃତ ସ୍ଥଳାଂଚଳରେ ମଧ୍ୟ ଏହା ହୁଏ । ମେଘରେ ଜଳକଣା ଘନୀଭୂତ ହୋଇ ଏହା ଘଟେ ।

ଡ. ସାହୁ କହିଛନ୍ତି ଯଦିଓ ପ୍ରାୟ ଏକ ଘଂଟା ଧରି ଭୁବନେଶ୍ୱରରେ ଏଭଳି ବର୍ଷାର ତାଣ୍ଡବ ଦେଖାଦେଇଥିଲା ତେବେ ଏହାର ନିକଟବର୍ତୀ ଅଂଚଳ ଯଥା ଖୋର୍ଦ୍ଧା, କଟକ, ବେଗୁନିଆ ଏବଂ ପୁରୀରେ ଏହାର କୌଣସି  ପ୍ରଭାବ ଅନୁଭୂତ ହୋଇନଥିଲା । 

ସିଇସି ଅନୁଧ୍ୟାନ  କରିଥିବା ତଥ୍ୟ ଅନୁଯାୟୀ ସେହି ଦିନ ୨୪ ଘଂଟା ମଧ୍ୟରେ ୧୦୯.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କେବଳ ୩ ଟାରୁ ୩.୫୦ ମଧ୍ୟରେ ୮୦ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଡଃ ସାହୁ କହିଛନ୍ତି । 

ଏହା ପୂର୍ବରୁ ୧୦ ଦିନ ଧରି ଭୁବନେଶ୍ୱର ସହର ଉପରେ ଉଚ୍ଚ କ୍ୟୁମୁଲସ୍ ମେଘସ୍ତର ସୃଷ୍ଟି ହେଉଥିଲା । ଉତାପ ଓ ଆଦ୍ରତା ବୃଦ୍ଧି ଯୋଗୁଁ ଏହା ଘଟିଥିଲା ମାତ୍ର ବର୍ଷାର ତୀବ୍ରତା ନଥିଲା । ଉତରପୂର୍ବ ବଙ୍ଗୋପ ସାଗରରେ ୨୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଉତରପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ସେପ୍ଟେମ୍ବର ୨୧ରେ ଏହା ଘନୀଭୂତ ହୋଇଥିଲା । ଏଥି ସହିତ ସମୁଦ୍ର ପତନ ଠାରୁ ସାଇକ୍ଲୋନିକ ସର୍କୁଲେସନ୍ ୭.୬ କିମି ପର୍ଯ୍ୟନ୍ତ ବିସ୍ତୃତ ଥିଲା । 

ଡ. ସାହୁ କହିଥିଲେ ଯେ ସୋମବାର ଅପରାହ୍ଣ ୩ଟା ସମୟରେ ପବନରେ ୯୮ ପ୍ରତିଶତ ଆଦ୍ରତା ଥିବା ବେଳେ ଉତାପ ୩୩ ଡିଗ୍ରୀ ସେଲ୍ସିଅସ୍ ରହିଥିଲା । ଯାହା ଏହି ପ୍ରକାର ପରିସ୍ଥିତି ସୃଷ୍ଟି କରିଥିଲା । 

 

0
0
0
s2sdefault