ପଦ୍ମପୁର:-ଦିର୍ଘ ୫ ରୁ ୬ ବର୍ଷ ହେବ ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର କାର୍ଯ୍ୟାଳୟ ଟି ଚୋର ଚୋରିକରି ନେଇ ଯାଇଛନ୍ତି ବୋଲି ଜଣାପଡୁଛିା ବୁକୁରାମୁଣ୍ଡା ରେ ଥିବା ସର୍ବପୁରାତନ ସରକାରୀ ଡାକ୍ତରଖାନା ୫ ବର୍ଷ ପୂର୍ବରୁ ଭଲଭାବରେ ସୁ-ପରିଚାଳନା ହୋଇ ଆସୁଥିଲାାଡାକ୍ତର ପଦବୀ ଅଭାବ ଥିଲେ ମଧ୍ୟ ସେସମୟ ରେ ଡାକ୍ତର ଡୋଲାମଣୀ ପ୍ରଧାନ ପ୍ରତିଦିନ ନିଘଂଚ ପାହାଡ ପର୍ବତଘେରା ବୁକୁରାମୁଣ୍ଡା ରେ ଅବସ୍ଥାପିତ ସି.ଏଚ.ସି କୁ ସ୍ୱାସ୍ଥ୍ୟସେବା ଯୋଗାଇବକୁ ରାତ୍ରିଯାପନ ମଧ୍ୟ କରୁଥିଲେ l ସେ ସମୟ ରେ ଜାତୀୟ ଗ୍ରାମିଣ ସ୍ୱାସ୍ଥ୍ୟ ମିଶନ ର ନିଯୁକ୍ତିପ୍ରାପ୍ତ ବି.ପିଓ ଶ୍ରୀଯୁକ୍ତ ତ୍ରିପାଠୀ ଓ ଏକାଉଣ୍ଟେନ ଶ୍ରୀ ସାହୁ ସଦାସର୍ବଦା କାର୍ଯ୍ୟାଳୟ କୁ ଆସି କାର୍ଯ୍ୟାଳୟ ର କାର୍ଯ୍ୟ ସୁ ଚାରୁରୂପେ ତୁଲାଇ ଆସୁଥିଲେ l ଡାକ୍ତର ଶ୍ରୀଯୁକ୍ତ ପ୍ରଧାନ ଙ୍କ ପଦୋନ୍ନତି ପରେ ଏଠାକାର ଅବସ୍ଥା ହୁଗୁଳା ହୋଇଗଲା ା ତା'ପରର ଅବସ୍ଥାପିତ ଡାକ୍ତର ଏବଂ କେତେକ ଖଳ ପ୍ରକୃତି ର କର୍ମଚାରୀ ତାଙ୍କ ଯିବାଆସିବା ସ୍ୱାର୍ଥ ଦୃଷ୍ଟିରୁ ଏଠାକାର କାର୍ଯ୍ୟାଳୟ କୁ ରାତାରାତି ଚୋରି କରିନେଇ ଯାଇଛନ୍ତିା ଅଫିସକାମ ଏଠି ହେଉନାହିଁ l ଲୋକେ ମୃତ,ଜନ୍ମ ପଂଜିକରଣ,ଗର୍ଭବତୀ ମାଁ ମାନଙ୍କ ପଂଜିକରଣ ସକାଶେ ବୁକୁରାମୁଣ୍ଡା କୁ ଆସି ପୁଣି ଖର୍ଚ୍ଚାନ୍ତ ହୋଇ ପାଇକମାଲ କୁ ଯିବାକୁ ପଡୁଛିାବାରମ୍ବାର ଏ ସମ୍ପର୍କ ରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଜଣାଇଲେ ମଧ୍ୟ ନିରବଦ୍ରଷ୍ଟା ସାଜିବା କେତେଦୂର ଠିକ ତାହା ଅାପଣମାନେ ବିଚାର କରିବେ l ଏଠାରେ ଉଲ୍ଲେଖନୀୟ ଏହିକି ଏଠାରେ ବର୍ତ୍ତମାନ ଏନ.ଏଚ.ଏମ କର୍ମଚାରୀ ମାନେ କିଏ କିଏ ତାହା ମଧ୍ୟ ଲୋକେ ଜାଣିନାହାନ୍ତି ବୋଲି କହନ୍ତି l ଏଣୁ ତୁରନ୍ତ ଅଫିସକାର୍ଯ୍ୟାଳୟ କୁ ଉଦ୍ଧାର କରି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଦ ମର୍ଯ୍ୟାଦା ବଢ଼ାଇବା କୁ ବରଗଡ ଜିଲ୍ଲାପାଳ ତଥା ସି.ଡି.ଏମ.ଓ ବରଗଡ ଙ୍କୁ ଅଂଚଳବାସୀ ଦାବୀ କରନ୍ତି l
ରାଜ୍ୟ
ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟାଳୟ ଚୋରି.....!
- Hits: 568