ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଲୟ ତାଳା ଖୋଲି ନଦେବା ପାଇଁ ସକାଳୁ ବସିଲେଣି ଚାଷୀ । ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ ଦାବିରେ । ପଦ୍ମପୁର ଉପଖଣ୍ତର ଲଖମରା, ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀଙ୍କୁ ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ଆଜିଯାଏ ପାଇଁ ନାହାଁନ୍ତି ଚାଷୀ । କାଲି ବୀମାପ୍ରଦାନ କରିବା ଦାବିରେ କାଲି ରାସ୍ତାରୋକ କରିଥିଲେ ଚାଷୀ ହେଲେ କେହି ଧ୍ୟାନଦେଇ ନଥିଲେ । ସୂଚନାଯୋଗ୍ୟ ଯେ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ବାଧ୍ୟହୋଇ କାଲି ପଦ୍ମପୁର ନିକଟସ୍ଥ ଲଖମରା ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଯିବାଆସିବା ବାଧାପ୍ରାପ୍ତ ହୋଇଥିଲା , ସେହି ବାଟଦେଇ ଓଡିଶାରୁ ଛତିଶଗଡ଼ ହଜାର ହଜାର ମାଲବାହୀ ଜାନବାହନ ଯିବା ଆସିବା କରିଥାଏ ତଥାବି ପ୍ରଶାସନ ଶୁଣିନଥିଲା । ତେଣୁ ଉପାୟନପାଇ ଆଜି ଚାଷୀ ତାଳ ଖୋଲି ଦେଉନାହାନ୍ତି । ଚାଷୀର ଏହି ବୀମା ପ୍ରଦାନ ନକଲେ , ଚାଷୀ ତାଳା ଖୋଲେବେ ନାହିଁ ବୋଲି କହୁଛନ୍ତି । ବୀମାଭରିବା ସମୟରେ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ସୀମାଥାଏ , ହେଲେ ବୀମାରାଶି ପ୍ରଦାନ କରିବା ସମୟରେ ଟାଳଟୁଳନୀତିରେ ଦିନ ଗଡାଉଛି କମ୍ପାନୀ ,ସେଥିପାଇଁ ହତାଶ ଚାଷୀ।
ରାଜ୍ୟ
ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଲୟ ତାଲା ଖୋଲି ନଦେବା ପାଇଁ ସକାଳୁ ବସିଛନ୍ତି ଚାଷୀ
- Hits: 858