ଟିଟିଲାଗଡ଼, ( ଗୌରବ ଦର୍ଜି) -ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଟିଟିଲାଗଡର ଗତ ସେପ୍ଟେମ୍ବର ୧୮ ତାରିଖ ରୁ ଆରମ୍ଭ ହୋଇଛି ଯାହା ୨୭ ତାରିଖ ରେ ସମାପ୍ତ ହେବା। ପ୍ରଥମ ଦିନ ରୁ ବିଭିନ୍ନ ସାମାଜିକ ଦଳ, ପୂଜା ପ୍ରତିଷ୍ଠାନ ର ମୁଖ୍ୟ ଆଦି ଙ୍କୁ ଡାକି ଜନ ସାଧାରଣ କିପରି ସଚେତନ ହେବେ ତାହା ବୁଝା ଯାଉଛି। ଆଜି ଟିଟିଲାଗଡ ର ଅନେକ ରାଜନୈତିକ ଦଳର ମୁଖ୍ୟ ସହିତ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତା ରେ ଏସ୍ ଡି ପି ଓ ଶ୍ରୀ ସୁରେନ୍ଦ୍ରନାଥ ଶତପଥୀ , ଟିଟିଲାଗଡ଼ ଉପଖଣ୍ଡିୟ ଚିକିତ୍ସା ଲୟ ର ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଲ୍ ଙ୍କ ସହିତ ଅନେକ ବ୍ୟକ୍ତି ଯୋଗ ଦେଇ ଥିଲେ। ଏଥିରେ ଉପ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଟିଟିଲାଗଡ ର ଜନସାଧାରଣ ଙ୍କ ପାଇଁ କୋରୋନା ସହିତ ଲଢ଼ିବା ପାଇଁ ପ୍ରଶାସନ ତରଫରୁ ସୃଷ୍ଟି ହୋଇଥିବା ଯୁଦ୍ଧ ଭିତ୍ତିକ ନୀତି ବାବଦ ରେ କହିଛନ୍ତି। ଡ଼ା. ପାଲ୍ କିପରି ଭାବରେ ମାସ୍କ ଓ ସାନିଟଇଯାର ବ୍ୟବହାର ସଂପର୍କ ରେ କହିଥିଲେ। ଏସ ଡି ପି ଓ ଶ୍ରୀ ଶତପଥୀ ଟିଟିଲାଗଡ଼ ସହରର ଅଞ୍ଚଳର ଅମାନିଆ ମାନଙ୍କ ପାଇଁ ପ୍ରଶାସନ ର ନିୟମ ଓ କାର୍ଯ୍ୟାନୁଷ୍ଠାନ ସଂପର୍କ ରେ କହିଥିଲେ। ଟିଟିଲାଗଡ ବିଜେପି ନେତା ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ, ଟିଟିଲାଗଡ଼ ର ମୁଖ୍ୟ ଦୁଇଟି ସମସ୍ୟା ବିଦ୍ୟୁତ୍ ବିଭାଗ ଓ ଜଳ ବିଭାଗ ର ସମସ୍ୟା ର ସମାଧାନ ପାଇଁ ରେ ଅନୁରୋଧ କରିଥିଲେ। କଂଗ୍ରେସ ମୁଖପାତ୍ର ଶ୍ରୀ ବ୍ରିରେନ୍ଦ୍ର ବାଗ୍ ଟିଟିଲାଗଡ ରେ ହଉଥିବା କୋରୋନା ପରୀକ୍ଷଣ ର ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ବିଜେଡି ଦଳ ନେତା ଶ୍ରୀ ପ୍ରମୋଦ ପ୍ରଧାନ ଟିଟିଲାଗଡ ରେ ଏକ କୋବିଦ ହସ୍ପିଟାଲ୍ ତିଆରି ପାଇଁ ପ୍ରସ୍ତାବ ଦେଇଥିଲେ। ବିଜେପିର ସଞ୍ଜୟ ତ୍ରିପାଠୀ ବରିଷ୍ଠ ନାଗରିକଙ୍କ ପାଇଁ ମେଡିକାଲ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯିବା ପାଇଁ ତଥା ଥର୍ମାଲ ସ୍କେନିଙ୍ଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସଵୁ ଓ୍ଵାର୍ଡରେ ହୋଇଥିବା କୋଭିଡ କମିଟିର କର୍ମଚାରୀ ମାନଙ୍କ ନମ୍ବର ଦିଆଗଲେ ଲୋକ ଯୋଗାଯୋଗ କରିବାରେ ସୁବିଧା ହୁଅନ୍ତା ତଥା ପୋଜିଟିଭ ବାହାରୁଥିବା ଲୋକଙ୍କ ଘର ବାହାରେ ନୋଟିସ ଲଗାଉନଥିବା ବୋଲି ସାମ୍ବାଦିକ ଶ୍ରୀ ସଞ୍ଜୟ କୁମାର ନାୟକ ପରାମର୍ଶ ଦେଇଥିଲେ, ଓୟୁଜେ ସଭାପତି ଶ୍ରୀ ଦିପକ ସମାଦ୍ଦାର ପୋଲିସ ପକ୍ଷରୁ ହେଉଥିବା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ପ୍ରଶଂସା କରିଥିଲେ। ଏହି ଜନସମ୍ପର୍କ ଅଭିଯାନ ରେ ବହୁତ ସୁନ୍ଦର ଭାବରେ ଆଲୋଚନା କରିବା ସହ ସମସ୍ତଙ୍କ ମତାମତ ନେଇଥିଲେ ଶ୍ରୀ ଉପାଧ୍ୟାୟ, ଯାହାକି ଏକ ସଫଳ ଆଲୋଚନା ଚକ୍ର।
ରାଜ୍ୟ
ଜନ ସଂପର୍କ ଅଭିଯାନର ଚତୁର୍ଥ ଦିନରେ ରାଜନୈତିକ ବ୍ୟକ୍ତି ଓ ସାମ୍ବାଦିକ
- Hits: 457