ହେଡଲାଇନସ୍:

ସିଡ୍ୟୁଲ ବ୍ଲକ ଦାବି ପାଇଁ ଗାଁ ଗାଁରେ କମିଟି ଗଠନ : ଅକ୍ଟୋବର ୩୦ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ ! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ):  ସିଡ୍ୟୁଲ ବ୍ଲକ ଦାବିକୁ ଶୀଘ୍ର ପୂରଣ କରିବା ପାଇଁ ସମ୍ମିଳିତ ଆଦିବାସୀ ସମାଜ ଅଣ୍ଟା ଭିଡ଼ିଛି । ବିଭିନ୍ନ ଗାଁ ମାନଙ୍କରେ  ପ୍ରସ୍ତୁତି ବୈଠକ କରି କମିଟି ଗଠନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ମିଳିତ ଆଦିବାସୀ ସମାଜର ସାଧାରଣ ଅଧିବେଶନ ଲଇକେରା ବ୍ଲକର ଖୁନ୍ତାମାଲ ପଞ୍ଚାୟତର ସୁଡଙ୍ଗ ଗ୍ରାମ ଓ ସାରଙ୍ଗଲୋଇ ପଞ୍ଚାୟତର ସାରଙ୍ଗଲୋଇ ଗ୍ରାମରେ ପୃଥକ ପୃଥକ ଭାବରେ ଅନୁଷ୍ଠିତ ହୋଇଥିଲା । ଆଦିବାସୀ ମାନେ ତାଙ୍କ ସାମ୍ବିଧାନିକ ହକରୁ ସବୁବେଲେ ବଞ୍ଜିତ ହୋଇ ଆସୁଥିବା ବିଷୟ ଉପରେ ଚର୍ଚ୍ଚା ହୋଇଥିଲା । ଝାରସୁଗୁଡା ଜିଲ୍ଲାର ଲଇକେରା ଓ କିର୍ମିରା, ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକକୁ ଆଇଟିଡ଼ିଏ ବ୍ଲକ ଭାବରେ ଘୋଷଣା ହେବା ପାଇଁ ୨୦୧୧ ମସିହା ଜନଗଣନା ଅନୁଯାୟୀ ସମସ୍ତ ଆନୁସଙ୍ଗିକ ନିୟମ ପୁରଣ କରୁଥିଲେ ମଧ୍ୟ ଦିର୍ଘ ୧୦ ବର୍ଷ ହେଲା ବିଧିବଦ୍ଧ ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଆଇଟିଡ଼ିଏ ଘୋଷଣା କରିନାହାନ୍ତି । ଏହି ଅଞ୍ଚଲର ଆଦିବାସୀ ମାନେ ତାଙ୍କର ଶିକ୍ଷାଗତ, ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ପ୍ରତାରିତ ହେଉଛନ୍ତି । ତାଙ୍କ ଜମିବାଡି ଗଲାବାଟ ଦେଇ ବହୁ ପରିମାଣରେ ସାଧାରଣ ବର୍ଗକୁ ହସ୍ତାନ୍ତର ହେବା ଫଳରେ ସେମାନେ ଜମିହିନ ହେଉଛନ୍ତି । ସମ୍ମଳିତ ଆଦିବାସୀ ସମାଜ ଏହି ବିଷୟରେ ବାରମ୍ବାର ଦିଲ୍ଲୀ ଓ ଭୁବନେଶ୍ଵର ଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନେତୃମଣ୍ଡଳିକୁ ଭେଟି ଅବଗତ କରିଥିଲେ ମଧ୍ୟ ହତାସ ହୋଇଛନ୍ତି । ଆଦିବାସୀ ମାନଙ୍କ ଦୀର୍ଘଦିନର ଦାବି ଶୁଣିବାକୁ କେନ୍ଦ୍ରରେ କିମ୍ବା ରାଜ୍ୟରେ କେହି ନାହାନ୍ତି । ଅନ୍ୟପକ୍ଷରେ ୨୦୦୯ ମସିହା ପୂର୍ବରୁ ଓଡିଶା ବିଧାନସଭାରେ ଆଦିବାସୀ ମାନଙ୍କ ପ୍ରତିନିଧିତ୍ଵ ସଂଖ୍ୟା ୩୪ ଥିବାବେଲେ ବର୍ତମାନ ୩୩ ଅଛି । ଜନସଂଖ୍ୟା ଅନୁପାତରେ ସାଧାରଣ ବର୍ଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ଲୋକସଭା ପ୍ରତିନିଧ ବିଧାନସଭା ପ୍ରତିନିଧ ତଥା ସରକାରୀ ଚାକିରୀ, ଅନ୍ୟାନ୍ୟ ସାମ୍ବିଧାନିକ ପ୍ରତିନିଧିଙ୍କ ସଂଖ୍ୟା ନିର୍ଣ୍ଣୟ ହୋଇଥାଏ । କେଉଁ କାରଣରୁ, କେଉଁ ଉଦ୍ଦେଶ୍ୟ ରେ ଆଦିବାସୀ ମାନଙ୍କ ପ୍ରତିନିଧ ସଂଖ୍ୟା ବିଧାନସଭାରେ କମିଗଲା ତାହା ଜଣାପଡୁ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନଙ୍କର ଉନ୍ନତି ପାଇଁ ଡିଣ୍ଡିମ ପିଟୁଥିବା ବେଲେ ଦେଶର ବିକାଶଧାରାର ପ୍ରଥମ ପାହାଚରୁ ବିଧାନସଭାରେ ଆଦିବାସୀ ପ୍ରତିନିଧ କମାଇ ଡିରେଲ କରାଯାଇଛି । ଝାରସୁଗୁଡା ଜିଲ୍ଲାର ଲଇକେରା, କିର୍ମିରା ଓ କୋଲାବିରା ଅଞ୍ଚଲର ବହୁ କାଲରୁ ଆଦିବାସୀ ମାନଙ୍କ ଗଡ଼ ଭାବରେ ପରିଗଣିତ । ଓଡ଼ିଶା ପ୍ରଦେଶ ଗଠନ ହେବା ଠାରୁ ଅର୍ଥାତ ଭାରତ ସ୍ବାଧୁନତା ପୂର୍ବରୁ ୧୯୩୭ ମସିହା ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦିର୍ଘ ୭୨ ବର୍ଷ ଧରି ଆଦିବାସୀ ମାନେ ଏହି ଅଞ୍ଚଳର ପ୍ରତିନିଧିତ୍ବ କରି ଆସୁଥିଲେ । ୧୯୩୭ -୪୬ ନୃପଲାଲ ସିଂହ ସମ୍ବଲପୁର ସଦର ଆସନ, ୧୯୫୬ - ୫୨ ମୋହନ ସିଂହ ସମ୍ବଲପୁର ସଦର (ବିଆଇ) ଆସନ , ୧୯୫୨ ୫୭ ଓ ୧୯୫୭ - ୬୧ ମନୋହର ସିଂହ ନାଏକ ଝାରସୁଗୁଡା/ରମ୍ପେଲା ( ଆଦିବାସୀ ) ଆସନ, ୧୯୬୧ - ୬୭ ବିନୋଦ ବିହାରି ସିଂହ ବରିହା ଝାରସୁଗୁଡା (ଆଦିବାସୀ) ଆସନ ; ଲଇକେରା ଆଦିବାସୀ ଆସନରେ ୧୯୬୭ - ୭୧ ଲାଲରାଜେନ୍ଦ୍ର ସିଂହ, ୧୯୭୧ - ୭୭ ଓ ୧୯୭୭ - ୮୦ ରାମେଶ୍ଵର ସିଂହ ନାଏକ , ୧୯୭୪ - ୭୭ ଓ ୧୯୮୦ - ୨୦୦୪ ହେମାନନ୍ଦ ବିଶ୍ଵାଲ ଓ ୨୦୦୪ ରୁ ୨୦୦୯ ବୃନ୍ଦାବନ ମାଝା ଏହି ଅଞ୍ଚଲରୁ ବିଧାନ ସଭାରେ ପ୍ରତିନିଧତ୍ବ କରି ଆସିଛନ୍ତି । ହଠାତ୍ କେଉଁ କାରଣରୁ ଆଦିବାସୀ ମାନଙ୍କ ପାଇଁ ଥିବା ୩୪ ବିଧାନସଭା ଅସନରୁ ୩୩ ବିଧାନସଭା ଆସନକୁ ଖସାଇ ଦିଆଗଲା ଏହା ସମଗ୍ର ରାଜ୍ୟରେ ଆଦିବାସି ମାନଙ୍କ ପାଇଁ କ୍ଷୋଭର ବିଷୟ ସମ୍ମିଲିତ ଆଦିବାସୀ ସମାଜ କହିଛି । ସମ୍ମିଲିତ ଆଦିବାସୀ ସମାଜ ଦାବି ଜଣାଉଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟିଦିଅନ୍ତୁ ଓ ଆଦିବାସୀ ମାନଙ୍କ ପାଇଁ ଜନସଂଖ୍ୟା ଭିତିରେ ଉଦ୍ଧିଷ୍ଟ ଥିବା ନ୍ୟାର୍ଯ୍ୟଦାବି ଆଇନ ଅନୁଯାଇ ଝାରସୁଗୁଡା ବିଧାନସଭା ମଣ୍ଡଲିର ନେତୃତ୍ବ ନେବା ପାଇଁ ଆଦିବାସୀ ମାନଙ୍କୁ ଫେରେଇ ଦିଆଯାଉ । ଝାରସୁଗୁଡା ଜିଲ୍ଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲ୍ଲାର ଯୁଯୋମୁରାକୁ ୩୦ ଅକ୍ଟୋବର ସୁଦ୍ଧା ଟିଏସପି ବ୍ଲକ ଭାବରେ ଘୋଷଣା କରି ଜିଲ୍ଲା ସ୍ତରରେ ଆଇଟିଡ଼ିଏ କାର୍ଯ୍ୟାଲୟ ଚାଲୁ କରାଯାଇ ଆନୁସଂଙ୍ଗିକ ସୁବିଧା ଆଦିବାସୀ ମାନଙ୍କୁ ପ୍ରଦାନ କରାଯାଉ ନହେଲେ ଆଦିବାସୀ ମାନେ ତାଙ୍କ ସାମ୍ବିଧାନିକ ହକ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ରାଜରାସ୍ତାକୁ ଓହ୍ଲାଇବେ । ଏହି ଅବସରରେ ସମ୍ମିଲିତ ଆଦିବାସୀ ସମାଜର ଖୁନ୍ତାମାଲ ପଞ୍ଚାୟତ ଓ ସାରଙ୍ଗଲୋଇ ପଞ୍ଚାୟତର କାର୍ଯ୍ୟକାରି କମିଟି ଗଠନ କରାଯାଇଛି । ଖୁନ୍ତାମାଲ ପଞ୍ଚାୟତର ସଭାପତି ଘନଶ୍ୟାମ ପାଉଲେ, ଉପସଭାପତି ଦିଲିପ ମୁଣ୍ଡା, ସାଧାରଣ ସମ୍ପାଦକ ହେମନ୍ତ କିସାନ, ସହସମ୍ପାଦକ କ୍ଷିରୋଦ କିସାନ, କୋଷାଧ୍ୟକ୍ଷ ବିରଞ୍ଜି ପ୍ରସାଦ କିସାନ, ସହ କୋଷାଧ୍ୟକ୍ଷ କେଷବ କିସାନ, ପ୍ରବକ୍ତା ଖତୁ କିସାନ, ତପସ୍ବିନୀ ମୁଣ୍ଡା, ସଂଯୋଜକ ପ୍ରଫୁଲ କିସାନ, ଦୁତୀଆ କିସାନ, ଅଶ୍ଵିନି କୁମାର କିସାନ ଓ କଷ୍ଣୁ କିସାନ ଙ୍କୁ ଚୟନ କରାଯାଇଛି । ସାରଙ୍ଗଲୋଇ ପଞ୍ଚାୟତ କମିଟିର ସଭାପତି ରମେଶ ଓରାମ, ଉପସଭାପତି ମନୋଜ ନାଏକ, ସାଧାରଣ ସମ୍ପାଦକ ବାବୁଲ ନାଏକ, ସହ ସମ୍ପାଦକ ଦଶରଥ ନାଏକ, କୋଷାଧକ୍ଷ ଦୁର୍ଲଭ କାଲୋ, ସହ କୋଷାଧ୍ୟକ୍ଷ ବିଷ୍ଣୁ ନାଏକ, ପ୍ରବକ୍ତା ଜଗବନ୍ଧୁ ସା, ସଂଯୋଜକ ଲାଇସିଂ ନାଏକ, ସଚିଦା ନେଟି, ରଞ୍ଜିତ କିସାନ, ଉପଦେଷ୍ଟା ସନ୍ତୋଷ ଧୁରୁଆଙ୍କୁ ଚୟନ କରାଯାଇଛି । ଉକ୍ତ ସଭାରେ ସଂଗଠନର ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର ନାଏକ ମହାସଚିବ ପ୍ରଭାକର ଓରାମ, କୃଷ୍ଣଚନ୍ଦ୍ର ଭୋଇ, ଲିଙ୍ଗରାଜ ପ୍ରଧାନ, ଫକିର ନାଏକ, ଜଗେନ୍ଦ୍ର ନାଏକ, ଲକ୍ଷ୍ମୀଧର ଓରାମ, ମାଧବ ସିଂ ନାଏକ, ନଲିନ ନାଏକ, ଡିଲେଶ୍ୱର ନାଏକ, ଉମାକାନ୍ତ ନାଏକ, ଅନିଲ ଓରାମ, ନିରଞ୍ଜନ ଓରାମ, ରାଜେଶ ନେଟୀ, କ୍ଷୀରୋଦ ମୁଣ୍ଡା, ଦିନୁ କିସାନ, ବେଣୁଧର ନେଟୀ, ପୁସ୍କର ଝାକର, ସୁରେନ୍ଦ୍ର ସିଂ ନାଏକ, ଚୁଡ଼ାମଣୀ ଧୁରୁଆ, ପ୍ରଶ୍ନ ମରେଇ ଓ ଦୟାସାଗର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault