ହେଡଲାଇନସ୍:

ଓଡ଼ଗାଁରେ ଅଘୋଷିତ ବିଦ୍ୟୁତ ବିଭ୍ରାଟ ପାଲଟି ଯାଇଛି ଏକ ସାଧାରଣ ସମସ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଏନଏସି ଏବଂ ଏହାର ଆଖପାଖ ଅଂଚଳ ପାଇଁ ଅଘୋଷିତ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣା ହୋଇଯାଇଛି । ଆଜି ଅପରାହ୍ନ ୧ଘଂଟା ସମୟରୁ ରାତ୍ରି ପ୍ରାୟ ୯ ଘଂଟା ଖବର ଲେଖା ହେବା ପର୍ଯ୍ୟନ୍ତ ଓଡ଼ଗାଁ ଏନଏସି ଏବଂ ଏହାର ଆଖପାଖ ଅଂଚଳରେ ଅଘୋଷିତ ଭାବେ ବିଦ୍ୟୁତ ବିଦ୍ୟୁତ ବିଭ୍ରାଟ ଲାଗିରହିଛି । ଏତେବଡ଼ ଅଂଚଳରେ ଦିର୍ଘ ୮ଘଂଟା ଧରି ବିଦ୍ୟୁତ୍ ବିଭ୍ରାଟ କାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିିଛି । କୈାଣସି ପ୍ରାକୃତିକ ପ୍ରତିବନ୍ଧକ ନଥାଇ ଦୈନ୍ୟଦିନ ୨ରୁ ୪ଘଂଟା ଏହି ଅଂଚଳରେ ବିଦ୍ୟୁତ ବିଭ୍ରାଟ ଏକ ସାଧାରଣ ଘଟଣା ହୋଇଯାଇଛି । ଏମିତିକି ଏଠାରେ ବର୍ଷା ଆସିଲେ ବିଦ୍ୟୁତ୍ କଟେ ଏବଂ ଖରା ପାଗରେ ମଧ୍ୟ ବିଦ୍ୟୁତ୍ କଟିଥାଏ । ନୟାଗଡ଼ ଗ୍ରୀଡରୁ ଓଡ଼ଗାଁକୁ ଆସିଥିବା ୩୩ କେଭି ବିଦ୍ୟୁତ ଯୋଗାଣ ଆବଶ୍ୟକ ମରାମତ ଅଭାବରୁ ହେଉ କିମ୍ବା ନିମ୍ମମାନର ଯନ୍ତ୍ରାନ୍ସ ବ୍ୟବହାର ଯୋଗୁଁ ବାରମ୍ବାର ବିଦ୍ୟୁତ ବାଧାପ୍ରାପ୍ତ ହୋଇ ଓଡ଼ଗାଁ ଏବଂ ଶରଣକୂଳ ଅଧିନସ୍ଥ ୩୨ଟି ପଂଚାୟତ ବହୁ ସମୟ ଅନ୍ଧାରରେ ରହୁଛି । ଅନେକ ସମୟରେ ଏପରି ଘଟୁଥିବାରୁ ଗ୍ରାହକମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ସମସ୍ତ ବର୍ଗର ଲୋକଙ୍କୁ ମାଗଣା ଓ ରିହାତି ଦରରେ ବିଦ୍ୟୁତ ଯୋଗାଣ ବ୍ୟସ୍ଥା କରିବା ପରେ ବିଦ୍ୟୁତ ଅଲୋକ ପ୍ରତି ପରିବାର ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଏବଂ ମଶାମାନଙ୍କ ସହିତ ଯୁଦ୍ଧ କରି ବହୁ ଦିନ ରାତି ପାଇଯାଉଛି । ଖାଦ୍ୟ ବସ୍ତ୍ର ବାସଗୃହ ପରି ଦିଦ୍ୟୁତ ଆଲୋକ ସର୍ବନିମ୍ନ ଆବଶ୍ୟକ ହୋଇପଡିଥିବା ବେଳେ ଦିର୍ଘ ଦିନର ପୁରୁଣା ବ୍ୟବସ୍ଥାକୁ ପରିବର୍ତନ କରିବା ସହିତ ଉଚ୍ଚ କ୍ଷମତା ସମ୍ପନ୍ନ ସବ-ଷ୍ଟେସନ ନିର୍ମାଣ କରି ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀମାନ ବଦଳି ଚାଲିଛନ୍ତି । ହେଲେ ହିତାଧିକାରିଙ୍କୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଆଜି ପର୍ଯ୍ୟନ୍ତ ହେଇପାରୁନାହିଁ । ଜିଲ୍ଲା ପ୍ରଶାସନ ଏବଂ ରାଜନେତା ସର୍ବୋପରି ବିଭାଗୀୟ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । 

 

0
0
0
s2sdefault