ହେଡଲାଇନସ୍:

ପାରଳାଖେମୁଣ୍ଡି ପୌରାଞ୍ଚଳରେ ତିନି ଦିନିଆ  ସେରଲୋଜିକାଲ ସର୍ଭେର ଆରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଆର୍ ଏମ୍ ଆର୍ ସି (RMRC) ଓ ଆଇ୍ ସି ଏମ୍ ଆର୍ (ICMR) ପକ୍ଷରୁ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ  ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିହ୍ନଟ ଓ ତାଲିକାଭୁକ୍ତ ପ୍ରକାରେ ପାରଳାଖେମୁଣ୍ଡି  ପୌରାଞ୍ଚଳରେ  ତିନି-ଦିନିଆ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ବୁଧବାର ଦିନ ଶୁଭାରମ୍ଭ ହୋଇଯାଇଛି । 

ଜିଲ୍ଲାପାଳ ଅନୁପମ ସାହାଙ୍କ ଉପସ୍ଥିତିରେ ପୌରାଞ୍ଚଳର ୬ ନମ୍ବର ୱାର୍ଡରେ ପ୍ରଥମେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି କେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ପାଇଁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ୩ ଦିନି ତଥା ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ।  ଆଇ୍ ସି ଏମ୍ ଆର୍ ଓ ଆର୍ ଏମ‌୍ ଆର୍ ସି (ଭୂବନେଶ୍ୱର) ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । । ଆର୍ ଏମ୍ ଆର୍ ସି ତରଫରୁ ଅଭିଜ୍ଞ ବୈଜ୍ଞାନିକ, ଡାକ୍ତର ଓ ଗବେଷକ ମାନଙ୍କୁ ନେଇ ୧୬ ଜଣିଆ ଟିମ୍ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପରିଚାଳନା କରୁଛନ୍ତି। । ଏଥି ନିମନ୍ତେ ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ ଗୋଟି ୱାର୍ଡକୁ ନେଇ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତି କ୍ଲଷ୍ଟରରୁ ଅନ୍ୟୁନ ୫୦ ଜଣ ବ୍ୟକ୍ତିଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଉଛି  ଓ ତାକୁ ଟେଷ୍ଟିଙ୍ଗ ପାଇଁ ଆର୍ ଏମ୍ ଆର୍ ସି (RMRC) ଭୂବନେଶ୍ୱରକୁ ପଠାଯିବ।।    

     ଗତ ୬ ମାସ ଧରି ଏହି ପେଣ୍ଡିମିକ ସମୟରେ ଗଜପତି ଜିଲ୍ଲାରେ  ଜନସାଧାରଣ ବହୁ ଉତଥାନ-ପତନ ଦେଇ ଆସିଥିବା  ଆମେ  ଦେଖି ଆସିଅଛୁ । ମୁଖ୍ୟତଃ କରୋନା ଭୁତାଣୁ ସଂକ୍ରମଣ କିଭଳି ରହିଛି ,  ତାକୁ ଠିକ୍ ଭାବେ ଜାଣିବା ପାଇଁ  ଏହି ପ୍ରକ୍ରିୟା ଅବଲମ୍ବନ କରାଯାଇଛି ଏବଂ ଏଭଳି କାର୍ଯ୍ୟକ୍ରମରୁ ଆମେ ଅନେକ କିଛି ଜାଣି ପାରିବା ଯେ ଏଭଳି ସଂକ୍ରମଣ ବିରୋଧରେ  ଆଉ କି ପ୍ରକାରର ପଦକ୍ଷେପ ନିଆଗଲେ ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିହେବ  ଏବଂ ଏ ଦିଗରେ ନିଆ ଯାଉଥିବା ଷ୍ଟ୍ର।ଟେଜିକୁ କିଭଳି ପରିବର୍ତ୍ତନ କରିହେବ।

ସେଥିପାଇଁ  ଆଇ୍ ସି ଏମ୍ ଆର୍ ଓ  ଆର୍ ଏମ୍ ଆର୍ ସି- ଆମକୁ ସମ୍ପୂର୍ଣ୍ଣ ଭାବେ ଗାଇଡ଼ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଲାବୋରେଟୋରୀ ଟେକ୍ନିସିଆନ , ଷ୍ଟାଫ୍ ନର୍ସ ,  ଆଶା , ଅଙ୍ଗନବାଡି କର୍ମୀ , ପୌରାଞ୍ଚଳରୁ ଗୋଷ୍ଠୀ ସଂଗଠିକା ଏବଂ ସ୍ୱଚ୍ଛ ସାଥୀ ମାନେ ସାମିଲ ହୋଇ ସହାୟତା କରୁଛନ୍ତି ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି।

  ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ ,   ଏଭଳି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବା ପରେ ଜଣା ପଡିଯିବ ଯେ , ଲୋକଙ୍କ ମଧ୍ୟରେ ଆନ୍ତି-ବଡ଼ି କେତେ ପରିମାଣର ଡେଭଲପ କରିଛି ,   ପରୀକ୍ଷା ହେବା ପରେ ସେ ସବୁର ଏକ ଷ୍ଟାଟାଟିକାଲ ରିପୋର୍ଟ କରି ସେମାନେ ଆମକୁ ଦେବେ ଏବଂ ସେହି ପ୍ରକାରେ ଆଗକୁ ସେମାନେ ଆମକୁ ଗାଇଡେନସ ମଧ୍ୟ କରିବେ ବୋଲି କହିଥିଲେ ।

   ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ସିଡିଏମଓ ଡାଃ .ପ୍ରଦୀପ କୁମାର ପାତ୍ର , ବରିଷ୍ଠ ଡାଃ. ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ , ସ୍ୱାସ୍ଥ୍ୟ ବିଭାଗ ଡିପିଏମ ସୌମ୍ୟା ରାଣୀ ଗୌଡ଼ , ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଡେପୁଟି କଲେକ୍ଟର ଜୁବୁଲି ଚରଣ ବେହେରା , ପୌର ପରିଷଦ ଚିକିତ୍ସାଳୟର ଡାକ୍ତର ସୁନୀଲ କୁମାର ଗନ୍ତାୟତ  ପ୍ରମୁଖ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ବିଭାଗ , ପୌର ପରିଷଦ ଓ ଜିଲ୍ଲା ପ୍ରଶାସନିକ କର୍ମଚାରୀ ଓ ଅଧିକାରୀ ମାନେ ପ୍ରତ୍ୟେକ ସ୍ଥାନରେ ଶିବିର ପକାଇ ରକ୍ତ ନମୁନା ସଂଗ୍ରହ କରାଯାଉଥିବା ସ୍ଥଳ ପରିଦର୍ଶନ ଓ ଅନୁଧ୍ୟାନ କରିବା ସହ ଆଲୋଚନା ମାଧ୍ୟମରେ ବୁଝିଥିଲେ ।

0
0
0
s2sdefault