ହେଡଲାଇନସ୍:

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ପରଲୋକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ପଦ୍ମପୁର: ପଦ୍ମପୁର ପୂର୍ବତନ ବିଧାୟକ ତଥା  ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଗତ ସୋମବାର ରାତିରେ ପରଲୋକ ହୋଇଯାଇଛି  । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହେଉଥିଲା  । ସେ ତାଙ୍କ ପଛରେ ଧର୍ମପତ୍ନୀ ସୁଲୋଚନା ପୁରୋହିତ, ଚାରି ପୁତ୍ର ବିଜୟ ପୁରୋହିତ, ଗିରିଧାରୀ ପୁରୋହିତ, ରାମ ରତନ ପୁରୋହିତ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବୋହୁ,ନାତି ନାତୁଣୀ ଓ ପରିବାରଙ୍କୁ ଛାଡି ଯାଇଛନ୍ତି  ।  ସ୍ବର୍ଗତ ପୁରୋହିତ ଜଣେ ମିଷ୍ଟଭାଷୀ, ଧର୍ମପରାୟଣ  ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ ଆଜକୁ ପାଖାପାଖି ୪୦ ବର୍ଷ ହେବ ପାଇକମାଲ ଠାରେ ପୁରୋହିତ ହୋଟେଲ ନାମରେ ଏକ ଭୋଜନାଳୟ ପ୍ରତିଷ୍ଠାତା କରି ସମଗ୍ର ଅଞ୍ଚଳରେ ପ୍ରିୟ ଭାଜନ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅଞ୍ଚଳ ବାସୀ ମର୍ମାହତ ହେଉଛନ୍ତି  । ଅନ୍ତିମ ସଂସ୍କାରରେ ଜ୍ୟେଷ୍ଠ ପୁତ୍ର ବିଜୟ ପୁରୋହିତ ମୁଖାଗ୍ନି ଦେଇ ଥିଲେ  ।

ସ୍ବର୍ଗତ ପୁରୋହିତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ , ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି "  ଆମ ଦଳର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ଶ୍ରୀଯୁକ୍ତ ରାଧେଶ୍ୟାମ ପୁରୋହିତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ଗଭୀର ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।" 

0
0
0
s2sdefault