ହେଡଲାଇନସ୍:

ବିଜେପି ତଥ୍ୟ ଅନୁସନ୍ଧାନକାରୀ ଦଳ ପରିଦର୍ଶନ କଲେ ରେଙ୍ଗାଲି ଅଞ୍ଚଳର ପାଉଁଶ ପୋଖରୀ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

  •  ପାଉଁଶ ପୋଖରୀ ପରିବର୍ତ୍ତେ ତିଆରି ହେଉଛି ପାଉଁଶର କୁତ୍ରିମ ପାହାଡ଼ମାନ ।

  • କମ୍ପାନୀ କତ୍ତୃପକ୍ଷର ଲୋକ ମାରଣାନୀତିକୁ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅଘୋଷିତ ସମର୍ଥନ ।

  • ଅଞ୍ଚଳ ପରିଦର୍ଶନ ଓ ଲୋକଙ୍କ ସହିତ ଆଲୋଚନା ପରେ କ୍ରୋଧିତ ଓ ଚିନ୍ତିତ ଦଳ ର ସଦସ୍ୟ ସଦସ୍ୟାଗଣ ।

  • ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ ପ୍ରଦୂଷଣ ଆମନ୍ତ୍ରଣ ବୋର୍ଡ - ନାଉରି ନାଏକ

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ବିଗତ ତିନି ଦଶନ୍ଧି ଧରି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ରେ ଗଢି ଉଠିଛି ଅନେକ ବୃହତ ଓ ମାଧ୍ୟମ ଶିଳ୍ପାନୁଷ୍ଠାନ । ଅନେକ ଆଶା ନେଇ ଜଳ, ଜଙ୍ଗଲ ଓ ଜମି ହରେଇଥିବା ଅଞ୍ଚଳବାସୀ ଆଜି ଭୋଗୁଛନ୍ତି ଶାରୀରିକ, ମାନସିକ ଓ ଆର୍ଥିକ ଯନ୍ତ୍ରଣା । ବିସ୍ଥାପିତ ଙ୍କୁ ନା ମିଳିଲା ହରେଇ ଥିବା ଜମି, ଘରବାଡ଼ି ର ପ୍ରକୃତ ମୂଲ୍ୟ ନା ମିଳିଲା ସ୍ଥାୟୀ ନିଯୁକ୍ତି । ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଚରମ ଅବହେଳା ସାଙ୍ଗକୁ କମ୍ପାନୀ କତ୍ତୃପକ୍ଷ ଙ୍କ ମନମାନି ରେ ଲୋକେ ହେଉଛନ୍ତି ହନ୍ତସନ୍ତ । କମ୍ପାନୀ ରୁ ନିର୍ଗତ ରାସାୟନିକ ବର୍ଜ୍ୟବସ୍ତୁ ପାଇଁ ପ୍ରଦୂଷିତ ହେଉଛି ନଦୀ ନାଳ l  ରାସାୟନିକ ବାଷ୍ପ ପାଇଁ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ ତା ସାଙ୍ଗକୁ ବାତାବରଣ ହେଉଛି ଅଧିକ ଗରମ । ଏଭଳି ଅନେକ ସମସ୍ୟା ଘେରରେ କାଳାତିପାତ କରୁଥିବା  ଅଞ୍ଚଳବାସୀ ଙ୍କ ପାଇଁ ଶିଳ୍ପାଞ୍ଚଳ ର ପାଉଁଶ ସାଜିଛି ବୋଝ ଉପରେ ନଳିତା ବିଡା ।

           ଆଶ ପଣ୍ଡ ବା ପାଉଁଶ ପୋଖରୀ ନାଁରେ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ରେ ରହିଥିବା ଶିଳ୍ପାନୁଷ୍ଠାନ ଗୁଡିକର ଲୋକ ମାରଣା ନୀତି ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଓ କ୍ରମାଗତ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ପରିସ୍ଥିତି ର ଭୟାବହତା ଦେଖି ବିଷୟକୁ ଗୁରୁତ୍ୱ ଦେଇ ଗତ ୫ ତାରିଖ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ କୁଚିଣ୍ଡା ବିଧାୟକ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ  ଙ୍କ ନେତୃତ୍ୱରେ ଗଠନ ହୋଇଥିଲା ବିଜେପି ର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ । ଗତ ୯ ତାରିଖ ରେ ଦଳ ଝାରସୁଗୁଡା ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସାରିଛି । ସୋମବାର ଉକ୍ତ ତଥ୍ୟ ଅନୁସନ୍ଧାନକାରୀ ଦଳ ରେଙ୍ଗାଲି ଅଞ୍ଚଳ ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅଞ୍ଚଳବାସୀ ଙ୍କ ସହିତ ଆଲୋଚନା କରିଛନ୍ତି ।

         ସୋମବାର ପ୍ରଥମେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଗୋଲାମାଲ ସ୍ଥିତ ସମଲେଶ୍ବରୀ ସ୍ପଞ୍ଜ ଆଇରନ ର ପାଉଁଶ ପୋଖରୀ ପରିଦର୍ଶନ କରିଥିଲେ । ପରେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଜଙ୍ଗଲା  ଗ୍ରାମ ପଞ୍ଚାୟତ ର ଲାରିପାଲି ଠାରେ ଥିବା ଆଶ ପଣ୍ଡ କୁ ଯାଇଥିଲେ । ସେଠାକାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ଯେ, ଭୂଷଣ କମ୍ପାନୀ ଔଷଧୀୟ ବୃକ୍ଷ ଲଗେଇବ କହି ଜମି ନେଇଥିଲା । କିନ୍ତୁ ସେଠାରେ ପାଉଁଶ ଜମା କରିବା ଆରମ୍ଭ କଲା । ବିରୋଧ ଓ ଆନ୍ଦୋଳନ ପରେ ବର୍ତ୍ତମାନ ଆଶ ପଣ୍ଡ ବନ୍ଦ ହୋଇଯାଇଥିଲେ ମଧ୍ୟ ବର୍ଷା ପାଣି ରେ ଜମା ପାଉଁଶ ବୋହି ଆସି କଣ୍ଟା ବନ୍ଧ, ପୋଖରୀ, ଚାଷ ଜମି ପାଉଁଶ ଆସି ମିଶୁଛି ।ତାପରେ ଦଳ ଯାଇଥିଲା ବିରାଜ ଷ୍ଟିଲ କମ୍ପାନୀ ର ଆଶ ପଣ୍ଡ ପରିଦର୍ଶ କରି । ବିରାଜ ଷ୍ଟିଲ ର ଆଶ ପଣ୍ଡ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ରହିଛି । ଯାହା କି ଜଳଭଣ୍ଡାର ରେ ମିଶି ମହାନଦୀ ରେ ପ୍ରବାହିତ ହେଉଛି । ପୁଣି ଦଳ ପହଞ୍ଚିଥିଲା ରେଙ୍ଗାଲି ବ୍ଲକ ଘିଚାମୁରା ପଞ୍ଚାୟତ ର ଡେରବା ଠାରେ । ସେଠାରେ ଭୂଷଣ କମ୍ପାନୀ ର ପାଉଁଶ ପୋଖରୀ ପରିବର୍ତ୍ତେ ପାଉଁଶ ର ବହୁତ ଛୋଟ ବଡ଼ କୁତ୍ରିମ ପାହାଡ଼ ଦେଖି ଦଳ ର ସଦସ୍ୟ ସଦସ୍ୟା ବୃନ୍ଦ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ସେଇ ପାଉଁଶ ପାହାଡ ରୁ ନିୟମିତ ପାଉଁଶ ବୋହି ଆସି ଆଖପାଖର ଚାଷ ଜମି, ପୋଖରୀ, କଣ୍ଟା ବନ୍ଧ ଓ ଗ୍ରାମ ଭିତରେ ପଶୁଛି l 

    ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଞ୍ଚଳ ର ପ୍ରଭାବିତ ଲୋକେ ଆନ୍ଦୋଳନ, ଭିକ୍ଷୋଭ, ଆପତ୍ତି ଅଭିଯୋଗ କଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ଙ୍କ ଭାଙ୍ଗୁ ନାହିଁ କୁମ୍ଭକର୍ଣ୍ଣ ନିଦ୍ରା । ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ ଓ କମ୍ପାନୀ କତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା ର କୁପରିଣତି ଭୋଗୁଛନ୍ତି ଅଞ୍ଚଳବାସୀ ।  କେବଳ ସେତିକି ନୁହେଁ କମ୍ପାନୀ କତ୍ତୃପକ୍ଷ ଙ୍କର ଏଭଳି ବେନିୟମ ଓ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବାୟୁ, ଜଳ ଓ ଜମି ପ୍ରଦୂଷିତ ଏବଂ ବିଷାକ୍ତ ହେଉଛି । 

     ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରି ନାଏକ,  ବିରମିତ୍ରପୁର ବିଧାୟକ  ଶଙ୍କର ଓରାମ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ  ରାଧେଶ୍ୟାମ ବାରିକ,  ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ରାମ ଚନ୍ଦ୍ର ମେହେର,  ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜା,  ଜିଲ୍ଲା ପରିଷଦ ସଭ୍ୟା ଉତ୍ପଳା ଧରୁଆ ଙ୍କ ସହିତ ଯୁଗଳ ଅଗ୍ରୱାଲ, ରଞ୍ଜିତ ପଟେଲ, ବିସିକେଶନ ପଣ୍ଡା, ନବୀନ ପ୍ରଧାନ, ଅଜୟ ମହାପାତ୍ର, ସରୋଜ ମେହେର, ମନୀଶ ଅଗ୍ରୱାଲ, ବବଲୁ ସିଂ, ସଜ୍ଜନ ପୋଦ୍ଦାର, ପ୍ରମୋଦ ପ୍ରଧାନ, ଆତିଶ ସାହୁ,  ପଙ୍କଜିନି ରାଉତ, ମିତା ମେହେର ସାମିଲ ଥିଲେ । ଖୁବ ଶୀଘ୍ର ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଏହାର ଏଜ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରି ବିଜେପି  ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ ହସ୍ତାନ୍ତର କରିବେ ବୋଲି ବିଜେପି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।

0
0
0
s2sdefault