ହେଡଲାଇନସ୍:

ଏଏନଏମ ବଦଳିକୁ ନେଇ ଚାଲିଛି ଶସ୍ତା ରାଜନୀତି :କାର୍ଯକାରୀ ହୋଇ ପାରୁନାହିଁ ବଦଳି ଅଦେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ ଅଗଷ୍ଟ ମାସ ଛବିଶ ତାରିଖ ଦିନ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସିଏଚସିର ଇଂଚାର୍ଜ ସ୍ଥାନୀୟ ତିନିଗୋଟି ଏଏନଏମ  ସେଣ୍ଟର ର ଏଏନଏମ  ଦିଦି ମାନଙ୍କର ବଦଳି ପାଇଁ ଚିଠି ନମ୍ବର 226 ଜାରି କରିଥିଲେ । ଏଥିରେ ବର୍ତମାନ ପାଇକମାଲ ସବସେଣ୍ଟରରେ କାର୍ଯରତ ଲିଲି ଦୀପଙ୍କୁ ପଲସଦା ସବସେଣ୍ଟରକୁ , ଝିଟିକି ସବସେଣ୍ଟର ରେ କାର୍ଯରତ ଚନ୍ଦ୍ରିକା ଛୁରାଙ୍କୁ ପାଇକମାଲ ସବସେଣ୍ଟରକୁ ଓ ପାଇକମାଲ ପିଏଚସିରେ କାର୍ଯରତ ହରିପ୍ରିୟା କୁମ୍ଭାରଙ୍କୁ ଲଖମରା ପିଏଚସି କୁ ବଦଳି କରାଯାଇଥିଲା । ଚିଠି ରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ ତହିଁଥିଲା ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଲସଦା ଗ୍ରାମରେ ଥିବା ଏଏନଏମ  ସେଣ୍ଟର ରେ ଆଜକୁ ପ୍ରାୟ ଆଠ ମାସ ହେଲା ତାଲା ଝୁଲୁଛି । ଯାହାଫଳରେ ପଲସଦା ଗ୍ରାମ ପଞ୍ଚାୟତ ର ଲୋକମାନେ ମାମୁଲି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପଦ୍ମପୁର କୁ ଯିବାକୁ ବାଧ୍ୟ ହେଉଛନ୍ତି । 

     ମୁଖ୍ୟ କଥାହେଲା ବଦଳି ଆଦେଶ ପରେ ନିଜର ସ୍ଥାନଛାଡି ଯିବାକୁ ନାରାଜ ଏଏନଏମ ଦିଦି ଜଣେ ସ୍ଥାନୀୟ ଲୋକକୁ ଧରି ନିଜ ବର୍ତ୍ତମାନ ସ୍ଥାନରେ ରହିବା ପାଇଁ ବିଭିନ୍ନ ଭାବରେ ଚାପ ପ୍ରୟୋଗ କରୁଛନ୍ତି । ଅନ୍ୟପଟେ ଅନ୍ୟଜଣେ ଦିଦି ଉପରିସ୍ଥ ଅଧିକାରୀ ମାନଙ୍କର ନିକଟରେ ବଦଳିର ସ୍ଥାନ ପରିବର୍ତ୍ତନ ପାଇଁ ହାଜିରା ପକାଉଛନ୍ତି । ମୋଟାମୋଟି କହିବାକୁ ଗଲେ କଲେ ବଳେ କୌଶଳେ ନିଜର ବର୍ତ୍ତମାନ ଆସନକୁ ଛାଡିବାକୁ ମନ ହେଉନି । ପାଇକମାଲ ନାଗରିକ କମିଟିର ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା ,  ଗତ 26 ଅଗଷ୍ଟ ରେ ହୋଇଥିବା ବଦଳି ଆଦେଶକୁ ତୁରନ୍ତ କଡାକଡି ଭାବରେ କାର୍ଯକାରୀ କରାଯିବା ସହିତ ଆଦେଶକୁ ଅକାରଣରେ ବିଳମ୍ବ କରାଯାଇଥିବାରୁ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।

 

0
0
0
s2sdefault