ହେଡଲାଇନସ୍:

ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜରୁ ୧୦ ପରୀକ୍ଷା କେନ୍ଦ୍ର ମାଧ୍ୟମରେ ୧ ହଜାର ୨୮୫ ପରୀକ୍ଷାର୍ଥୀ ପରୀକ୍ଷାରେ ଓ   ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୫୧୬ ଛାତ୍ରଛାତ୍ରୀ ବସିଲେ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ସପ୍ଲିମଣ୍ଟୋରୀ ପରୀକ୍ଷା-୨୦୨୦ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ୬୦୮ ହାଇସ୍କୁଲଗୁଡ଼ିକରୁ  ୧୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧ ହଜାର ୩୫୬ ଜଣ ପରୀକ୍ଷାର୍ଥୀ ରେଗୁଲାର, ଏକ୍ସରେଗୁଲାର ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିବା ବେଳେ ଆଜି ପରୀକ୍ଷାରେ ୧୨୮୫ ଜଣ ବସିଥିବା ବେଳେ ୭୧ ଜଣ ଅନୁପସ୍ଥିତ ରହିଛନ୍ତି । ଏମାନଙ୍କ ମଧ୍ୟରେ ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୦୨ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୯୭ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ଶିର୍ଷା ସରକାରୀ ହାଇସ୍କୁଲରେ ୧୭୮ ଜଣଙ୍କ ମଧ୍ୟରୁ ୧୭୦ ଜଣ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ, ବତେନଟୀ ଏମପିସି ହାଇସ୍କୁଲରେ ୧୧୧ ଜଣଙ୍କ ମଧ୍ୟରୁ ୧୦୯ ଜଣ ପରୀକ୍ଷା ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ, ଖୁଣ୍ଟା ହାଇସ୍କୁଲରେ ୧୭୬ ଜଣଙ୍କ ମଧ୍ୟରୁ ୧୬୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୦ ଜଣ ଅନୁପସ୍ଥିତ, ଖୁରୁଣ୍ଟିଆ ଭୁକେଶନାଲ ହାଇ ସ୍କୁଲରେ ୯୫ ଜଣଙ୍କ ମଧ୍ୟରୁ ୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ, ଉଦଳା ହାଇସ୍କୁଲରେ ୧୧୧ ଜଣ ମଧ୍ୟରୁ ୧୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁପସ୍ଥିତ, କରଞ୍ଜିଆ ହାଇସ୍କୁଲରେ ୧୧୦ ଜଣଙ୍କ ମଧ୍ୟରୁ ୯୫ ଜଣ ପରୀକ୍ଷାରେ ବସିଥିବା ବେଳେ ୧୫ ଜଣ ଅନୁପସ୍ଥିତ, ବିଜାତୋଳା  ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୮୯ ଜଣଙ୍କ ମଧ୍ୟରୁ ୮୧ ଜଣ ପରୀକ୍ଷାରେ ବସିଥିବା ବେଳେ ୮ ଜଣ ଅନୁପସ୍ଥିତ, ଯଶୀପୁର  ସରକାରୀ ହାଇସ୍କୁଲରେ ୯୩ ଜଣଙ୍କ ମଧ୍ୟରୁ ୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ଅନୁପସ୍ଥିତ, ରାଇରଙ୍ଗପୁର ୱେଲଫେୟାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୯୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ପରୀକ୍ଷାରେ ବସିଥିବା ବେଳେ ୬ ଜଣ ଅନୁପସ୍ଥିତ ରହିଛନ୍ତି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ସେପ୍ଟେମ୍ବର ୧୪ରୁ ପରୀକ୍ଷା ଆରମ୍ଭ ହୋଇଛି ଏବଂ ୪ଟି ପରୀକ୍ଷା କେନ୍ଦ୍ରରେ ୬୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୫୧୬ ଜଣ ପରୀକ୍ଷା ଦେଇଛନ୍ତି ଓ ୨୭ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । ଏମାନଙ୍କ ମଧ୍ୟରୁ ବାରିପଦା କମଳା ନେହେରୁ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪୩ ଜଣଙ୍କ ମଧ୍ୟରୁ ୧୩୬ ଜଣ ପରୀକ୍ଷା ଦେଇଥିବା ବେଳେ ୭ ଜଣ ଅନୁପସ୍ଥିତ, ମୋରଡ଼ା ଜି ବି ସରକାରୀ ନୋଡ଼ାଲ ହାଇସ୍କୁଲରେ ୧୬୭ ଜଣଙ୍କ ମଧ୍ୟରୁ ୧୬୦ ଜଣ ପରୀକ୍ଷାରେ ବସିଥିବା ବେଳେ ୭ ଜଣ ଅନୁପସ୍ଥିତ, ପାଟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୪୪ ଜଣଙ୍କ ମଧ୍ୟରୁ ୧୩୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୨ ଜଣ ଅନୁପସ୍ଥିତ ଏବଂ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୯ ଜଣଙ୍କ ମଧ୍ୟରୁ ୮୮ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ ରହିଥିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ  ଜଣାପଡ଼ିଛି ।  

 

0
0
0
s2sdefault