ହେଡଲାଇନସ୍:

ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଜେଇଇ ମେନ୍ ପରୀକ୍ଷାରେ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦ୍ୟ ପ୍ରକାଶିତ ଜେଇଇ ମେଇନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ (jee adv) ପାଇଁ କୃତକାର୍ଯ୍ୟ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ ମେଇନ୍ ରେ ପାଖାପାଖି ଦଶ ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟରୁ ଜି. ସୁନୀଲ ୯୫. ୯୦% ରଖିଛନ୍ତି । ଏସ୍. ହାନୀସା ୯୫.୪୪% ରଖିଛନ୍ତି । ହୃଷିକେଶ ସାହୁ ୯୧.୬୨% ରଖିଛନ୍ତି । ସେହିପରି କେ. ମୌନେଦ୍ର ୮୮. ୩୩% , ଭି. ନିକିତା ୮୮.୩୩% ,  ଅସୀମ ଜେନା ୮୪ .୫୮% ,  ନୀଳକଣ୍ଠ ପ୍ରଧାନ ୭୬. ୪୨% ଏବଂ ବିକ୍ରମ ଶବର ୭୩.୩୦% ରଖିଛନ୍ତି ।

 ଚଳିତ ବର୍ଷ ଯୁକ୍ତ ଦୁଇ ସିବିଏସ୍ଇ (CBSE) ବୋର୍ଡ ପରୀକ୍ଷାରେ ମଧ୍ୟ ବହୁତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକା ନମ୍ବର ରଖିଥିଲେ ।ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି.ଏନ. ରାଓ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ପ୍ରିନ୍ସପାଲ ସୁନିତା ପାଣିଗ୍ରାହୀ , ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ନିର୍ଦ୍ଦେଶିକା ଏନ୍ .କାଲାପର୍ଣ୍ଣାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।

0
0
0
s2sdefault