ହେଡଲାଇନସ୍:

ଏନଡିଏ ମୁହାଁ ବିଜେଡି : ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଜେଡି ୟୁ କୁ ସମର୍ଥନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର : ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମର୍ଥିତ ଜନତାଦଳ ୟୁ ସର୍ବୋପରି ଏନଡିଏ ପ୍ରାର୍ଥୀ ଡ଼ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବ । ଆଜି ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନ ଯୋଗେ ଆଲୋଚନା ସମୟରେ ଏ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୂର୍ବରୁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଥରେ ଆଲୋଚନା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ସକାଳେ ବି ଏ ସମ୍ପର୍କରେ ଦୁହିଁଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହେବା ପରେ ଜେଡି ୟୁ ପ୍ରାର୍ଥୀ ଡ଼ ସିଂଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରାଯାଇଛି ।

0
0
0
s2sdefault