ହେଡଲାଇନସ୍:

ସମୀର ମହାନ୍ତି କରୋନା ଆକ୍ରାନ୍ତ : ଆଶୁ ଆରୋଗ୍ୟ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ସେ ବର୍ତ୍ତମାନ ହାସ୍ପାତାଳରେ ଭର୍ତ୍ତି ହୋଇ ଚିକିତ୍ସିତ  ହେଉଛନ୍ତି | ଯେଉଁମାନେ ତାଙ୍କ  ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ଶ୍ରୀ ମହାନ୍ତି | ସେ ନିଜେ ଏହା ଟୁଇଟ କରି ସୂଚନା ଦେଇଛନ୍ତି | 

ତାଙ୍କ ଟୁଇଟରେ ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି " କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି । କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ  ।"

ସମୀର ମହାନ୍ତିଙ୍କ କରୋନା ଆକ୍ରାନ୍ତ ହେବ ଖବର ପାଇଁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ କରିଛନ୍ତି " ଆମ ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି କରୋନା ପଜିଟିଭ ଥିବା ଜାଣି ଫୋନ୍ ଯୋଗେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଲି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।" 

 

0
0
0
s2sdefault