ହେଡଲାଇନସ୍:

ଯାତ୍ରୀବାହୀ ବସ୍‌ ଓଲଟିଲା, ୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-05-18-ACCI.jpg - 118.81 kB

ବରଗଡ଼/NILA DEEP -ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ପର୍ରାପାଟ୍‌ ମନ୍ଦିର ନିକଟରେ ସୋମବାର ଭାରସାମ୍ୟ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଆର୧୭ଡି ୮୫୫୪) ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମନାପଡ଼ା ଗ୍ରାମର ଉପେନ୍ଦ୍ର ବିଶ୍ୱାଳ(୫୮), ସ୍ତ୍ରୀ ଚଞ୍ଚଳା ବିଶ୍ୱାଳ(୪୫), ଶାଳକ ନିତ୍ୟାନନ୍ଦ ସାହୁ(୬୦) ଓ ଅନ୍ୟ କେତେକ ଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଆହତଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇ ଥିବାବେଳେ ଅନ୍ୟ କେତେକ ଆହତଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି। ଯାତ୍ରୀବାହୀ ବସଟି ଅତାବିରା ବ୍ଲକ ସୋର୍ଣ୍ଣାରୁ ବାହାରି ବରଗଡ଼ ଅଭିମୁଖେ ଆସୁଥିବାବେଳେ ଏହି ଘଟଣା ଘଟିଥିଲା। ବରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛି

0
0
0
s2sdefault