ହେଡଲାଇନସ୍:

 ରାଜ୍ୟରେ ପ୍ରବାସୀ ଓଡିଆ ବିଭାଗ ଖୋଲିବା ପାଇଁ ଅସୀମ ଓଡି଼ଶାର ପ୍ରସ୍ତାବକୁ ବିପୁଳ ସମର୍ଥନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଙ୍ଗାଲୋର(ଶାସକ ପ୍ରଶାସକ) :   ଓଡି଼ଶା ଉଇଦାଉଟ ବର୍ଡର (ଓ ଡବ୍ଲୁ ବି )/ ଅସୀମ ଓଡ଼ିଶା  ତରଫରୁ ରାଜ୍ୟରେ ପ୍ରବାସୀ ଓଡିଆ ବିଭାଗ  ଖୋଲିବା ପାଇଁ ଦିଆଯାଇ ଥିବା ପ୍ରସ୍ତାବ ସପକ୍ଷରେ ଦେଶ ବିଦେଶରୁ ପ୍ରବାସୀ ଓଡିଆ ସଂଗଠନ ଓ ଜନ ସାଧାରଣଙ୍କ ତରଫରୁ ବିପୁଳ ସମର୍ଥନ ପ୍ରକାଶ ପାଉଥିବା ଜଣାଯାଇଛି। ଦେଶ ବିଦେଶରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କର"ଇମିଗ୍ରେସନ"  ଭଳି ସମସ୍ୟା ଗୁଡ଼ିକୁ ଯଦିଓ ବହିରବ୍ୟାପାର ମନ୍ତ୍ରଣାଳୟ ବୁଝିଥାଏ,  କିନ୍ତୁ ଏ ମାମଲାରେ ଓଡିଶା  ସରକାର ହସ୍ତକ୍ଷେପ କଲେ ସ୍ୱାଭାବିକ ଭାବେ ଏନ୍ ଆର୍ ଓ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ  ବୋଲି ଓଡିଶା  ସୋସାଇଟ୍ ଅଫ୍ ଆମେରିକାର ସଭାପତି କୁକୁ ଦାସ ଓ ଅଲ ରୁଷିଆ ଓଡ଼ିଆ ସୋସାଇଟିର ସଭାପତି ସନ୍ତୋଷ ମିଶ୍ର ମତ ପ୍ରକାଶ କରିଛନ୍ତି l ରାଜ୍ୟ ସରକାରଙ୍କ ଦ୍ଵାରା ଏନ୍ ଆର୍ ଓ ବିଭାଗ  ଗଠନ ର ପ୍ରସ୍ତାବ କୁ ଅଲ ଓଡ଼ିଆ କମୁନିଟି ଇନ  ଅଷ୍ଟ୍ରେଲିଆର ସଭାପତି  ଡ଼ଃ ନଳିନୀ ପତି, ଓଡିଶା  ସୋସାଇଟି ଅଫ୍ ୟୁକେ ର ସଭାପତି ସୁମନ୍ତ ମାନସିଂହ, ସାଧାରଣ ସମ୍ପାଦକ  ଶିବ ରଞ୍ଜନ ବିଶ୍ଵାଳ, ଓଡି଼ଶା ସାମାଜ, ୟୁ. ଏ. ଇ  ର ସଭାପତି ଅମିୟ ମିଶ୍ର, ସାଧାରଣ ସମ୍ପାଦକ ପ୍ରିତିଶ ଦାସ, ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର ର ସଭାପତି  ସମ୍ବିତ ମିଶ୍ର ପ୍ରମୁଖ ସମୁଚିତ ଓ ପ୍ରାସଙ୍ଗିକ ବର୍ଣ୍ଣନା କରି ଓଡ଼ିଶା ସରକାର ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ପ୍ରକାଶ କରିଛନ୍ତି l ଏହା ଦ୍ଵାରା ଏକ ପକ୍ଷରେ ପ୍ରବାସ ରେ ବସବାସ କରୁଥିବା ଓଡ଼ିଆ ମାନଙ୍କୁ ରାଜ୍ୟର ଉନ୍ନୟନ ବ୍ୟାପାର ରେ ଅନ୍ତର୍ଭୁକ୍ତ କରାଯାଇ ପାରିବା ସାଙ୍ଗକୁ ପ୍ରବାସୀ ଶ୍ରମିକ ମାନଙ୍କ ର ସମସ୍ୟା କୁ ମଧ୍ୟ ସକାରାତ୍ମକ ଢଙ୍ଗରେ ପ୍ରଶମିତ କରାଯାଇ ପାରିବ ବୋଲି ସେମାନେ ଦମ୍ଭ ପ୍ରକାଶ କରିଛନ୍ତି l ଏପରିକି କରୋନା ଯୋଗୁଁ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକ ତଥା ଦେଶ ବିଦେଶରେ ଏବେବି ରହିଥିବା ଅସଂଗଠିତ ଓଡ଼ିଆ ଶ୍ରମିକ ମାନଙ୍କର ଗୁଣାତ୍ମକ ତଥା ଯୋଗ୍ୟତା ଓ ପାରଦର୍ଶିତା ଭିତ୍ତିକ ନିଯୁକ୍ତିକରଣ ନେଇ ପ୍ରସ୍ତାବିତ ମନ୍ତ୍ରଣାଳୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ପାରିବ ବୋଲି ଏହି ପ୍ରତିନିଧି ମାନେ ଉଲ୍ଲେଖ କରିଛନ୍ତି l ଏଠାରେ ପ୍ରକାଶ ଥାଉ କି ନିକଟରେ ପ୍ରବାସୀ ଶ୍ରମିକ ସମସ୍ୟା ସମ୍ପର୍କରେ ଅସୀମ ଓଡିଶା ତରଫରୁ ଆୟୋଜିତ ଏକ ୱେବିନାର ଅବସରରେ ଓ ଡବ୍ଲୁ ବି ର ସଭାପତି କ୍ଷୀରୋଦ କୁମାର ଜେନା, ଓଡିଶା ରେ ପ୍ରବାସୀ ଓଡିଆ ମନ୍ତ୍ରଣାଳୟ ଆରମ୍ଭ କରାଯିବାର ପ୍ରସ୍ତାବ ଉପସ୍ଥାପନ କରିଥିଲେ l ଏହି ଭର୍ଚୁଆଲ ସଭାରେ ଉପସ୍ଥିତ ଦୁଇ ବିଶିଷ୍ଟ ବକ୍ତା ସାଂସଦ ଅମର ପଟ୍ଟନାୟକ ଓ ସୁଜିତ୍ କୁମାର ଏହି ପ୍ରସ୍ତାବକୁ ସମୁଚିତ ପ୍ରସ୍ତାବ ବୋଲି କରିବା ସହ ଏହାର  ଦୃଢ଼ ସମର୍ଥନ କରିଥିଲେ l ଅସୀମ ଓଡିଶାର ଉପଦେଷ୍ଟା ଯେ ପି ଊଦଗାତା, ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରା, ମୁଖ୍ୟ ସଂଯୋଜକ କିଶୋର୍ ଦ୍ବିବେଦୀ ଓ ସମ୍ପାଦକ ହର ପ୍ରସାଦ ମହାପାତ୍ର ତଥା ଓଡି଼ଶା ଫୋରମ୍ ର ସମ୍ପାଦକ ରବି ପାଣି ମଧ୍ୟ ଏହି ପରାମର୍ଶ କୁ ସମୟର ଆହ୍ୱାନ ବୋଲି ଦର୍ଶାଇ ସମର୍ଥନ ଜ୍ଞାପନ କରିଥିଲେ I ଅନ୍ ଲାଇନ୍ ଆଲୋଚନା ଚକ୍ରରେ ଉପସ୍ଥିତ ଅସୀମ ଓଡିଶାର  କର୍ମକର୍ତ୍ତା ଓ ସଦସ୍ୟ ଯଥା ଡି ସିଂଦେଓ, କୃପାନିଧି ବିଶ୍ଵାଳ, ମନୋଜ ପାତ୍ର, ମନୋଜ ନାୟକ, ରମାକାନ୍ତ ମହାପାତ୍ର, ସଂଜୀବ ପଟନାୟକ, ସଂଗ୍ରାମ ଧର, ସରସ ଜେନା, ଲିଙ୍କନ ସୁବୁଦ୍ଧି, ପ୍ରବୋଧ ସାମନ୍ତରା, ପ୍ରିୟବ୍ରତ ଦାସ, ଶାନ୍ତନୁ ଜେନା, ବିନୟ ସାହୁ, ପ୍ରଭୁଦତ୍ତ ଧଳ, ରମେଶ ସାହୁ ଓ କାର୍ଯ୍ୟକ୍ରମ ର ସଂଚାଳକ ପ୍ରଣବ ପାଣି ପ୍ରମୁଖ ପ୍ରବାସୀ ଓଡିଆ ବିଭାଗ ଗଠନ ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଏବଂ ଏ ବାବଦରେ ଆଶୁ ପଦକ୍ଷେପ କାମନା କରିଥିଲେ I

0
0
0
s2sdefault