୨୪ ଘଣ୍ଟା ଭିତରେ ଆକ୍ରାନ୍ତ ନବେ ପାଖାପାଖି, ମୃତ୍ୟୁ ବି ଏଗାର ଶହ ଉପରେ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏପଟେ ଭାରତ ସରକାର କିଛି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଭାରତରେ କରୋନା ସଂକ୍ରମଣ ପରିସ୍ଥିତିକୁ ଗୁରୁତର କରୁଛି । ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୯,୭୦୬ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୧୧୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୩,୭୦,୧୨୯ ହୋଇଥିବା ବେଳେ ଏ ଯାବତ ଦେଶରେ ୩୩,୯୮,୮୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୭,୩୯୪ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୩,୮୯୦ ରେ ପହଂଚିଛି |
ଏଯାବତ ଦେଶରେ ମୋଟ ୫,୧୮,୦୪,୬୭୭ କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୧୧,୫୪,୫୪୯ ଟି |











