ହେଡଲାଇନସ୍:

 ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତି ପାଇଁ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-05-18-kalikesh.jpg - 73.81 kB

Bolangir/ Niroj Mishra :ରାଜେନ୍ଦ୍ର  ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଲୟରେ ପରିଣତ କରିବା ପାଇଁ ପ୍ରସ୍ତବ ନେଇ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ର ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍ ଏବଂ ଛାତ୍ର ବିଜେଡିର ଏକ ପ୍ରତିନିଧି ଦଳ ନବିନ ନିବାସରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟଙ୍କୁ ଭେଟି ଦାବୀ ଉପସ୍ଥାପନ କରିଛନ୍ତି । ମୂଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ପ୍ରତିନିଧି ଦଳ ତରଫରୁ ବର୍ତ୍ତମାନ ରାଜେନ୍ଦ୍ର ମହାବିଦ୍ୟାଳୟରେ ଥିବା ଆନୁଷଙ୍ଗିକ ଭିତ୍ତିଭୁମି ତଥା ବ୍ୟବସ୍ଥା ସମ୍ପର୍କରେ ମୂଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ ବିଶ୍ୱବିଦ୍ୟଲୟ ପାଇଁ ଆବଶ୍ୟକ କିଛି ଭିତ୍ତିଭୁମି ଯଥା ପ୍ରଫେସର ପଦବି ସୃଷ୍ଟି ଉପରେ ଗୁୁରତ୍ୱର ସହିତ ବିଚାର କରି ଅତି ଶିଘ୍ର ସରକାର ନିଷ୍ପତ୍ତି ନେବା ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ ପ୍ରତିନିଧି ଦଳ ଅନ୍ୟନ୍ୟ ଆବଶ୍ୟକତା  ଗୁଡିକ ସମ୍ପର୍କରେ ମଧ୍ୟ  ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ଏମ.ଫିଲ, ପଠ୍ୟକ୍ରମ ଗୁଡିକର ଆରମ୍ଭ ହୋଇସାରିଛି । ତେଣୁ ଯଥେଷ୍ଟ ସଂଖ୍ୟକ ଅଧ୍ୟପକ ନିଯୁକ୍ତି, ପ୍ରଫେସର ପଦବି ସୃଷ୍ଟି ସହିତ ପି.ଏଚ.ଡି. (ଗବେଷଣା) କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଅନୁମତି ଦେବା, ମହାବିଦ୍ୟାଳୟର ନିଜସ୍ୱ ଏକ ଉନ୍ନତ ମାନର ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ ର୍ପ୍ୟ୍ୟାପ୍ତ ଅର୍ଥ ମଞ୍ଜୁର କରିବା, କଲେଜର ଖେଳ ପଡିଆକୁ ଏକ ସୁବ୍ୟସ୍ତିତ ଷ୍ଟାଡିୟମରେ ପରିଣତ କରିବା ପାଇଁ ଅଧିକ ଅର୍ଥର ବ୍ୟବସ୍ଥା କରିବା ଶକାଷେ ମୂଖ୍ୟମନ୍ତ୍ରୀ ଙ୍କ ଠାରେ ଦାବି ରଖିଥିଲେ ।  ବିଶ୍ୱ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଅନ୍ୟନ୍ୟ ଭିତ୍ତିଭୁମି ବିଷୟରେ ପ୍ରତିନିଧି ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କାରାଯାଇଥିଲା । ସେହି ଅନୁସାରେ କଲେଜର ମୁଖ୍ୟଫାଟକ, ସ୍ଥାୟୀ କାନ୍ଥବାଡ, କେନ୍ଦ୍ରୀୟ ଲାଇବ୍ରେରି , କ୍ୟଣ୍ଟିନ ଏବଂ ସ୍ନାତକୋତ୍ତର ବିଭାଗ ଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ସନ୍ତୋଷ ଜନକ ଥିବା ଦର୍ଶାଯାଇଥିଲା ଏବଂ ଏଗୁଡିକର ଉନ୍ନତି କରଣ ପାଇଁ  ଆବଶ୍ୟକିୟ ପଦେକ୍ଷପ ନିଆଯାଉଥିବା ସୁଚନା  ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା ।ଇତିମଧ୍ୟରେ କଲେଜକୁ ସମ୍ମିଳନୀ କକ୍ଷ ନିର୍ମାଣ ପାଇ ଅନୁଦାନ ଆସିସରିଥିବା କଥା  ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଛାତ୍ରାବାସ  ସହିତ ଦୁଇଟି ନୁତନ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି । ୧୯୪୪ ମହିହାରେ ସ୍ଥାପିତ ଏହି ମହାବିଦ୍ୟଳୟ ଏକ ବିଶ୍ୱବିଦ୍ୟଳୟ ହେବାପାଇଁ ଅଧିକାଂଶ ଯୋଗ୍ୟତା ହାସଲ କରିସାରିଛି ତେଣୁ ପ୍ରଫେସର ପଦବୀ ଷୃଷ୍ଟି କରି ଆବଶ୍ୟକ ଅନ୍ୟକିଽଛି ଭିତ୍ତିଭୁମି ସ୍ଥାପନ କରିଦେଇ ଯଥାଶିଘ୍ର ରାଜେଦ୍ର ମହାବିଦ୍ୟଳୟକୁ ବିଶ୍ୱବିଦ୍ୟଳୟରେ ପରିଣତ କରିବା ପାଇଁ ନିଷ୍ପତ୍ତି ଚୁିଡାନ୍ତ କରିବା ପାଇଁ ଅର୍କେଶଙ୍କ ସମେତ ଅନ୍ୟମାନେ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ ଦାବୀ ରଖିଥିଲେ ।  ସମସ୍ତ ବିଷୟ ଉପରେ ସରକାର ବିଚାର କରି ଉଚିତ ପଦକ୍ଷପ ନେବେ ବୋଲି  ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

0
0
0
s2sdefault