ହେଡଲାଇନସ୍:

ପ୍ରତିବର୍ଷ ପରି ମିଳିଲାନି ଶିବ ଉପାସନା ପାଉଣା,  ୪ ବର୍ଷ ହେବ ୫ ଶହ ଟଙ୍କାରେ ଖଟୁଛନ୍ତି ପଣ୍ଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ହାଟଡ଼ିହି(ମକରଧ୍ବଜ ଜେନା) :  ହାଟଡ଼ିହି ବ୍ଲକର ହାବଳେଶ୍ୱର  ପଂଚାୟତର ପୂଣ୍ୟ ବୈତରଣୀ କୂଳରେ ବହୁ ପୁରାତନ କାଳରୁ ପାତାଳି ଶିବ ମନ୍ଦିର ପ୍ରସିନ୍ଧ  । ପ୍ରତ୍ୟେକ ବର୍ଷ ଆନନ୍ଦପୁର ଉପଜିଲ୍ଲାପାଳ ଶିବ ରାତ୍ରୀ, ଶିବ ଜାଗରରେ ନିତି ଭୋଗ ଓ ପୂଜା ପୀଠର ସାଜସଜା ପାଇଁ ଅର୍ଥ ଦାନ କରିଥାନ୍ତି  । କିନ୍ତୁ ପୂର୍ବ ବର୍ଷରେ ଖର୍ଚ ଏ ପର୍ଯ୍ୟନ୍ତ ମିଳୁ ପାରୁନାହିଁ  । କିନ୍ତୁ ଦୁଃଖର ବିଷୟ ଏ ମନ୍ଦିର ପୂଜକ ଗୌରାଙ୍ଗ ପଣ୍ଡା ଭଦ୍ରକ ଜିଲ୍ଲା ଓଳମ ଗ୍ରାମରୁ ଆସି କେନ୍ଦୁଝର ଜିଲ୍ଲାରୁ ଆସି ହାବଳେଶ୍ୱର ଶିବ ମନ୍ଦିରରେ ୪ ବର୍ଷରୁ ଉର୍ଧ୍ଵ  ହେବ ମାସିକ ୫ ଶହ ଟଙ୍କାରେ ବୃଦ୍ଧ  ବ୍ରାହ୍ମଣ ଜଣଙ୍କ ଖଟୁଛନ୍ତି  । ଖରା ବର୍ଷା ଶୀତ କାକରରେ ୧୦ କିମି ଗମନାଗମନ କରିଥାନ୍ତି  ।  ତାଙ୍କ ପରିବାର ବର୍ଗ ଅର୍ଥ ସଂକଟ ଥିବାରୁ ଦୁଃଖରେ ଦିନ କାଟୁଥିବା ବେଳେ ୪ ମାସ ହେବ  ୫ ଶହ  ଟଙ୍କା ପାଉଣା ପାଉ ନାହାନ୍ତି  । ଏଣୁ ଉପଜିଲ୍ଲାପାଳ ଆନନ୍ଦପୁର ହାଟଡ଼ିହି ତହସିଲଦାର ଜଜମାନର ପୁରୁଣା ପାଉଣା ଓ ବକେୟା ଅର୍ଥ ପ୍ରତି ମାସିକ ବେତନ ବଢ଼ାଇବା ଓ ମନ୍ଦିର ସାଜସଜା ଖର୍ଚ ଦେବା ପାଇଁ ଚର୍ଚ୍ଚା ହେଉଥିବା ବେଳେ ମନ୍ଦିର କମିଟି ସଭ୍ୟ ସୁଦର୍ଶନ ସାହୁ, କାମଦେବ ମହାନ୍ତି, ଲମ୍ବଦର ସିଂ, ବଟ ସିଂ, ପଦ୍ମନାଭ ମହାନ୍ତି, ପ୍ରସନ୍ନ ମହାନ୍ତି, ମନ୍ଦିର କମିଟି ଓ ଗ୍ରାମବାସୀ ଆପତ୍ତି  କରିଛନ୍ତି ଉପଜିଲ୍ଲାପାଳଙ୍କ ପାଖରେ   । 

0
0
0
s2sdefault