ହୀରାକୁଦ ଜଳଭଣ୍ଡାର : ଦୀର୍ଘ ୨୦ ଘଣ୍ଟା ଧରି  ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ  ଗତକାଲି ଠାରୁ ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି l ଆଜି ସକାଳ ୮ ଘଟିକା ରେ ବନ୍ଧ କର୍ତ୍ତୃପକ୍ଷ ସୂଚନା ଅନୁସାରେ ବାମ ଭାଗ ର ୩୧ ଟି ଗେଟ ଏବଂ  ଡାହାଣ ଭାଗ ର ୧୫  ଟି ଗେଟ ଏପରିକି ସମୁଦାୟ ୪୬ ଟି ଗେଟ ଏବେ ଖୋଲା ଯାଇଛି l ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭. ୯୧  ଫୁଟ ରହିଛି l

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୦୨  ହଜାର ୯୨୦ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭  ଲକ୍ଷ ୬୪ ହଜାର ୮୦୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି । ୪୬ ଟି ଗେଟ ଖୋଲିବା ପରେ ଖଇରମାଲରେ ୧୦ ଲକ୍ଷ ୧୧ହଜାର, ବରମୂଳ ଠାରେ ୮ ଲକ୍ଷ ୯୧ ହଜାର ୨୫୦, ଓ ମୁଣ୍ଡଳୀ ନିକଟରେ ୯ ଲକ୍ଷ ୭୯ ହଜାର ୭୧୫, ବେଲଗାଁ  ୩୭ହଜାର ୮ ସହ , ପଥରଲା  ୯୫ ହଜାର ୨୩୩ ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି  l

0
0
0
s2sdefault