ଏପଟେ ଅନଲକ ୪ ଗାଇଡ୍ଲାଇନ ଜାରି, ସେପଟେ ଦେଶରେ ଅମାନିଆ କରୋନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ଭିତରେ ହିଁ ବଂଚିବାକୁ ହେବ ଜୀବନ

  • ଆଜି ୩୫ ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା 

  •  ଆଜି ବି ବଢିଛି ବିସ୍ଫୋରଣ କାୟା , ଆଜି ମୃତ୍ୟୁ ୯୪୮  

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ  ଆଜି ପଞ୍ଚତିରିଶି  ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା  | ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୮,୭୬୧ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୯୪୮  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୫,୪୨,୭୩୪ ହୋଇଥିବା ବେଳେ ଏ ଯାବତ ଦେଶରେ ୨୭,୧୩ ,୯୩୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୫,୩୦୨   ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୩,୪୯୮ ରେ ପହଂଚିଛି | 

ଏଯାବତ ଦେଶରେ ମୋଟ ୪,୧୪,୬୧,୬୩୬ କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୧୦,୫୫,୦୨୭ଟି |

ଗତକାଲି କେନ୍ଦ୍ର ସରକାର ଅନଲକ ୪ ଗାଇଡ୍ଲାଇନ ଜାରି କରି ଜୀବନ ଯାତ୍ରା ସ୍ୱାଭାବିକ କରିବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଲେ କରୋନା କିନ୍ତୁ ସାରା ଦେଶରେ ଅମାନିଆ ହୋଇପଡିଛି ଆଜି | ଆଉ ଯାହା ଅନୁଭବ ହେଉଛି , କରୋନା ଭିତରେ ହିଁ ବଂଚିବାକୁ ହେବ ଜୀବନ | ଏବେ ଯେତେବେଳେ ସବୁ ଖୋଳାମେଳା ହେବାକୁ ଯାଉଛି ,  ଆମମାନଙ୍କୁ ହେବାକୁ ପଡିବ ପୂର୍ବାପେକ୍ଷା ଅଧିକ  ସତର୍କ ନିଜ ପାଇଁ, ନିଜ ପରିବାର ପାଇଁ ଆଉ ସମାଜ ପାଇଁ |  କେନ୍ଦ୍ର ସରକାର ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଆସନ୍ତା ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ସାଧାରଣ ଜନଜୀବନକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି।

ଏଠି ଠାରେ ପୁଣି ମାନେ ପକେଇଦେବା  ଅନଲକ-୪ରେ କ’ଣ ସବୁ ହୋଇଛି ନୂଆ ବ୍ୟବସ୍ଥା 

୧-ଆସନ୍ତା ୭ ତାରିଖରୁ ମେଟ୍ରୋ ସେବା ଆରମ୍ଭ ହେବ।

୨-ସେପ୍ଟେମ୍ବର ୨୧ରୁ ସର୍ବାଧିକ ୧୦୦ ଜଣଙ୍କୁ ନେଇ ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ।

୩-ଅନଲାଇନ କ୍ଲାସ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକ ୫୦% ଶିକ୍ଷକଙ୍କୁ ସ୍କୁଲକୁ ଡାକି ପିଲାଙ୍କୁ ପାଠପଢ଼ାଇ ପାରିବେ।

୪-ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ମିଳିବ।

୫- ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଲକଡାଉନ ଲାଗୁ କରିପାରିବେ ନାହିଁ।

୬-ଲକଡାଉନ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ବାଧ୍ୟ।

 

0
0
0
s2sdefault