ହେଡଲାଇନସ୍:

ବିଶ୍ୱ କ୍ରୀଡା ଦିବସ ଏବଂ ଅର୍ଜୁନ ପୁରସ୍କାର ବିଜେତା ଦୁତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶ୍ୱ ଓଡିଆ ମହାସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ରେ ମହାସଂଘ ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦବା ସହିତ ବିଶ୍ୱ ଓଡ଼ିଆ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଡ଼ା ସୁରେନ୍ଦ୍ରନାଥ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  କ୍ରୀଡା, ଯୁବ ବ୍ୟାପାର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ  ତୁଷାରକାନ୍ତି ବେହେରା ମହୋଦୟ ,  ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଲମ୍ପିକ ଖେଳାଳୀ ଦୁତି ଚାନ୍ଦ ,ବିଶିଷ୍ଟ କ୍ରିକେଟିଏର ରଶ୍ମିରଞ୍ଜନ ପରିଡା ଏବଂ ଓଡିଶା ମୋ ପରିବାର ର ସଦସ୍ୟ ଡେଜାଲିନ୍ ମହାପାତ୍ର ଯୋଗ ଦେଇ ଜାତୀୟ କ୍ରୀଡା ଦିବସ  ଉପରେ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଅର୍ଜୁନ ପୁରସ୍କାର ପାଇଥିବା ଓଡ଼ିଶାର ଧାବିକା ଦୁତି ଚାନ୍ଦ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ଆଗାମୀ ଦିନରେ ଓଡ଼ିଶା କ୍ରୀଡ଼ା ଜଗତର ଉଦାହରଣ ହେବାକୁ ଯାଉଛି ବୋଲି କହିଥିଲେ। କ୍ରୀଡ଼ାବିତ ଦୁତି ଚାନ୍ଦ ଏବଂ ରଶ୍ମିରଞ୍ଜନ ପରିଡ଼ା ବିଶ୍ୱ ଓଡ଼ିଆ ମହାସଂଘ ର ଏହି କାର୍ଯ୍ୟକ୍ରମ କୁ ପ୍ରଂଶସା କରିଥିଲେ । ଏଇ କାର୍ଯ୍ୟକ୍ରମ ରେ ବିଶ୍ୱ ଓଡ଼ିଆ ମହାସଂଘ ତରଫରୁ ସଭାପତି ଅର୍ଜୁନ ପୁରସ୍କାର ପାଇଥିବାରୁ ଦୁତି ଚାନ୍ଦ ଏବଂ କ୍ରିକେଟିଏର ରଶ୍ମିରଞ୍ଜନ ପରିଡ଼ା ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଦୌଡ଼ ରାଣୀ ଦୁତି ଚାନ୍ଦ ଅର୍ଜୁନ ପୁରସ୍କାର ର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଏବଂ ଓଡ଼ିଶାର ସମସ୍ତ ଜନ ସାଧାରଣ ଙ୍କୁ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଓଡିଆ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢୀ, ରୁଦ୍ର ନାରାୟଣ ଦାଶ,ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସୋସିଆଲ ମିଡିଆ ସଂଯୋଜକ ସୌମ୍ୟ ସ୍ୱପ୍ନସରିତ ରାଟସିଂହ  ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault