ହେଡଲାଇନସ୍:

ସାର ବିକ୍ରେତାଙ୍କ ମନମାନୀ : ପ୍ରତିବାଦରେ ଉତ୍ୟକ୍ତ ଚାଷୀଙ୍କ ରାସ୍ତା ଅବରୋଧ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଅଧିକ ଲାଭ ଆଶାରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଚାଷୀଙ୍କୁ ୟୁରିଆ ନଦେଇ ଧାଡିରେ ଠିଆ ହୋଇଥିବା ଚାଷୀଙ୍କୁ ଫେରାଇ ଦେବାକୁ ନେଇ ଉତ୍ୟକ୍ତ କୋମଣ୍ଡ ରୋହିବାଙ୍କ ଅଂଚଳର ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଆଜି ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ସରକାରୀ ଅନୁମତି ପ୍ରାପ୍ତ ସାର କିକ୍ରେତାମାନେ ଚାଷୀଙ୍କୁ ସାର ଯୋଗାଇବା ଅନିୟମିତତା ସମ୍ପର୍କରେ ଅଭିଯୋଗ ପାଇ ସରକାରୀ ଦରରେ ସାର ଯୋଗାଇ ଦେବାପାଇଁ ବିକ୍ରେତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାହାକୁ ବିକ୍ରେତାମାନେ ଖିଲାପି କରିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ହେଲେ ସେଥିରେ କିଛିି ଫଳପ୍ରଦ ହେଲାନାହିଁ । ଆଜି ରୋହିବାଙ୍କ ଠାରେ ଓଡ଼ଗାଁ ବ୍ଲକ କୃଷି ବିଭାଗ ଜଣେ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ମୁଲ୍ୟରେ ସାର ବଂଟନ କରାଯାଉଥିଲା । ହେଲେ କୃଷି ଅଧିକାରୀ ସେଠାରୁ ଆସିବା ପରେ ବିିକ୍ରେତା ଅଣଶିଷ୍ଟ  ଚାଷୀମାନଙ୍କୁ ସାରନଦେଇ ବଣ୍ଟନ ବନ୍ଦ କଲେ । ଫଳରେ ସକାଳ ୧୦ଟାରୁ ଆସି ଧାଡିରେ ଠିଆ ହୋଇ ସାରନେବାକୁ ଅପେକ୍ଷା କରିଥିବା ଚାଷୀମାନେ ନିରାଶ ହୋଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ତହସିଲଦାର ବିଜୟୀତା ସାମନ୍ତ ସିଂହାର ପହଂଚି ଉତ୍ୟକ୍ତ ଚାଷୀଙ୍କୁୁ ବୁଝାସୁଝା କରିବା ସହିତ ଆସନ୍ତା କାଲି ପୋଲିସ ଉପସ୍ଥିତିରେ ସାର ବଂଟନ ହେବ ବୋଲି ପ୍ରତିସୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

 

 

 

0
0
0
s2sdefault